Advertisment

୨ ପେସାଦାର ଚୋରଙ୍କୁ ଧରିଲା ପୁଲିସ୍‌, ବନ୍ଧୁକ ଓ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ

ପଶ୍ଚିମବଙ୍ଗର ମୁର୍ସିଦାବାର ଏସ୍‌.କେ ଆକ୍‌ବର ସୁନ୍ଦରଗଡ଼ ଟାଉନ ଥାନା ଅରଣ୍ୟନଗରରେ ଶ୍ରମିକ ଭାବେ କାମ କରୁଥିଲେ। ରବିବାର ଅପରାହ୍ନରେ ସେ କାମ ସାରି ଫେରୁଥିବା ବେଳେ ୨ ଜଣ ଯୁବକ ଏକ ବାଇକରେ ଆସି ବନ୍ଧୁକ ଓ ଛୁରି ଦେଖାଇ ଧମକ ଚମକ ଦେଇଥିଲେ।

Gun

Gun

Advertisment

ଦୁଇ ପେସାଦାର ଚୋରଙ୍କୁ ଧରିଲା ସୁନ୍ଦରଗଡ଼ ପୁଲିସ୍‌। ସେମାନଙ୍କଠାରୁ ନଗଦ ଟଙ୍କା, ବନ୍ଧୁକ ଓ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରିଛି। ରବିବାର ଘଟିଥିବା ଲୁଟ୍‌ ମାମଲାରେ ଖୋଳତାଡ କରୁଥିବା ବେଳେ ପୁଲିସ୍‌ ଏହି ଦୁଇ ଅପରାଧୀଙ୍କୁ ଧରିବାରେ ସଫଳ ହୋଇଛି।

Advertisment

ପଶ୍ଚିମବଙ୍ଗର ମୁର୍ସିଦାବାର ଏସ୍‌.କେ ଆକ୍‌ବର ସୁନ୍ଦରଗଡ଼ ଟାଉନ ଥାନା ଅରଣ୍ୟନଗରରେ ଶ୍ରମିକ ଭାବେ କାମ କରୁଥିଲେ। ରବିବାର ଅପରାହ୍ନରେ ସେ କାମ ସାରି ଫେରୁଥିବା ବେଳେ ୨ ଜଣ ଯୁବକ ଏକ ବାଇକରେ ଆସି ବନ୍ଧୁକ ଓ ଛୁରି ଦେଖାଇ ଧମକ ଚମକ ଦେଇଥିଲେ। ପରେ ତାଙ୍କଠାରୁ ୩ଟି ମୋବାଇଲ ଓ ନଗଦ ୫ ହଜାର ଟଙ୍କା ନେଇଯାଇଥିଲେ। ଏ ସମ୍ପର୍କରେ ଆକବର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଭିତ୍ତିକରି ଟାଉନଥାନା ଅଧିକାରୀ ଆଦିତ୍ୟ ମହାକୁଡ ବିଭିନ୍ନ ସ୍ଥାନରେ ଚଢଉ କରି ଦୁଇ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଥିଲେ। ଗିରଫ ଦୁଇ ଅଭିଯୁକ୍ତ ହେଲେ ସୁନ୍ଦରଗଡ ଟାଉନ ଥାନା ଡେଙ୍ଗିଭାଡି ଅଂଚଳର ଏମ.ଡି.ଇକ୍କୁ ଓ ଏମ.ଡି ମୋବିନ। ପୁଲିସ୍‌ ସେମାନଙ୍କଠାରୁ ଗୋଟିଏ ବାଇକ, ୧୦ଟି ମୋବାଇଲ, ଦେଶୀ ବନ୍ଧୁକ, ଛୁରୀ ଓ ୪୫୦୦ ଟଙ୍କା ଜବତ କଛି।

Advertisment

ଅଭିଯୁକ୍ତଙ୍କ ଗିରଫ ନେଇ ଆଇପିଏସ୍‌ ଅନନ୍ୟା ଅବସ୍ଥି କହିଛନ୍ତି, ମୋବିନ ନାଁରେ ପୂର୍ବରୁ ଜିଲ୍ଲାର ଟାଉନ ଥାନା, ତଲସରା ଓ ରାଜଗାଙ୍ଗପୁର ଥାନାରେ ୭ଟି ମାମଲା ରହିଛି। ସେ ଜଣେ ପେଶାଦାର ଅପରାଧୀ। ତା’ ବିରୋଧରେ ଲୁଟ, ହତ୍ୟା ଧମକ ଚମକ, ଚୋରି, ବେଅ।ଇନ ଭାବେ ଅସ୍ତ୍ର ରଖିବା ପରି ଭଳି ସଙ୍ଗୀନ ମାମଲା ରହିଛି।

ରିପୋର୍ଟ- ସୁନ୍ଦରଗଡ଼ରୁ ଦେବବ୍ରତ ଜେନା

Crime Sundargarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe