Advertisment

ଛାତ୍ରୀ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ପଛରେ MMS ଲିଙ୍କ୍‌!

ଭଦ୍ରକର ଝିଅ ଶୁଭଲକ୍ଷ୍ମୀ ସାହୁ ରାଜଧାନୀ ଭୁବନେଶ୍ୱରରେ ନିଜ ସମ୍ପର୍କୀୟ ମାମୁ ଘରେ ରହି କମଳା ନେହରୁ ମହାବିଦ୍ୟାଳୟରେ ପଢ଼ୁଥିଲେ। କଲେଜରେ ପାଠ ପଢ଼ିବା ସହିତ ମଡେଲିଂ କରୁଥିଲେ।

Subha Laxmi

Subha Laxmi

Advertisment

ଛାତ୍ରୀ ଶୁଭଲକ୍ଷ୍ମୀ ସାହୁଙ୍କ ମୃତ୍ୟୁ କେମିତି ହେଲା? ତାଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି। ଏହାକୁ ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ସାମ୍ନାକୁ ଆସିଛି ଶୁଭଲକ୍ଷ୍ମୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ। ଯେଉଁଥିରେ ସେ ଜଣେ ଯୁବକଙ୍କ ସହିତ ଥିବା ଦେଖିବାକୁ ମିଳିଛି।

Advertisment

ତେବେ ଏଠି ପ୍ରଶ୍ନ ଉଠିଛି, ଭିଡିଓରେ ଥିବା ଯୁବକ କିଏ? ତାଙ୍କ ନାଁ କଣ? ଏହି ଭିଡିଓ ଶୁଟିଂ କଲା କିଏ? ସେହି ଭିଡିଓ ଦେଖାଇ ଶୁଭଲକ୍ଷ୍ମୀଙ୍କୁ ବ୍ଲାକମେଲିଂ କରାଯାଉଥିଲା କି? ଭିଡିଓ ସହିତ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁରେ କଣ ସମ୍ପର୍କ ରହିଛି? ଶୁଭଲକ୍ଷ୍ମୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ସାମ୍ନାକୁ ଆସିବା ପରେ ଏମିତି ନାନା ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି। ସେପଟେ ଭୁବନେଶ୍ୱର କମିଶନରେଟ ପୁଲିସ୍‌ ସେହି ଭିଡିଓକୁ ଜବତ କରି ଯାଞ୍ଚ କରୁଛି।

ଅନ୍ୟପକ୍ଷରେ ଶୁଭଲକ୍ଷ୍ମୀଙ୍କ ଫୋନ୍ କଲ୍ ରେକର୍ଡକୁ ଛାନଭିନ୍ କରୁଛି ପୁଲିସ୍‌। ମୃତ୍ୟୁ ଦିନ ସେ କାହା ସହ କଥା ହୋଇଥିଲେ ? ଗତ ଦୁଇ ମାସ ମଧ୍ୟରେ କାହାକୁ କଲ୍ କରିଥିଲେ ଓ କାହାକୁ ମେସେଜ୍ କରିଥିଲେ, ସେ ସବୁକୁ ତନ୍ନ ତନ୍ନ କରି ପୁଲିସ ଯାଞ୍ଚ କରୁଛି। ଏଥିସହ ଶୁଭଲକ୍ଷ୍ମୀଙ୍କ ହ୍ୱାଟ୍ସଆପ୍‌ ଆକାଉଣ୍ଟକୁ ଯାଞ୍ଚ କରୁଛି। ମିଳିଥିବା ସୂଚନା ଅନୁସାରେ, ଶୁଭଲକ୍ଷ୍ମୀଙ୍କ ହ୍ୱାଟ୍ସଆପ୍‌ ମେସେଜ ଚାଟ ଡ଼ିଲିଟ୍‌ ହୋଇଛି। ଶୁଭଲକ୍ଷ୍ମୀଙ୍କ ମେସେଜ କିଏ ଡିଲିଟ୍‌ କଲା? ତାହାର ମଧ୍ୟ ଖୋଳତାଡ଼ କରୁଛି ପୁଲିସ୍‌। ଡିଲିଟ୍‌ ହୋଇଥିବା ମେସେଜ ରିକଭର ପାଇଁ ଚେଷ୍ଟା କରୁଛି ପୁଲିସ।

Advertisment

ଭଦ୍ରକର ଝିଅ ଶୁଭଲକ୍ଷ୍ମୀ ସାହୁ ରାଜଧାନୀ ଭୁବନେଶ୍ୱରରେ ନିଜ ସମ୍ପର୍କୀୟ ମାମୁ ଘରେ ରହି କମଳା ନେହରୁ ମହାବିଦ୍ୟାଳୟରେ ପଢ଼ୁଥିଲେ। କଲେଜରେ ପାଠ ପଢ଼ିବା ସହିତ ମଡେଲିଂ କରୁଥିଲେ। ଏଥିସହ ବାର୍‌ରେ ଡ୍ୟାନ୍ସର ଭାବେ କାମ କରୁଥିବା ଚର୍ଚ୍ଚା ହେଉଛି। ତେବେ ଏଠି ପ୍ରଶ୍ନ ଉଠୁଛି, ଶୁଭଲକ୍ଷ୍ମୀଙ୍କ ବୟସ ପ୍ରାୟ ୧୭ ବର୍ଷ ହୋଇଥିବା ବାର୍‌ ଡ୍ୟାନ୍ସର ଭାବେ କେମିତି କାମ କରୁଥିଲେ? ସେଠାରେ କାମ କରିବାକୁ କିଏ ଅନୁମତି ଦେଇଥିଲା? କମିଶନରେଟ୍‌ ପୁଲିସ୍‌ ଏହା ଉପରେ ତଦନ୍ତ କରୁଛି କି ନାହିଁ।

ସୂଚନାରୁ ପ୍ରକାଶ, ଶୁକ୍ରବାର ରାତି ପ୍ରାୟ ୩.୨୦ ମିନିଟ୍‌ରେ ଶୁଭଲକ୍ଷ୍ମୀ କଟକ ରୋଡ୍‌ରେ ଥିବା ହୋଟେଲ ଦୀପାଲି ଇଣ୍ଟରନ୍ୟାସନାଲ୍‌କୁ ଯାଇଥିଲେ। ହୋଟେଲ୍‌ ୨୦୫ ନମ୍ୱର ରୁମ୍‌ରେ ରହିଥିଲେ। ଶନିବାର ସକାଳେ ଓ ମଧ୍ୟାହ୍ନରେ କବାଟ ଖୋଲିନଥିଲେ ଶୁଭଲକ୍ଷ୍ମୀ। ହୋଟେଲ୍‌ କର୍ମଚାରୀଙ୍କ ମନରେ ସନ୍ଦେହ ବଢ଼ିବାରୁ ରୁମ କବାଟ ଭାଙ୍ଗିବାରୁ ଦେଖାଯାଇଥିଲା ତାଙ୍କର ଝୁଲନ୍ତା ମୃତଦେହ।

Crime Bhadrak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe