Advertisment

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ବଡ଼ଗାଁ TPWODL କନିଷ୍ଠ ଯନ୍ତ୍ରୀ। ୩୦ ହଜାର ଲାଞ୍ଚ ନେଲା ବେଳେ ଧରାପଡ଼ିଲେ JE ରଞ୍ଜନ ଦାସ। ଜଣେ ଅସ୍ଥାଇ କର୍ମଚାରୀଙ୍କୁ ସ୍ଥାୟୀକରାଇବା ପାଇଁ ନେଉଥିଲେ ଲାଞ୍ଚ।

Vigilance Raid,

Vigilance Raid,

Advertisment

ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ବଡ଼ଗାଁ TPWODL କନିଷ୍ଠ ଯନ୍ତ୍ରୀ। ୩୦ ହଜାର ଲାଞ୍ଚ ନେଲା ବେଳେ ଧରାପଡ଼ିଲେ JE ରଞ୍ଜନ ଦାସ। ଜଣେ ଅସ୍ଥାଇ କର୍ମଚାରୀଙ୍କୁ ସ୍ଥାୟୀକରାଇବା ପାଇଁ ନେଉଥିଲେ ଲାଞ୍ଚ।

Advertisment

ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଡିଭିଜନର JE ରଞ୍ଜନ ଦାସ। ଚୁକ୍ତିଭିତ୍ତିକ ହେଲପର ପ୍ରବୀଣ କୁଲୁଙ୍କୁ ନିୟମିତ କିରାଇ ଦେବେ କହି ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ହେଲପର ପ୍ରବୀଣ ଚାକିରି ଲୋଭରେ ଜେଇଙ୍କୁ ୩୦ ହଜାର ଟଙ୍କା ଦେବାକୁ ରାଜି ହୋଇଥିଲେ। ପରେ ଏନେଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ।

ଯୋଜନା ମୁତାବକ ଆଜି ସନ୍ଧ୍ୟାରେ ବଡ଼ଗାଁ ବସଷ୍ଟାଣ୍ଡ ନିକଟରେ ଥିବା ଏକ ଚା ଦୋକାନ ପାଖରେ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଶ୍ରୀ ଦାସ। ସେଇ ସମୟରେ ସାଦା ପୋଷାକରେ ଉପସ୍ଥିତ ଥିବା ଭିଜିଲାନ୍ସର ଅଧିକାରୀ ମାନେ ତାଙ୍କୁ ମାଡ଼ି ବସିଥିଲେ। ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଥିଲେ। ପରେ ଭିଜିଲାନ୍ସ ଅଧିକାରୀମାନେ ଶ୍ରୀଦାସଙ୍କ ଅଫିସ୍‌ ଓ ଅନ୍ୟାନ୍ୟ ସ୍ଥାନରେ ଚଢାଉ କରିଛନ୍ତି।

Advertisment
Vigilance Raid Odisha Vigilance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe