Advertisment

ଚାପୁଡ଼ା ମାରିଥିଲେ ଶିକ୍ଷକ, ଲଞ୍ଚ ବକ୍ସରେ ବନ୍ଧୁକ ଆଣି ଗୁଳି ମାରିଦେଲେ ଛାତ୍ର

ଗୁଳିଟି ଶିକ୍ଷକଙ୍କ ପିଠିରେ ବାଜି ବେକ ପାଖରେ ଲାଖି ଯାଇଥିଲା। ତାଙ୍କୁ ତୁରନ୍ତ ସ୍ଥାନୀୟ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଓ ସେଠାରେ ତାଙ୍କର ସର୍ଜରୀ କରାଯାଇଛି।

Teacher

Teacher

Advertisment

ଗଗନଦୀପ ସିଂହ କୋହଲି। ଉତ୍ତରାଖଣ୍ଡର ଉଧମ ସିଂହ ନଗର ଜିଲ୍ଲାରେ ଥିବା ଗୋଟିଏ ଘରୋଇ ସ୍କୁଲରେ ପିଲାଙ୍କୁ ପଦାର୍ଥ ବିଜ୍ଞାନର ପାଠ ପଢ଼ାନ୍ତି। ସୋମବାର ଦୁଷ୍ଟାମୀ କରିବାରୁ ସେ ତାଙ୍କର ଜଣେ ୯ମ ଶ୍ରେଣୀର ଛାତ୍ରଙ୍କୁ ଚାପୁଡ଼ା ମାରିଥିଲେ। ବାସ୍‌ ଏଥିରେ ରାଗି ଯାଇ ବୁଧବାର ସେହି ଛାତ୍ର ଜଣଙ୍କ ସ୍କୁଲକୁ ଲଞ୍ଚ ବକ୍ସରେ ବନ୍ଧୁକ ନେଇ ଆସିଥିଲେ। ଏହାପରେ ଶିକ୍ଷକ ଗଗନଦୀପ ସିଂହ କୋହଲିଙ୍କୁ ସେ ଗୁଳି ମାରି ଦେଇଥିଲେ।

Advertisment

ପୂରା ଘଟଣା ଗୁରୁ ନାନକ ସ୍କୁଲରେ ଘଟଛି। ଗୁଳିଟି ଶିକ୍ଷକଙ୍କ ପିଠିରେ ବାଜି ବେକ ପାଖରେ ଲାଖି ଯାଇଥିଲା। ତାଙ୍କୁ ତୁରନ୍ତ ସ୍ଥାନୀୟ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଓ ସେଠାରେ ତାଙ୍କର ସର୍ଜରୀ କରାଯାଇଛି। ଏବେ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି।

ଶିକ୍ଷକ ଗଗନଦୀପଙ୍କ ଚିକିତ୍ସା କରୁଥିବା ଡାକ୍ତର ମୟଙ୍କ ଅଗ୍ରୱାଲ କହିଛନ୍ତି, ଗୁଳିକୁ ସଫଳତାର ସହ ବାହାର କରି ଦିଆଯାଇଛି। ଶ୍ରୀ କୋହଲିଙ୍କ ଅବସ୍ଥା ସ୍ଥିର ରହିଛି ଓ ତାଙ୍କୁ ଆଇସିୟୁରେ ନୀରିକ୍ଷଣ ପାଇଁ ରଖାଯିବ।

Advertisment

ପୁଲିସ୍‌ର କହିବା କଥା ଯେ ଅଭିଯୁକ୍ତ ଛାତ୍ର ଜଣଙ୍କ ସମର୍ଥ ବାଜୱା। ଚାପୁଡ଼ାର ପ୍ରତିଶୋଧ ନେବା ପାଇଁ ସେ ବେଶ ଚତୁରତାର ସହ ଲଞ୍ଚ ବକ୍ସରେ ବନ୍ଧୁକ ଭର୍ତ୍ତି କରି କ୍ଲାସରୁମକୁ ଆଣିଥିଲେ। ଖେଳ ଛୁଟି ହେବାରୁ ଗଗନଦୀପ କ୍ଲାସରୁମରୁ ବାହାରୁ ଥିବା ବେଳେ ପିଲାଟି ଟିଫିନ ବକ୍ସରୁ ବନ୍ଧୁକ ବାହାର କରି ପଛ ପଟୁ ଗୁଳି ମାଡ଼ କରିଥିଲେ। ଘଟଣା ପରେ ସମର୍ଥ ଖସି ଯିବାକୁ ଚେଷ୍ଟା କରିଥିଲେ। କିନ୍ତୁ ତାଙ୍କୁ ସ୍କୁଲର ଅନ୍ୟ ଶିକ୍ଷକ ଓ କର୍ମଚାରୀମାନେ ଧରି ପୁଲିସ୍‌ରେ ଜିମା ଦେଇଥିଲେ।

ନାବାଳକ ଛାତ୍ରଙ୍କ ବିରୋଧରେ ପୁଲିସ୍‌ ମାମଲା ରୁଜୁ କରିଛି। ସେହିପରି ସେ ବନ୍ଧୁକ କେଉଁଠୁ ଓ କାହା ଠାରୁ ଆଣିଲେ, ତା’ର ମଧ୍ୟ ଯାଞ୍ଚ କରାଯାଉଛି।

Teachers Crime Uttarakhand
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe