Advertisment

ଝୁଲି ପଡ଼ିଲେ ନା ମାରି ଝୁଲାଇ ଦେଲେ

ଘଟଣାର ତଦନ୍ତ କରି ଦୋଷୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ମୃତ ମହିଳାଙ୍କ ବାପା ଦାବି କରିଛନ୍ତି।

Bikram and Trupti

Bikram and Trupti

Advertisment

ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ। ରାଜଧାନୀ ଭୁବନେଶ୍ୱରରୁ ଆସିଛି ଏହି ଅଭିଯୋଗ। ମଞ୍ଚେଶ୍ୱର ଥାନା ଧିରୁକୁଟି ସାହିର ଏକ ଘରୁ ଜଣେ ନବବଧୂଙ୍କ ଝୁଲନ୍ତା ମୃତଦେହ ମିଳିବା ପରେ ଯୌତୁକ ପାଇଁ ତାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ବାପ ଘର ଲୋକେ ଅଭିଯୋଗ କରିଛନ୍ତି। ପୁଲିସ ମୃତ ମହିଳାଙ୍କ ସ୍ୱାମୀଙ୍କୁ ଗିରଫ କରିଛି।

Advertisment

ମୃତ ମହିଳାଙ୍କ ନାଁ ତୃପ୍ତି ନାୟକ। ତାଙ୍କ ଘର ଭୁବନେଶ୍ୱରର ଚନ୍ଦକା ଥାନା ଅନ୍ତର୍ଗତ ଅନ୍ଧାରୁଆରେ। ଗତ ଫେବ୍ରୁଆରୀ ମାସରେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ାର ଜାକେଲା ଗାଁର ପଦିଆ ନାୟକଙ୍କ ପୁଅ ବିକ୍ରମ ନାୟକଙ୍କ ସହିତ ତାଙ୍କର ବିବାହ ହୋଇଥିଲା। ସେମାନେ ଏବେ ମଞ୍ଚେଶ୍ୱର ଥାନା ଧିରୁକୁଟି ସାହିରେ ରହୁଛନ୍ତି।

ତୃପ୍ତିଙ୍କ ବାପା ସୁବାସ ନାୟକ ମଞ୍ଚେଶ୍ୱର ଥାନାରେ ଦେଇଥିବା ଏତଲାରେ ଉଲ୍ଲେଖ କରିଛନ୍ତି ଯେ ବିବାହ ପରଠାରୁ ଶାଶୂ ଘର ଲୋକେ ତାଙ୍କ ଝିଅକୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ। ଝିଅକୁ ତା’ ଶାଶୂ ସବିତା ନାୟକ, ଶ୍ୱଶୁର ପଦିଆ ନାୟକ, ନଣଦ ରୋଜି ଓ ପ୍ରୀତି ଏବଂ ଭିଣୋଇ ବାରମ୍ବାର ମାନସିକ ଓ ଶାରୀରିକ ନିର୍ଯାତନା ଦେଇଆସୁଥିଲେ। ତେଣୁ ଆମ ଝିଅକୁ ଯୋଜନାବଦ୍ଧ ଭାବେ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରାଯାଇଛି ବୋଲି ଆମେ ଅନୁମାନ କରୁଛୁ।

Advertisment

ଘଟଣାର ତଦନ୍ତ କରି ଦୋଷୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ମୃତ ମହିଳାଙ୍କ ବାପା ଦାବି କରିଛନ୍ତି।

ପୁଲିସ ଅଭିଯୋଗ ପାଇବା ପରେ ତୃପ୍ତିଙ୍କ ସ୍ୱାମୀ ବିକ୍ରମ ନାୟକ ଓ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ପରେ ବିକ୍ରମଙ୍କୁ ଗିରଫ କରିଥିଲା ପୁଲିସ୍। ତାଙ୍କ ବିରୋଧରେ ଶାରୀରିକ ଓ ମାନସିକ ନିର୍ଯାତନା ସହିତ ହତ୍ୟା ମାମଲା ରୁଜୁ କରିଛି ପୁଲିସ। ଘଟଣାର ତଦନ୍ତ ଜାରି ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe