Advertisment

ମହଙ୍ଗା ପଡ଼ିଲା ବିବାଦୀୟ ପୋଷ୍ଟ, ବନ୍ଧା ହେଲା ସୁଦର୍ଶନ ଟିଭିର ସମ୍ପାଦକ

କିଛି ଦିନ ତଳେ ନୁହ ଓ ହରିଆଣାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଗୁଡ଼ିକରେ ସାଂପ୍ରଦାୟିକ ହିଂସା ଦେଖିବାକୁ ମିଳିଥିଲା। ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବ୍ୟାପକ ପୋଡ଼ା ଜଳା ହୋଇଥିଲା।

mukesh Kumar

mukesh Kumar

Advertisment

ହରିଆଣାର ନୁହ୍‌ ହିଂସାକୁ ନେଇ ଅତ୍ୟନ୍ତ ଆପତ୍ତିଜନକ ଓ ବିବାଦୀୟ ପୋଷ୍ଟ କରିବା ସୁଦର୍ଶନ ଟିଭିର ଜଣେ ସମ୍ପାଦକଙ୍କୁ ମହଙ୍ଗା ପଡ଼ିଛି। ବିଦ୍ୱେଷ ସୃଷ୍ଟି ଓ ଫେକ ନ୍ୟୁଜର ପ୍ରଚାର ଉଦ୍ଦେଶ୍ୟରେ ଟ୍ୱିଟ(ଏବେ ଏକ୍ସ) କରିବା ଯୋଗୁ ଗୁରୁଗ୍ରାମ ପୁଲିସ୍‌ ସୁଦର୍ଶନ ଟିଭିର ଆବାସିକ ସମ୍ପାଦକ ମୁକେଶ କୁମାରଙ୍କୁ ଗିରଫ କରିଛି।

Advertisment

କିଛି ଦିନ ତଳେ ନୁହ ଓ ହରିଆଣାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଗୁଡ଼ିକରେ ସାଂପ୍ରଦାୟିକ ହିଂସା ଦେଖିବାକୁ ମିଳିଥିଲା। ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବ୍ୟାପକ ପୋଡ଼ା ଜଳା ହୋଇଥିଲା।

ଦୁଇ ସଂପ୍ରଦାୟର ଲୋକଙ୍କ ମଧ୍ୟରେ ବିବାଦ ଚରମସୀମାରେ ଥିବା ବେଳେ ମୁକେଶ ଏଥିରେ ଘିଅ ଢାଳିବା କାମ କରିଥିଲେ। ସେ ହଠାତ୍‌ ଗୋଟିଏ ଟ୍ୱିଟ କରି କହିଥିଲେ ଯେ ବିଦେଶର ଗୋଟିଏ ମିଡିଆ ଚ୍ୟାନେଲ ବାରମ୍ବାର ଗୁରୁଗ୍ରାମ ପୁଲିସ୍‌କୁ ଫୋନ କରୁଛି।

Advertisment

ଉକ୍ତ ଚ୍ୟାନେଲ ନୁହ ହିଂସାରେ ହିନ୍ଦୁମାନଙ୍କୁ ଗିରଫ କରିବା ପାଇଁ ପୁଲିସ୍‌ ଉପରେ ଚାପ ପକାଉଛି। ଫୋନ କଲ ଯୋଗୁ ଡିସିପି ଗୁରୁଗ୍ରାମ ଏତେ ଚାପରେ ରହିଛନ୍ତି ଯେ ସେ ହିନ୍ଦୁ କର୍ମକର୍ତ୍ତାଙ୍କୁ ଯେଉଁଠୁ ଇଚ୍ଛା ସେଇଠୁ ଉଠାଇବାରେ ଲାଗିଥିବା ମୁକେଶ କୁମାର ଅଭିଯୋଗ କରିଥିଲେ।

ଏହାକୁ ନେଇ ବେଶ ବିବାଦ ହୋଇଥିଲା। ଗୁରୁଗ୍ରାମ ପୁଲିସ ବିରୋଧରେ ମିଥ୍ୟା ପ୍ରଚାର କରିଥିବାରୁ ମୁକେଶ କୁମାରଙ୍କ ନାଁରେ ମାମଲା ହୋଇଥିଲା। ଶେଷରେ ତାଙ୍କୁ ପୁଲିସ ଗିରଫ କରିଛି।

କିନ୍ତୁ ତାଙ୍କ ଚ୍ୟାନେଲ ସୁଦର୍ଶନ ଟିଭି ଗିରଫଦାରୀକୁ ଅପହରଣର ନାଁ ଦେଇ ପୁଣି ମିଥ୍ୟା ପ୍ରଚାର କରିବାକୁ ଚେଷ୍ଟା କରିଥିଲେ। ଚ୍ୟାନେଲ କହିଥିଲା ଯେ “ସମସ୍ୟାରେ ଥିବା ହିନ୍ଦୁ କର୍ମକର୍ତ୍ତାଙ୍କୁ ସହଯୋଗ କରିବାକୁ ମୁକେଶ କୁମାର ମେୱାତ ଯାଇଥିଲେ। ତାଙ୍କୁ ଯୋଜନାବଦ୍ଧ ଭାବେ ଗୁଣ୍ଡାମାନେ କାର୍‌ରୁ ହିଁ ଅପହରଣ କରି ନେଇଛନ୍ତି।”

ତେବେ ପରବର୍ତ୍ତୀ ଅବସ୍ଥାରେ ସଂସ୍ଥା ପୁଣି କହିଥିଲା ଯେ ଗୁରୁଗ୍ରାମ ପୁଲିସ୍‌ ତାଙ୍କୁ ଗିରଫ କରିଛି। କିନ୍ତୁ ପୁଲିସ୍‌କୁ ଏସଂକ୍ରାନ୍ତରେ ବିବୃତି ଜାରି କରିବା ପାଇଁ ୭ ଘଣ୍ଟା ସମୟ ଲାଗିଥିଲା। ଏଥିସହ ଚ୍ୟାନେଲ ଗିରଫଦାରୀକୁ ବେଆଇନ କହିଛି।

Haryana Clashes Haryana Communal Clashes
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe