Advertisment

ରାଜଧାନୀରେ ନିଶା ମାଫିଆଙ୍କ ଦୌରାତ୍ମ୍ୟ; ଧଉଳି ଥାନା SIଙ୍କୁ ଆକ୍ରମଣ

ନିଶା ମାଫିଆଙ୍କ ଆକ୍ରମଣରେ ଧଉଳି ଥାନା SI ଆହତ ହୋଇଥିଲେ।

author-image
Tapaswini Nayak
Police station

Police station

ରାଜଧାନୀରେ ବଢ଼ିଛି ନିଶା ମାଫିଆଙ୍କ ଦୌରାତ୍ମ୍ୟ। ନିଶା ମାଫିଆଙ୍କ ଆଡ୍ଡା ଉପରେ ଚଢ଼ାଉ କରିବାକୁ ଯାଇ ଆକ୍ରମଣରେ ଶିକାର ହୋଇଛନ୍ତି ଧଉଳି ଥାନା SI ରମେଶ ଭୋଳ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

Advertisment

ଧଉଳି ଅଞ୍ଚଳରେ ଏକ ପରିତ୍ୟକ୍ତ ଘରେ କିଛି ଲୋକ ନିଶା କାରବାର ଚଲାଇଥିବା ଧଉଳି ଥାନା ପୁଲିସ କୌଣସି ସୁତ୍ରରୁ ଖବର ପାଇଥିଲା। ଗତକାଲି ରାତିରେ ଧଉଳି ଥାନା SI ରମେଶ ଭୋଳ ପୁଲିସ ଟିମ୍‌କୁ ନେଇ ପରିତ୍ୟକ୍ତ ଘରେ ଚଢ଼ାଉ କରିବାକୁ ପିସିଆର ଭ୍ୟାନ ନେଇ ପହଞ୍ଚିଥିଲେ। ଚଢ଼ାଉ ବେଳେ ନିଶା ମାଫିଆମାନେ ପୁଲିସ ଉପରେ ଆକ୍ରମଣ କରିଥିଲେ।

ନିଶା ମାଫିଆଙ୍କ ଆକ୍ରମଣରେ ଧଉଳି ଥାନା SI ଆହତ ହୋଇଥିଲେ। ପୁଲିସର ଅନ୍ୟ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ୪ଜଣ ନିଶା ମାଫିଆଙ୍କୁ ଗିରଫ କରିଥିଲା। ଅନ୍ୟ ନିଶା ମାଫିଆମାନେ ପୁଲିସକୁ ଚକମା ଦେଇ ଚମ୍ପଟ ମାରିଥିଲେ। ଏନେଇ ଧଉଳି ଥାନାରେ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଛି। 

Advertisment
Odisha Police Bhubaneswar Police Attack