Advertisment

ଆବାସିକ ବିଦ୍ୟାଳୟରୁ ମିଳିଲା ଦଶମ ଛାତ୍ରଙ୍କ ମୃତଦେହ, ପରିବାର କହିଲା...

ଆଜି ସକାଳେ ଆବାସିକ ବିଦ୍ୟାଳୟରେ ଥିବା ଛାତ୍ରମାନେ ଶୌଚାଳୟରେ ଆନନ୍ଦେଶ୍ୱରଙ୍କ ମୃତଦେହ ଏକ ଗାମୁଛାରେ ଝୁଲୁଥିବା ଦେଖିବାକୁ ପାଇଥିଲେ।

author-image
Niharika Rout
Hostel

Hostel

ଆବାସିକ ବିଦ୍ୟାଳୟକୁ ପାଠ ପଢ଼ିବାକୁ ଆସିଥିଲେ। ପାଠ ପଢ଼ି ପୁଅ ସ୍ୱାବଲମ୍ବି ହେବ ବୋଲି ପରିବାର ଲୋକେ ଆଶା କରିଥିଲେ। ମାତ୍ର ସବୁ ଆଶା ପାଣି ଫୋଟକା ପରି ମିଳାଇଗଲା। କାରଣ ହଷ୍ଟେଲରୁ ମିଳିଲା ଦଶମ ଛାତ୍ରଙ୍କ ଝୁଲନ୍ତା ମୃତଦେହ।

Advertisment

ଏପରି ଏକ ଅଭାବନୀୟ ଘଟଣା କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନା ଆର. ନୂଆଗାଁସ୍ଥିତ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟରେ ଘଟିଛି। ମୃତ ଛାତ୍ରଜଣକ ହେଲେ ଆନନ୍ଦେଶ୍ୱର ମଲ୍ଲିକ । ତାଙ୍କ ଘର  ଖଜୁରୀପଡା ଥାନା ବାଳିସୁଗ୍ରୀ ଗ୍ରାମରେ ବୋଲି ଜଣାପଡ଼ିଛି । ତେବେ ପୁଅ ଆତ୍ମହତ୍ୟା କରିବା ଘଟଣାକୁ ପରିବାର ଲୋକେ ବିଶ୍ୱାସ କରି ପାରୁ ନାହାନ୍ତି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସେମାନେ ଦାବି କରିଛନ୍ତି। 

ଆଜି ସକାଳେ ଆବାସିକ ବିଦ୍ୟାଳୟରେ ଥିବା ଛାତ୍ରମାନେ ଶୌଚାଳୟରେ ଆନନ୍ଦେଶ୍ୱରଙ୍କ ମୃତଦେହ ଏକ ଗାମୁଛାରେ ଝୁଲୁଥିବା ଦେଖିବାକୁ ପାଇଥିଲେ। ଏନେଇ ସେମାନେ ତୁରନ୍ତ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ। ସଙ୍ଗେସଙ୍ଗେ ହଷ୍ଟେଲ କର୍ତ୍ତୃପକ୍ଷ ଓ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। 

Advertisment

ଏନେଇ ଜିଲ୍ଲା ମଙ୍ଗଳ ଅଧିକାରୀ କହିଛନ୍ତି, ଥାନାରେ ଅଭିଯୋଗ ହୋଇଥିବା ବେଳେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି । ତା’ ପରେ ବିଭାଗୀୟ ତଦନ୍ତ ହେବ ।

ଏନେଇ ମୃତକଙ୍କ ଭାଇ କହିଛନ୍ତି, ଆବାସିକ ବିଦ୍ୟାଳୟର ଶିକ୍ଷକମାନେ ପୂର୍ବରୁ ମୋ’ ଭାଇକୁ ଆକ୍ଷେପ କରି କହୁଥିଲେ। ଏନେଇ ସେ କହିବା ସହ ଅନ୍ୟ ସ୍କୁଲରେ ପଢ଼ିବ ବୋଲି କହୁଥିଲା। କିନ୍ତୁ ଆମେ ସେଥିପ୍ରତି ଧ୍ୟାନ ଦେଇ ନ ଥିଲୁ। ତେଣୁ ଆଜି ମୁଁ ନିଜ ଭାଇକୁ ହରାଇଲି। ଏଥିସହ ନିଜ ଭାଇର ମୃତ୍ୟୁ ପାଇଁ ସେ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ବି ଦାୟୀ କରିଛନ୍ତି ।

Phulbani