ଅଦ୍ୟତନ ହୋଇଛି
sundargarh
Advertisment
ସୁନ୍ଦରଗଡ: ଲାଞ୍ଚ ନେଇ ଚୋରା ଗଞ୍ଜେଇ ଗାଡ଼ିକୁ ଛାଡ଼ିଦେବା ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲା ବନ୍ଧମୁଣ୍ଡା ଜିଆରପିର ୪ଜଣ ଅଧିକାରୀ ଓ ୨ଜଣ କନଷ୍ଟେବଳ ନିଲମ୍ୱିତ ହୋଇଛନ୍ତି। ନିଲମ୍ୱିତ ଅଧିକାରୀ ମାନେ ହେଲେ ଓଆଇସି ଜି ପ୍ରଧାନ, ଏଏସ୍ଆଇ ଏ ରାଉଳ, ଏଏସ୍ଆଇ ଜେବି ବାରିକ ଏବଂ ଏଏସ୍ଆଇ ଏନ୍ ଦାସ। ଶୁକ୍ରବାର ଏହି ପୋଲିସ ଅଧିକାରୀମାନେ ୧୦ଲକ୍ଷ ଟଙ୍କା ମୂଲ୍ୟର ଚୋରା ଗଞ୍ଜେଇ ଭର୍ତ୍ତି ଏକ ବୋଲେରୋକୁ ଲାଞ୍ଚ ନେଇ ଛାଡ଼ି ଦେଇଥିବା ଅଭିଯୋଗ ହୋଇଛି। ଗାଡ଼ିଟି ଏକ ତନଖି ଫାଟକରେ ଧରା ପଡ଼ିବାରୁ ଘଟଣା ପଦାକୁ ଆସିଥିଲା। ଉଭୟ ଓଡ଼ିଶା ଓ ଝାଡ଼ଖଣ୍ଡ ପୋଲିସ ଏହି ଗଞ୍ଜେଇ ଚୋରା ଚାଲାଣ ଘଟଣାର ତଦନ୍ତ ଆରମ୍ଭ କରିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/08/sundargarh.png)