Representative Image
ପୁଣି କୋଟାରେ ଅଘଟଣ। ଉଦବେଗଜନକ ଭାବେ ବଢିଚାଲିଛି କୋଟାରେ ଛାତ୍ରଙ୍କ ଆତ୍ମହତ୍ୟା। ମେଡିକାଲ ପାଇଁ କୋଚିଂ ନେଉଥିବା ଆଉ ଜଣେ ନିଟ୍ ଆଶାୟୀ ଆତ୍ମହତ୍ୟା କରିଥିବା ସୂଚନା। ଗତକାଲି ସେ ଆତ୍ମହତ୍ୟା କରିଛନ୍ତି।
ପ୍ରାଥମିକ ସୂଚନା ଅନୁସାରେ, ମୃତ ଛାତ୍ରଙ୍କ ଘର ଉତ୍ତର ପ୍ରଦେଶରେ। ସେପ୍ଟେମ୍ବର ସୁଦ୍ଧା ଚଳିତ ବର୍ଷ କୋଟାରେ 27 ଛାତ୍ର ଆତ୍ମହତ୍ୟା କରି ସାରିଲେଣି। ଛଳିତ ମାସ ଜଣେ ଛାତ୍ର ୟୁନିଟ ଟେଷ୍ଟ ଦେବା ପରେ ଛାତରୁ ଡେଇଁ ଆତ୍ମହତ୍ୟା କରିବା ପରେ ପରୀକ୍ଷା ସ୍ଥଗିତ ରଖା ଯାଇଥିଲା। ପାଠପଢା ସହ ପିଲାମାନଙ୍କର ଖେଳକୁଦ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଥିଲା। ମାତ୍ର ଏ ଆତ୍ମହତ୍ୟା ମହାମାରୀ ଥମିବାର ନାଁ ନେଉନି।
ପ୍ରତିବର୍ଷ ଲକ୍ଷାଧିକ ଛାତ୍ର ମେଡିଆକଲ ଏବଂ ଇଞ୍ଜିନିୟରିଂ ପାଇଁ କୋଚିଂ ନେବାକୁ ଆସନ୍ତି। ମାତ୍ର ବାରମ୍ବାର ସେଠାରେ ଛାତ୍ରଙ୍କ ଆତ୍ମହତ୍ୟା ନେଇ ଉଦବେଗ ପ୍ରକାଶ ପାଉଛି। କେବଳ ଚଳିତ ମାସରେ 4 ଜଣ ଛାତ୍ର ଆତ୍ମହତ୍ୟା କରି ସାରିଲେଣି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us