Advertisment

ବିବାହ ପାଇଁ ମନା କରିବାରୁ ପ୍ରେମିକାକୁ ହତ୍ୟା

ବିବାହ ପାଇଁ ମନା କରିବାରୁ ଜୀବନରୁ ଶେଷ କରିଦେଲା ପେମିକ। ରାଜଧାନୀ ଦିଲ୍ଲୀରେ ଦିନ ଦ୍ୱିପ୍ରହରେ ଘଟିଛି ଏପରି ଘଟଣା।

Girl Attack Near Delhi Park

Girl Attack Near Delhi Park

Advertisment

ଦିନକୁ ଦିନ ଅସୁରକ୍ଷିତ ହୋଇପଡୁଛି ରାଜଧାନୀ ଦିଲ୍ଲୀ। ପୁଣି ପ୍ରେମ ବ୍ୟାପାରକୁ ନେଇ ହତ୍ୟା। ବିବାହ ପାଇଁ ମନା କରିବାରୁ ଜୀବନରୁ ଶେଷ କରିଦେଲା ପୁରୁଷ ବନ୍ଧୁ। ଶୁକ୍ରବାର(ଜୁଲାଇ 28) ଦିନ ଦ୍ୱିପ୍ରହରେ ଘଟିଛି ଏପରି ଘଟଣା। ଉଭୟ ଏକ ପାର୍କରେ ବଶି କଥା ହେଉଥିବା ସମୟରେ ଲୁହା ରଡରେ ପିଟି ପ୍ରେମିକାକୁ ହତ୍ୟା କରିଛି ପ୍ରେମିକ।

Advertisment

ପୋଲିସ ସୂଚନା ଅନୁସାରେ, ଦିଲ୍ଲୀର ଏକ କୋଚିଂ ସେଣ୍ଟରରେ ଷ୍ଟେନୋ କ୍ଲାସ୍ କରୁଥିଲେ ନର୍ଗିସ୍। ତାଙ୍କର ଇରଫାନ୍ ନାମକ ଜଣେ ଯୁବକ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଇରଫାନ୍ ଏକ ଅନଲାଇନ୍ ଫୁଡ୍ ଡେଲିଭର୍ କମ୍ପାନୀରେ ଡେଲିଭରୀ ବଏ ଭାବେ କାର୍ଯ୍ୟ କରନ୍ତି। କିନ୍ତୁ ଉଭୟଙ୍କ ସମ୍ପର୍କକୁ ନର୍ଗିସଙ୍କ ପରିବାର ଲୋକ ଗ୍ରହଣ କରୁନଥିଲେ। ସେମାନଙ୍କ ବିବାହ ପାଇଁ ମଧ୍ୟ ମନା କରିଦେଇଥିଲେ। ଫଳରେ କିଛିଦିନ ହେବ ନର୍ଗିସ ଇର୍ଫାନଙ୍କ ସହ କଥା ହେବା ବନ୍ଦ କରି ଦେଇଥିଲେ। ଆଜି ନର୍ଗିସଙ୍କ ଯିବା ରାସ୍ତାରେ ତାଙ୍କୁ ଅଟକାଇ ଏକ ପାର୍କକୁ ନେଇଥିଲା ଇର୍ଫାନ୍।

ସେଠାରେ ବିବାହ ପାଇଁ ପରିବାର ଲୋକେ ରାଜି ହେଉନଥିବା କହିଥିଲେ ନର୍ଗିସ୍। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ଇର୍ଫାନ୍ ଏକ ଲୁହା ରଡରେ ନର୍ଗିସଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି। ପୋଲିସ ଆହୁରି କହିଛି ଯେ, ନର୍ଗିସ୍ କଥା ହେବା ବନ୍ଦ କରିବା ପରଠାରୁ ଇର୍ଫାନ୍ ତାକୁ ମାରିବା ପାଇଁ ଯୋଜନା କରୁଥିଲା। ଘଟଣାରେ ପୋଲିସ ମୃତଦେହ ଜବତ କରି ଅଭିଯୁକ୍ତକୁ ଗିରଫ କରିଛି।

Advertisment
Delhi Murder Case Murder Crime Boyfriend Murdered Lover
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe