Advertisment

୧୦ ହଜାର ଲାଞ୍ଚ ନେବାବେଳେ ଧରାପଡ଼ିଲେ ମୁଖ୍ୟ କିରାଣୀ

ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଜାଲରେ ବରିଷ୍ଠ କିରଣୀ। ଆଟ୍ରୋସିଟି ବିଲ ପାସ୍ କରାଇ ଦେବା ପାଇଁ ନେଉଥିଲେ ଲାଞ୍ଚ। ୧୦ ହଜାର ଲାଞ୍ଚ ନେଲାବେଳେ ମାଡ଼ିବସିଲା ଭିଜିଲାନ୍ସ।

ଅଦ୍ୟତନ ହୋଇଛି
Vigilance Raid

Vigilance Raid

Advertisment

ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଜାଲରେ ବରିଷ୍ଠ କିରଣୀ। ଯାଜପୁର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଅଫିସରେ ବରିଷ୍ଠ କିରାଣୀ ଭାବେ କାମ କରୁଥିବା ସୁବ୍ରତ କୁମାର କାନୁନଗୋ ଆଜି ରଙ୍ଗେ ହାତ ଧରା ପଡ଼ିଛନ୍ତି। ସେ  ଆଟ୍ରୋସିଟି ବିଲ ପାସ୍ କରାଇ ଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ ଧରିଛି।

Advertisment

ମିଳିଥିବା ସୂଚନା ଅନୁସାରେ, ବଡ଼ସୁଆର ଗ୍ରାମର ଟୁନିଆ ଜେନା ନାମକ ଜଣେ ଅନୁସୂଚିତ ଜାତି ମହିଳାଙ୍କୁ ଆଟ୍ରୋସିଟି ମାମଲାରେ ସରକାରଙ୍କ ପକ୍ଷରୁ ଜିଲ୍ଲା ମଙ୍ଗଳ ବିଭାଗ ନିକଟକୁ ୭୫ ହଜାର ଟଙ୍କାର କ୍ଷତିପୂରଣ ରାଶି ଆସିଥିଲା। ହେଲେ ବରିଷ୍ଠ କିରାଣୀ ଏହା ଉପରେ ମୋହର ମାରି ନଥିଲେ। ତେଣୁ କ୍ଷତିଗ୍ରସ୍ତଙ୍କୁ ଅନୁକମ୍ପା ରାଶି ମିଳି ନଥିଲା। ତେବେ ଏହି ହରିଜନ ଓ ଆଦିବାସୀ କ୍ଷତିପୂରଣ ଅନୁକମ୍ପା ରାଶି ବିଲ ପାସ କରାଇଦେବା ପାଇଁ ସୁବ୍ରତ ୨୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।

ପୂର୍ବରୁ ସେ ୧୫ ହଜାର ନେଇଥିବା ବେଳେ ଆଜି ୧୦ ହଜାର ଟଙ୍କା ନେବାର ଥିଲା। କିନ୍ତୁ ଏସମ୍ପର୍କରେ ପୀଡ଼ିତ ଜଣଙ୍କ ଭିଜିଲାନ୍ସକୁ ଜଣାଇଥିଲେ। ଏହାପରେ ଯାଜପୁର ଭିଜିଲାନ୍ସ ଟିମ୍ ତାଙ୍କୁ ରଙ୍ଗେ ହାତ ଧରିବାକୁ ଯୋଜନା କରିଥିଲା। 

Advertisment

ଯୋଜନା ମୁତାବକ ଆଜି ଟଙ୍କା ନେଉଥିବା ବେଳେ ଯାଜପୁର ଭିଜିଲାନ୍ସ ଟିମ ତାଙ୍କୁ ଧରିଥିଲା। ୧୦ ହଜାର ଟଙ୍କା ଅଧିକାରୀମାନେ ଜବତ କରିବା ସହ ସୁବ୍ରତ କୁମାର କାନୁନଗୋଙ୍କୁ ଗିରଫ କରିଛନ୍ତି। 

Jajpur Odisha Vigilance Vigilance Net
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe