Advertisment

ଅଭିନେତ୍ରୀ ପ୍ରତ୍ୟୁଷା ବାନାର୍ଜୀ ଆତ୍ମହତ୍ୟା ମାମଲାରେ କୋର୍ଟଙ୍କ ବଡ଼ ରାୟ, ଜୀବନକୁ ନର୍କ କରିଦେଇଥିଲେ ବୟଫ୍ରେଣ୍ଡ

ଟିଭି ଶୋ 'ବାଳିକା ବଧୂ'ରେ ଆନନ୍ଦୀ ଚରିତ୍ରରେ ଅଭିନୟ କରିଥିବା ପ୍ରତ୍ୟୁଷା ବାନାର୍ଜୀଙ୍କ ଆତ୍ମହତ୍ୟା ମାମଲାର ବଡ଼ ଟ୍ୱିଷ୍ଟ। ବୟଫ୍ରେଣ୍ଡ ରାହୁଲ ସିଂହ ତାଙ୍କ ଜୀବନକୁ ନର୍କ କରି ଦେଇଥିବା କହିଲେ କୋର୍ଟ।

author-image
Debibandita Barick
ଅଦ୍ୟତନ ହୋଇଛି
File Image

File Image

ଟିଭି ଶୋ 'ବାଳିକା ବଧୂ'ରେ ଆନନ୍ଦୀ ଚରିତ୍ରରେ ଅଭିନୟ କରିଥିବା ପ୍ରତ୍ୟୁଷା ବାନାର୍ଜୀଙ୍କ ଆତ୍ମହତ୍ୟାକୁ ନେଇ ବଡ଼ ବୟାନ ଦେଲେ କୋର୍ଟ। ମାମଲାରେ ଜଡିତ ବୟଫ୍ରେଣ୍ଡ ରାହୁଲ ସିଂହଙ୍କ ଏକ ଆବେଦନକୁ ଖାରଜ୍ କରି ପ୍ରତ୍ୟୁଷାଙ୍କ ଆତ୍ମହତ୍ୟା ପାଇଁ ସେ ଦାୟୀ ବୋଲି ଦର୍ଶାଇଛନ୍ତି। ବାସ୍ତବରେ ରାହୁଲ ହିଁ ତାଙ୍କ ଜୀବନକୁ ନର୍କ କରି ଦେଇଥିଲେ, ଯାହା ଫଳରେ ସେ ଏତେବଡ଼ ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଥିଲେ ବୋଲି କହିଛନ୍ତି କୋର୍ଟ।

Advertisment

ଅପ୍ରେଲ ୧, ୨୦୧୬ରେ ଗୋରେଗାଁରେ ଥିବା ନିଜ ଫ୍ଲାଟରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ ପ୍ରତ୍ୟୁଷା। ବାନାର୍ଜୀଙ୍କ ମା’ଙ୍କ ଅଭିଯୋଗକୁ ଭିତ୍ତି କରି  ଅଭିନେତା ତଥା ଇଭେଣ୍ଟ ଆୟୋଜକ ରାହୁଲଙ୍କୁ ପୁଲିସ ଗିରଫ କରିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଜାମିନରେ ଆସିଥିଲେ ରାହୁଲ। ରାହୁଲ ଓ ପ୍ରତ୍ୟୁଷା ଉଭୟ ଉଭୟଙ୍କୁ ପ୍ରେମ କରୁଥିଲେ। ରାହୁଲଙ୍କ କାରଣରୁ ଝିଅ ଆତ୍ମହତ୍ୟା କରିଥିବା ତାଙ୍କ ମାଆ ଅଭିଯୋଗ କରିଥିଲେ। ଦୀର୍ଘ ୭ ବର୍ଷ ପରେ ମୁମ୍ୱାଇ କୋର୍ଟ ଏ ଉପରେ ଏକ ଆଶ୍ଚର୍ଯ୍ୟକର ବୟାନ୍ ଦେଇଛନ୍ତି।

ଆଜି ମୁମ୍ୱାଇ କୋର୍ଟରେ ଏହି ମାମଲା ଉପରେ ଏକ ଶୁଣାଣି ହୋଇଥିଲା। ମାମଲାରେ ନିର୍ଦ୍ଦୋଷ ସାବ୍ୟସ୍ତ କରିବା ପାଇଁ କୋର୍ଟରେ ରାହୁଲ ଆବେଦନ କରିଥିଲେ। ଅଦାଲତ ଏ ଉପରେ ଶୁଣାଣି କରି ପ୍ରତ୍ୟୁଷାଙ୍କ ଆତ୍ମହତ୍ୟା ପାଇଁ ରାହୁଲ ଦାୟୀ ବୋଲି କହିଛନ୍ତି। କୋର୍ଟ କହିଛନ୍ତି ଯେ, ରାହୁଲ ପ୍ରତ୍ୟୁଷାଙ୍କ ଜୀବନକୁ ଏକ ପ୍ରକାର ନର୍କ କରି ଦେଇଥିଲେ। ଏପରି ନିର୍ଯାତନା ଦେଇଥିଲେ ଯେ, ଯାହା ଫଳରେ ସେ ବାଧ୍ୟ ହୋଇ ଆତ୍ମହତ୍ୟା କରିଛନ୍ତି।

Advertisment

ଅଦାଲତ ଆହୁରି କହିଛନ୍ତି, ରାହୁଲ ପ୍ରତ୍ୟୁଷାଙ୍କୁ ଶାରୀରିକ, ମାନସିକ, ଆର୍ଥିକ ନିର୍ଯ୍ୟାତନା ସହ ଶୋଷଣ ମଧ୍ୟ କରିଥିଲେ। ଅଧିକନ୍ତୁ ତାଙ୍କୁ ବିଭିନ୍ନ ସମୟରେ ନିଶାଦ୍ରବ୍ୟ ଯୋଗାଇ ଦେଇଥିଲେ। ସାନ୍ତ୍ୱନା ଦେବା ପାଇଁ କେବେ ବି କୌଣସି ପଦକ୍ଷେପ ନେଇନାହାନ୍ତି, ବରଂ ତାଙ୍କର କାର୍ଯ୍ୟକଳାପ ତାଙ୍କୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇଥିଲେ।

Bombay Court Balika Badhu Fame Pratyusha Banerjee Pratyusha Banerjee Suicide Case