Advertisment

ଆୟଠାରୁ ୨୮୦% ଅଧିକ ସମ୍ପତ୍ତି ଠୁଳ କରି ବନ୍ଧା ହେଲେ ଖାଦ୍ୟ ଯୋଗାଣ ଅଧିକାରୀ

ସିଏସ୍‌ଓ ସୁରେଶ କୁମାର ପାଣିଗ୍ରାହୀଙ୍କ ସମସ୍ତ ସମ୍ପତ୍ତି ଠାବ କରି ତା’ର ହିସାବ କଲାପରେ ତାଙ୍କ ଆୟ ଓ ବ୍ୟୟର ହିସାବ କରାଯାଇଥିଲା ଏବଂ ସେ ତାଙ୍କ ଆୟଠାରୁ ୨୮୦% ସଂପତ୍ତି ଠୁଳ କରିଥିବା ଜଣାପଡ଼ିଛି।

Suresh Kumar Panigrahee

Suresh Kumar Panigrahee

Advertisment

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଯୋଗୁ ସୁବର୍ଣ୍ଣପୁର ଖାଦ୍ୟ ଯୋଗାଣ ଅଧିକାରୀ (ସିଏସ୍‌ଓ) ସୁରେଶ କୁମାର ପାଣିଗ୍ରାହୀଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ। ସେ ତାଙ୍କ ଆୟଠାରୁ ୨୮୦% ଅଧିକ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

Advertisment

ସିଏସ୍‌ଓ ସୁରେଶ କୁମାର ପାଣିଗ୍ରାହୀ ଓ ତାଙ୍କ ପରିବାର ଲୋକଙ୍କ ନାଁରେ ବଲାଙ୍ଗିର ସହରର ତୁଳସୀନଗରରେ ଏକ ଦୁଇ ମହଲା କୋଠା ଅଛି, ଯାହା ୨୫୦୦ ବର୍ଗଫୁଟ ଅଞ୍ଚଳରେ ନିର୍ମିତ ହୋଇଛି। ସେହି ତୁଳସୀନଗରରେ ତାଙ୍କର ଆଉ ଗୋଟିଏ କୋଠା ମଧ୍ୟ ଅଛି। ୧୯ଟି ପ୍ଲଟ କିଣିଛନ୍ତି ସିଏସ୍‌ଓ ଶ୍ରୀ ପାଣିଗ୍ରାହୀ। ସେଥିରୁ ୩ଟି ଭୁବନେଶ୍ୱରର ପ୍ରମୁଖ ଅଞ୍ଚଳରେ ଥିବା ବେଳେ ୪ଟି ସମ୍ବଲପୁର ସହରରେ, ଗୋଟିଏ ବଲାଙ୍ଗିର ସହରରେ, ଗୋଟିଏ ବରଗଡ଼ ସହରରେ ଓ ବାକି ୧୦ଟି ବରଗଡ଼ ଜିଲ୍ଲାର ବିଜେପୁରରେ ଅଛି। ବିଜେପୁରର ବଲଣ୍ଡା ଗାଁରେ ତାଙ୍କର ୪ ଏକରର ଏକ ଫାର୍ମ ହାଉସ୍ ଅଛି। ସେଠାରେ ୫୦୦ ଶାଗୁଆନ ଗଛ ଲାଗିଛି।

ଶ୍ରୀ ପାଣିଗ୍ରାହୀ ମୋଟ ୧ କୋଟି ୭୨ ଲକ୍ଷ ୩୫ ହଜାର ୯୪୬ ଟଙ୍କାର ବ୍ୟାଙ୍କ, ବୀମା ଓ ଡାକ ଘର ଜମା ସହିତ ମ୍ୟୁଚୁଆଲ ଫଣ୍ଡ ନିବେଶ କରିଛନ୍ତି। ତାଙ୍କ ଘରୁ ନଗଦ ୧ ଲକ୍ଷ ୪୯ ହଜାର ୮୭୦ ଟଙ୍କା ମିଳିଥିଲା। ତାଙ୍କର ଗୋଟିଏ ଚାରି ଚକିଆ ଗାଡ଼ି (ମାରୁତି ସ୍ୱିଫ୍ଟ) ଓ ୩ଟି ଦୁଇ ଚକିଆ ଗାଡ଼ି ଅଛି। ତାଙ୍କ ଘରୁ ୮.୧୦ ଲକ୍ଷ ଟଙ୍କାର ସୁନା ଗହଣା ଓ ଆସବାବପତ୍ର ଠାବ କରାଯାଇଛି।

Advertisment

ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ଯେ ସିଏସ୍‌ଓ ସୁରେଶ କୁମାର ପାଣିଗ୍ରାହୀଙ୍କ ସମସ୍ତ ସମ୍ପତ୍ତି ଠାବ କରି ତା’ର ହିସାବ କଲାପରେ ତାଙ୍କ ଆୟ ଓ ବ୍ୟୟର ହିସାବ କରାଯାଇଥିଲା ଏବଂ ସେ ତାଙ୍କ ଆୟଠାରୁ ୨୮୦% ସଂପତ୍ତି ଠୁଳ କରିଥିବା ଜଣାପଡ଼ିଛି। ଏହି ମାମଲାରେ ଭିଜିଲାନ୍ସର ତଦନ୍ତ ଜାରି ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe