Advertisment

ଦଣ୍ଡମୁକ୍ତ ଅଞ୍ଚଳରେ ମିଳିଲା ଦଣ୍ଡ: ଶିକ୍ଷୟିତ୍ରୀଙ୍କ ମୁଥ ମାଡରେ ଛାତ୍ର ଗୁରୁତର

ଦଣ୍ଡମୁକ୍ତ ଅଞ୍ଚଳରେ ମିଳିଲା ଦଣ୍ଡ। ସ୍କୁଲ ପରିସରରେ ନିରୀହ ଛାତ୍ରଙ୍କୁ ଦିଆଗଲା ନିର୍ଯାତନା। ପ୍ରାର୍ଥନା ସଭାରେ ଶିକ୍ଷୟିତ୍ରୀଙ୍କ ମୁଥ ମାଡ଼ରେ ଗୁରୁତର ହେଲେ ଛାତ୍ର ।

ଅଦ୍ୟତନ ହୋଇଛି
Student

Student

Advertisment

ଦଣ୍ଡମୁକ୍ତ ଅଞ୍ଚଳରେ ମିଳିଲା ଦଣ୍ଡ। ସ୍କୁଲ ପରିସରରେ ନିରୀହ ଛାତ୍ରଙ୍କୁ ଦିଆଗଲା ନିର୍ଯାତନା। ପ୍ରାର୍ଥନା ସଭାରେ ଶିକ୍ଷୟିତ୍ରୀଙ୍କ ମୁଥ ମାଡ଼ରେ ଗୁରୁତର ହେଲେ ଛାତ୍ର । ଏପରି ଏକ ସାଂଘାତିକ ଘଟଣା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କଙ୍କଡାହାଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଛି। ଗୁରୁତର ହୋଇ ପଡ଼ିଥିବା ଛାତ୍ରଜଣକ ହେଉଛନ୍ତି ଗଣପତି ମହାନ୍ତ । ତାଙ୍କ ଘର କାମାକ୍ଷାନଗର ବ୍ଲକ ଗୋପପୁର ଗ୍ରାମର ବୋଲି ଜଣାପଡିଛି ।

Advertisment

ଆଜି ସକାଳେ ବିଦ୍ୟାଳୟରେ ପ୍ରାର୍ଥନା ସଭା ଚାଲିଥିବା ସମୟରେ ଶିକ୍ଷୟିତ୍ରୀ ମାମା ଛାତ୍ର ଗଣପତିଙ୍କ ଛାତିକୁ ମୁଥ ମାରିଥିଲେ । ଫଳରେ ସେ ତଳେ ପଡ଼ି ଯାଇଥିବା ବେଳେ ଯନ୍ତ୍ରଣାରେ ଛଟପଟ ହେଉଥିଲେ।

ଏହାପରେ ସ୍କୁଲରୁ ତୁରନ୍ତ ଗଣପତିଙ୍କ ମା’ଙ୍କୁ ଫୋନ୍‌ କରାଯାଇ ପୁଅ ଅସୁସ୍ଥ ହୋଇ ପଡ଼ିଛି, ନେଇ ଯିବାକୁ କହିଥିଲେ। ମାତ୍ର ସ୍କୁଲରେ ଛାଡ଼ି ଯିବା ପରେ ପରେ ଭଲ ଥିବା ପୁଅର ଦେହ ହଠାତ୍‌ କିପରି ଖରାପ ହେଲା ବୋଲି ଗଣପତିଙ୍କ ମା’ ପଚାରିବାରୁ କେହି କିଛି କହି ନ ଥିଲେ।

Advertisment

ସେ ତୁରନ୍ତ ପୁଅକୁ କଙ୍କଡାହାଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଅବସ୍ଥାରେ ସୁଧାର ନ ଆସିବାରୁ ଡାକ୍ତର ଗଣପତିଙ୍କୁ କାମାକ୍ଷାନଗରକୁ ରେଫର କରିଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲିଛି।

ଏନେଇ ବିଇଓ କହିଛନ୍ତି, ଘଟଣା ସମ୍ପର୍କରେ ସୂଚନା ମିଳିଛି। ଘଟଣାସ୍ଥଳ ପରିଦର୍ଶନ କରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସ୍କୁଲ ଦଣ୍ଡମୁକ୍ତ ଅଞ୍ଚଳ ହୋଇଥିବାରୁ ଏପରି ଘଟଣା କେବେ ବି ଗ୍ରହଣୀୟ ନୁହେଁ। ଯିଏ ବି ଅଭିଯୁକ୍ତ ଥିବା ଜଣାପଡ଼ିବ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଛାତ୍ରଙ୍କ ମା’ କହିଛନ୍ତି, ମୁଁ ସକାଳେ ସ୍କୁଲରେ ଛାଡ଼ିଥିଲି। ୧୫ ମିନିଟ ପରେ ଫୋନ୍‌ କରି ଘରକୁ ନେଇ ଯିବାକୁ ସ୍କୁଲରେ କହିଥିଲେ। ପ୍ରଥମେ କଙ୍କଡାହାଡ ମେଡିକାଲ ନେଇଥିଲି। ଏହାପରେ ସେମାନେ କାମାକ୍ଷାନଗର ରେଫର କରିଥିଲେ। ମାମା ଦିଦି କ’ଣ ପାଇଁ ମୋ’ ପୁଅକୁ ଏପରି ମାରିଛନ୍ତି କିଛି ଜାଣି ନାହିଁ ବୋଲି ସେ କହିଛନ୍ତି।

School Students Dhenkanal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe