Advertisment

ଗୁଗଲରେ ସର୍ଚ୍ଚ କରୁଥିଲେ ଆତ୍ମହତ୍ୟାର ଉପାୟ, ତୁରନ୍ତ ଯୁବକଙ୍କ ପାଖରେ ପହଞ୍ଚିଲା ପୁଲିସ୍‌

ହତାଶ ଯୁବକ ଜଣଙ୍କ ଗୁଗଲରେ ଆତ୍ମହତ୍ୟାର ଭଲ ବାଟ ଟାଇପ୍‌ କରିବା କ୍ଷଣି ଏହାର ଖବର ଇଣ୍ଟରପୋଲ ପାଖରେ ପହଞ୍ଚି ଯାଇଥିଲା। କାରଣ ଇଣ୍ଟରପୋଲ ଇଣ୍ଟରନେଟକୁ ମନିଟର କରିଥାଏ।

Mumbai

Mumbai

Advertisment

ମା’ ଅପରାଧିକ ମାମଲାରେ ଜେଲରେ। ତାଙ୍କର ଜାମିନ ପାଇଁ ପୁଅ ପାଖରେ ଟଙ୍କା ନାହିଁ। ଦୀର୍ଘ ୬ ମାସ ହେଲା ଚାକିରି ଖଣ୍ଡେ ବି ମିଳୁନି। ଖାଇବାକୁ ଠିକ ଭାବେ କେହି ଦେଉ ନାହାନ୍ତି। ଏମିତି ଜୀବନ ରଖିବାର ଆଉ କୌଣସି କାରଣ ହିଁ।

Advertisment

ସବୁଆଡ଼ୁ ନିରାଶ ହେବା ପରେ ମୁମ୍ବାଇର ମାଲଦାରେ ରହୁଥିବା ଜଣେ ୨୮ ବର୍ଷୀୟ ଯୁବକ ଆତ୍ମହତ୍ୟା କରିବେ ବୋଲି ମନସ୍ଥ କରିଥିଲେ। କିନ୍ତୁ ସେ ଗୁଗଲରେ ଆତ୍ମହତ୍ୟାର ସବୁଠାରୁ ଭଲ ଉପାୟ ସର୍ଚ୍ଚ କରିବାରୁ ମୃତ୍ୟୁ ଭଳି ଚରମପଦକ୍ଷେପ ନେବା ପୂର୍ବରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। 

ହତାଶ ଯୁବକ ଜଣଙ୍କ ଗୁଗଲରେ ଆତ୍ମହତ୍ୟାର ଭଲ ବାଟ ଟାଇପ୍‌ କରିବା କ୍ଷଣି ଏହାର ଖବର ଇଣ୍ଟରପୋଲ ପାଖରେ ପହଞ୍ଚି ଯାଇଥିଲା। କାରଣ ଇଣ୍ଟରପୋଲ ଇଣ୍ଟରନେଟକୁ ମନିଟର କରିଥାଏ।

Advertisment

ଯୁବକ ଜଣଙ୍କ ଆତ୍ମହତ୍ୟା କରିବାକୁ ଚାହୁଁଥିବା ଇଣ୍ଟରପୋଲ ଜାଣିବା ପରେ ତୁରନ୍ତ ମୁମ୍ବାଇ ପୁଲିସ୍‌କୁ ଖବର ଦେଇଥିଲା। ପୁଲିସ୍‌ ମଧ୍ୟ ୨ ଘଣ୍ଟା ମଧ୍ୟରେ ଯୁବକଙ୍କ ଠିକଣା ଠାବ କରି ତାଙ୍କୁ ଆତ୍ମହତ୍ୟା କରିବା ପୂର୍ବରୁ ଉଦ୍ଧାର କରିବାକୁ ସକ୍ଷମ ହୋଇଛି।

ମଙ୍ଗଳବାର ମଧ୍ୟାହ୍ନ ସମୟରେ ପୁଲିସ୍‌ ଇଣ୍ଟରପୋଲର ଇ-ମେଲ ପାଇଥିଲା। ଗୁଗଲରେ ଆତ୍ମହତ୍ୟାର ବାଟ ଖୋଜୁଥିବା ବେଳେ ଯୁବକ ଜଣଙ୍କ ଗୋଟିଏ ମୋବାଇଲ ନମ୍ବର ଦେଇଥିଲେ। ତା’ର ତଥ୍ୟ ମଧ୍ୟ ଇଣ୍ଟରପୋଲ ମୁମ୍ବାଇ ପୁଲିସ୍‌କୁ ଦେଇଥିଲା।

ଖବର ମିଳିବା ମାତ୍ରେ ସିପି(କ୍ରାଇମ) ଲକ୍ଷ୍ମୀ ଗୌତମଙ୍କ ନେତୃତ୍ୱରେ ଗୋଟିଏ ଟିମ ମୋବାଇଲ ନମ୍ବର ସମ୍ପର୍କରେ ଟେକ୍ନିକାଲ ତଥ୍ୟ ସଂଗ୍ରହ କରିଥିଲା। ଟ୍ରାକ ବେଳେ ଯୁବକ ଜଣଙ୍କ ମାଲଦାର ମାଲଭାନି ଅଞ୍ଚଳରେ ଥିବା ଗୋଟିଏ ଘରେ ବସି ଗୁଗଲରେ ଆତ୍ମହତ୍ୟାର ବାଟକୁ ବାଛୁଥିବା ଜଣାପଡ଼ିଥିଲା।

ମୁମ୍ବାଇ ପୁଲିସ୍‌ କ୍ରାଇମବ୍ରାଞ୍ଚର ଜଣେ ଅଧିକାରୀ କହିଛନ୍ତି, ଆମ ଟିମ ଦୁଇ ଘଣ୍ଟା ମଧ୍ୟରେ ଯୁବକଙ୍କ ପାଖରେ ପହଞ୍ଚି ଯାଇଥିଲା। ତାଙ୍କୁ କ୍ରାଇମବ୍ରାଞ୍ଚ ୟୁନିଟ ଅଫିସକୁ ଆଣି କାଉନସେଲିଂ କରାଯାଇଛି। ସେ କାହିଁକି ଗୁଗଲରେ ସୁଇସାଇଡର ବେଷ୍ଟ ୱେ ସର୍ଚ୍ଚ କରୁଥିଲେ ବୋଲି ପ୍ରଶ୍ନ କରାଯିବାରୁ ଯୁବକ ଜଣଙ୍କ କାନ୍ଦି ପକାଇଥିଲେ।

ଯୁବକ ଜଣଙ୍କ ଆମକୁ କହିଛନ୍ତି ଯେ ସେ ସବୁ ଆଶା ହରାଇ ସାରିଛନ୍ତି। ତାଙ୍କ ୨ ବର୍ଷ ହେଲାଣି ଗୋଟିଏ ଅପରାଧିକ ମାମଲାରେ ଫସି ଜେଲରେ ରହିଛନ୍ତି। ତାଙ୍କ ବେଲ ପାଇଁ ଆବଶ୍ୟକ ଟଙ୍କା ପୁଅ ହିସାବରେ ସେ ଯୋଗାଡ଼ କରିପାରୁ ନାହାନ୍ତି।

ତାଙ୍କର ପ୍ରକୃତ ଘର ରାଜସ୍ଥାନରେ। ୩ ବର୍ଷ ତଳେ ସେ ମୁମ୍ବାଇ ଆସିଥିଲେ। ଜୁନିୟର କଲେଜ ପରୀକ୍ଷା ପରେ ସେ କମ୍ପ୍ୟୁଟରରେ ଡିପ୍ଲୋମା ମଧ୍ୟ କରିଛନ୍ତି। ମୁମ୍ବାଇର ମୀରା ରୋଡ ସ୍ଥିତ ଗୋଟିଏ ରିୟଲ ଷ୍ଟେଟ ଅଫିସରେ ସେ କାମ କରୁଥିଲେ। କିନ୍ତୁ ୬ ମାସ ହେଲା ତାଙ୍କ ଚାକିରି ଚାଲି ଯାଇଛି।

ଏହାପରେ ସେ ଅନେକ ସ୍ଥାନରେ ଚାକିରି ପାଇଁ ଆବେଦନ କରିଥିଲେ। କିନ୍ତୁ ତାଙ୍କୁ କୌଣସି ଚାକିରି ମିଳିନି। ଦିନକୁ ଦିନ ତାଙ୍କର ଆର୍ଥିକ ଅବସ୍ଥା ମଧ୍ୟ ବିଗିଡ଼ିବା ଆରମ୍ଭ ହୋଇଥିଲା। ଏଥିପାଇଁ ସେ ଗଲା ଦୁଇ ଦିନ ହେଲା ଆତ୍ମହତ୍ୟା କରିବାକୁ ଚିନ୍ତା କରୁଥିଲେ ବୋଲି ଯୁବକ ଜଣଙ୍କ କହିଛନ୍ତି।

ତାଙ୍କ ଠାରୁ ସବୁ କିଛି ଶୁଣିବା ପରେ ପୁଲିସ୍‌ ଅଧିକାରୀମାନେ ତାଙ୍କୁ ବୁଝାସୁଝା କରିଥିଲେ। ତାଙ୍କୁ ଗୋଟିଏ ଚାକିରି ଯୋଗାଇ ଦିଆଯିବ ବୋଲି ପୁଲିସ୍‌ ପକ୍ଷରୁ ମଧ୍ୟ ପ୍ରତିଶ୍ରୁତି ଦିଆଯାଇଛି। ଶେଷରେ ପୁଲିସ୍‌ ତାଙ୍କୁ ଜଣେ ସମ୍ପର୍କୀୟ ସହ ଘରକୁ ଛାଡ଼ିଛି।

Mumbai Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe