Advertisment

ପାର୍ଟିରୁ ଫେରୁଥିଲେ ଛାତ୍ରୀ, ଲିଫ୍ଟ ନାଁରେ ଦୁଷ୍କର୍ମ କଲେ ବାଇକର

ପୀଡ଼ିତା ଜଣଙ୍କ ଗୋଟିଏ ଡିଗ୍ରୀ କଲେଜର ଶେଷ ବର୍ଷର ଛାତ୍ରୀ।

Bengaluru

Bengaluru

Advertisment

ରବିବାର ଭୋର ସମୟରେ ଘଟିଛି ଅଭାବନୀୟ ଘଟଣା। ଜଣେ ଛାତ୍ରୀଙ୍କୁ ଲିଫ୍ଟ ଦେବା ନାଁରେ ଦୁଷ୍କର୍ମ କରିଛନ୍ତି ଜଣେ ବାଇକର। ବେଙ୍ଗାଲୁରୁ ଠାରେ ଏପରି ଘଟଣା ଘଟିଛି। ଏସିପି(ଇଷ୍ଟ ଜୋନ) ରମଣ ଗୁପ୍ତା କହିଛନ୍ତି, ପୀଡ଼ିତା ଜଣଙ୍କ ଗୋଟିଏ ଡିଗ୍ରୀ କଲେଜର ଶେଷ ବର୍ଷର ଛାତ୍ରୀ। ସେ ଶନିବାର ରାତିରେ କୋରାମଙ୍ଗଲାରଆ ଆୟୋଜିତ ଗୋଟିଏ ପାର୍ଟିରେ ଯୋଗ ଦେବାକୁ ଯାଇଥିଲେ।

Advertisment

ସେଠାରୁ ସେ ହେବ୍ବାଗୋଡ଼ି ସ୍ଥିତ ନିଜ ଘରକୁ ଫେରୁଥିଲେ। ସେ ଏକାକୀ ଫେରୁଥିବା ବେଳେ ଜଣେ ବାଇକର ତାଙ୍କ ପାଖରେ ପହଞ୍ଚିଥିଲେ। ସେ ଛାତ୍ରୀଙ୍କୁ ଲିଫ୍ଟର ଅଫର ଦେଇଥିଲେ। ଛାତ୍ରୀ ଜଣଙ୍କ ମଧ୍ୟ ଶୀଘ୍ର ଘରେ ପହଞ୍ଚିବା ପାଇଁ ଗାଡ଼ିରେ ବସି ପଡ଼ିଥିଲେ।

ଏହାର ଫାଇଦା ଉଠାଇ ବାଇକର ଜଣଙ୍କ ତାଙ୍କୁ ଗୋଟିଏ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲେ। ତାଙ୍କୁ ସେଠାରେ ସେ ମାଡ଼ ମାରିବା ସହ ଦୁଷ୍କର୍ମ କରିଥିଲେ। ଘଟଣା ପରେ ସେ ଫେରାର ହୋଇଯାଇଛନ୍ତି।

Advertisment

ପୀଡ଼ିତା ଜଣଙ୍କ ରବିବାର ଭୋର ସମୟରେ ଏନେଇ ପୁଲିସକୁ ଖବର ଦେବା ପରେ ପୂରା ଘଟଣା ସାମ୍ନାକୁ ଆସିଛି। ପୁଲିସ୍‌ର ଗୋଟିଏ ଟିମ ଘଟଣା ସ୍ଥଳକୁ ଯିବା ସହ ପୀଡ଼ିତା ଓ ତାଙ୍କ ପରିବାର ଲୋକଙ୍କ ସହ କଥା ହୋଇଛି।

ତେବେ ଏଯାଏ ଫେରାର ବାଇକରର କୌଣସି ପତ୍ତା ମିଳି ନାହିଁ। ତା’କୁ ଧରିବା ପାଇଁ ପୁଲିସ୍‌ ୫ଟି ଟିମ ଗଠନ କରିଛି ବୋଲି ଶ୍ରୀ ଗୁପ୍ତା ସୂଚନା ଦେଇଛନ୍ତି।

Bengaluru Stop Rape
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe