Advertisment

ସହପାଠୀ ସାଜିଲେ ସଇତାନ; ଛୁରୀ ଭୁଷିବାକୁ ଧମକ ଦେଲେ, ଛାତରୁ ଡେଇଁ ପଡ଼ିଲେ ଛାତ୍ର

ସାମାନ୍ୟ କଥାକୁ ନେଇ ରାତି ଅଧରେ ଛାତ ଉପରକୁ ନେଇ ଛୁରୀ ଭୁଷି ଦେବାର ଧମକ ଦେଲେ। ଏଥିରେ ଭୟଭୀତ ହୋଇ ଯୁକ୍ତ -୨ ଛାତ୍ରଜଣକ ଛାତରୁ ତଳକୁ ଡେଇଁ ପଡ଼ିଛନ୍ତି।

ଅଦ୍ୟତନ ହୋଇଛି
Student Torture

Student Torture

Advertisment

ସହପାଠୀ ସାଜିଲେ ସଇତାନ । ଭୁଲିଗଲେ ହିତାହିତ ଜ୍ଞାନ । ସାମାନ୍ୟ କଥାକୁ ନେଇ ରାତି ଅଧରେ ଛାତ ଉପରକୁ ନେଇ ଛୁରୀ ଭୁଷି ଦେବାର ଧମକ ଦେଲେ। ଏଥିରେ ଭୟଭୀତ ହୋଇ ଯୁକ୍ତ -୨ ଛାତ୍ରଜଣକ ଛାତରୁ ତଳକୁ ଡେଇଁ ପଡ଼ିଛନ୍ତି।

Advertisment

ଏପରି ଏକ ଅମାନବୀୟ ଘଟଣା ଗତ ରାତିରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ଏକ ଘରୋଇ କଲେଜ ହଷ୍ଟେଲରେ ଘଟିଛି। ଏହାକୁ ନେଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।

ଗୁରୁତର ଛାତ୍ରଙ୍କ ଅଭିଭାବକ ଗତ ରାତିରେ ଥାନାରେ କରିଥିବା ଅଭିଯୋଗ ଅନୁଯାଯୀ, ସେମାନଙ୍କ ପୁଅ ଉକ୍ତ ଘରୋଇ କଲେଜରେ ଯୁକ୍ତ ଦୁଇ ପଢ଼ିବା ସହ ହଷ୍ଟେଲରେ ରହୁଥିଲେ। କିଛି ଦିନ ପୂର୍ବେ ଉକ୍ତ ଛାତ୍ରଙ୍କ ୯ ସହପାଠୀ କୌଣସି କାରଣରୁ ତାଙ୍କୁ ନିର୍ଧୂମ ପିଟିଥିଲେ। ଏହାର ଭିଡିଓ ପୀଡ଼ିତ ଛାତ୍ର କୌଣସି ଉପାୟରେ ସଂଗ୍ରହ କରି ନେଇଥିଲେ। ଉକ୍ତ ଭିଡିଓକୁ ଡିଲିଟ କରିବାକୁ ସେମାନେ ଧମକ ଦେଉଥିବା ବେଳେ ପୀଡ଼ିତ ଛାତ୍ରଜଣକ କିନ୍ତୁ ଶୁଣୁ ନ ଥିଲେ।

Advertisment

ଏଥିରେ ଉତ୍ତ୍ୟକ୍ତ ହୋଇ ପୂର୍ବ ଯୋଜନା ମୁତାବକ ଗତ ରାତିରେ ୯ ଅଭିଯୁକ୍ତ ଛାତ୍ର ଉକ୍ତ ଛାତ୍ରଙ୍କୁ ହଷ୍ଟେଲ ୩ ମହଲା ଛାତ ଉପରକୁ ନେଇଥିଲେ। ସେଠାରେ ସେମାନେ ତାଙ୍କୁ ପ୍ରବଳ ମାରପିଟ କରିଥିଲେ। ଏହାପରେ ଭିଡିଓ ଡିଲିଟ ନ କଲେ ଛୁରୀ ଭୁଷି ଦେବାର ଧମକ ଦେଇଥିଲେ। ଏଥିରେ ଭୟଭୀତ ହୋଇ ଛାତ୍ରଜଣକ ଛାତରୁ ଡେଇଁ ପଡ଼ିଥିଲେ।

ହଠାତ୍‌ ଜୋର ଶବ୍ଦ ଶୁଣି ହଷ୍ଟେଲ କର୍ତ୍ତୃପକ୍ଷ ଓ ଅନ୍ୟ ପିଲାମାନେ ପହଞ୍ଚି ଆହତ ଛାତ୍ରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗୁରୁତର ଆଘାତ ଲାଗିଥିବା ଜଣାଯାଇଛି।

ଏନେଇ ପୀଡ଼ିତ ଛାତ୍ରଙ୍କ ଅଭିଭାବକଙ୍କ ଅଭିଯୋଗ ପରେ ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Kalahandi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe