Advertisment

ପାକିସ୍ତାନରେ ଆତ୍ମଘାତୀ ବୋମା ବିସ୍ଫୋରଣ; ୯ ସୈନ୍ୟ ମୃତ, ୧୭ ଗୁରୁତର

ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରୋଭିନ୍ସର ବାନ୍ନୁ ଜିଲ୍ଲାରେ ଗତକାଲି ଏକ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ ଘଟିଛି।

Blast

Blast

Advertisment

ପୁଣିଥରେ ଆତ୍ମଘାତୀ ବିସ୍ଫୋରଣରେ ଥରିଲା ପାକିସ୍ତାନ, ଅକାଳରେ ଚାଲିଗଲା ବହୁ ନିରୀହ ଜୀବନ । ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରୋଭିନ୍ସର ବାନ୍ନୁ ଜିଲ୍ଲାରେ ଗତକାଲି ଏକ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ ଘଟିଛି। ଏଥିରେ ପାକିସ୍ତାନର ୯ ସୈନ୍ୟଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଗୁରୁତର ହୋଇଛନ୍ତି।

Advertisment

ବାନ୍ନୁ ଜିଲ୍ଲାରେ ଗତକାଲି ଜଣେ ଆତତାୟୀ ଏକ ବାଇକ୍‌ରେ ଆସି ପାକିସ୍ତାନୀ ସେନାର ଏକ ଦଳକୁ ଟାର୍ଗେଟ କରିଥିଲା। ହଠାତ୍‌ ବାଇକ୍‌ ଆରୋହୀ ସୁରକ୍ଷା ବାହିନୀର କନଭୟକୁ ଧକ୍କା ଦେବାରୁ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା। ଫଳରେ ଘଟଣାସ୍ଥଳରେ ୯ ସୈନ୍ୟଙ୍କ ମୃତ୍ୟୁ ହୋଇଥିଲା। ଗୁରୁତର ୧୭ଜଣଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ବିସ୍ଫୋରଣ ପାଇଁ କୌଣସି ସଙ୍ଗଠନ ନିଜକୁ ଦାୟୀ କରି ନାହାନ୍ତି।

ଏହି ଘଟଣାକୁ ନେଇ ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ଅନୱର ଉଲ୍‌ ହକ୍‌ କାକର ଗଭୀର ଶୋକ ପ୍ରକାଶ କରିଛନ୍ତି। ଏଥିସହ ମୃତ ସୈନ୍ୟଙ୍କ ପରିବାର ତଥା ଗୁରୁତରଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ଏଥିସହ ସେ ଲେଖିଛନ୍ତି, ଏପରି ଆତତାୟୀ କାର୍ଯ୍ୟକଳାପ ନିନ୍ଦନୀୟ । ପାକିସ୍ତାନ ଏପରି ଆତଙ୍କବାଦ କାର୍ଯ୍ୟକଳାପକୁ ଦୃଢ ଭାବେ ନିନ୍ଦା କରୁଛି।

Advertisment

ସୂଚନାଯୋଗ୍ୟ, ଜୁଲାଇ ୩୦ ତାରିଖରେ ଖାଇବର ପଖତୁନଖ୍ୱାର ବାଜୁଲ ଜିଲ୍ଲଶରେ ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା। ଏକ ରାଜନୈତିକ ସଭାରେ ୪ଶହରୁ ଊର୍ଦ୍ଧ୍ୱ ଲୋକ ଏକତ୍ରିତ ହୋଇଥିବା ବେଳେ ଏହି ବିସ୍ଫୋରଣରେ ୬୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ବିସ୍ଫୋରଣ ପଛରେ ଇସଲାମିକ ଷ୍ଟେଟ ଗ୍ରୁପ୍‌ (ISI)ର ହାତ ଥିଲା।

ଏହାପରେ ଉତ୍ତର ୱାଜିରିସ୍ତାନରେ ବୋମା ବିସ୍ଫୋରଣ ହୋଇ ୧୧ ଶ୍ରମିକଙ୍କ ଜୀବନ ଯାଇଥିଲ। ଶ୍ରମିକମାନେ ଗୋଟିଏ ଭ୍ୟାନରେ ଯାଉଥିବା ବେଳେ ଗାଡ଼ିରେ ହିଁ ବିସ୍ଫୋରଣ ହୋଇଥିଲା।

Pakistan Bomb Blast
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe