Advertisment

IPL ବେଟିଂ; ୪ ଗିରଫ ଓ ୫ ଲକ୍ଷରୁ ଅଧିକ ଟଙ୍କା ଜବତ

ସୁନ୍ଦରଗଡ଼ ଟାଉନ୍‌ ଥାନା ଭିତ୍ରିଆପଡାରେ ଆଇପିଏଲ୍‌ ବେଟିଂ ଚାଲିଥିଲା। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ଓ ସାଇବର ପୁଲିସ ମିଳିତ ଭାବେ ଚଢଉ କରିଥିଲା।

author-image
Manoranjan Sial
Crime

Crime

ଭାରତରେ ବର୍ତ୍ତମାନ ଚାଲିଛି IPL। ଏହି ଖେଳକୁ ଲୋକମାନେ ମନୋରଞ୍ଜର ମାଧ୍ୟମ ଭାବେ ଗ୍ରହଣ କରିଛନ୍ତି। ମ୍ୟାଚ୍‌ ଦେଖି ମଜା ଉଠାଉଛନ୍ତି। ହେଲେ କିଛି ଅସାଧୁ ବ୍ୟକ୍ତି ଏହି ଖେଳକୁ ଜୁଆରେ ପରିଣତ କରିଛନ୍ତି। IPLରେ ବେଟିଂ ଲଗାଉଛନ୍ତି। ସୁନ୍ଦରଗଡ଼ରୁ ଆସିଛି ଏହି ଅଭିଯୋଗ। ଆଜି ସୁନ୍ଦରଗଡ଼ ଟାଉନ୍‌ ଥାନା ପୁଲିସ୍‌ ଏହି ମାମଲାରେ ୪ ଜଣଙ୍କୁ ଗିରଫ କରିଥିବା ବେଳେ ୫ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି।

Advertisment

ସୁନ୍ଦରଗଡ଼ ଟାଉନ୍‌ ଥାନା ଭିତ୍ରିଆପଡାରେ ଆଇପିଏଲ୍‌ ବେଟିଂ ଚାଲିଥିଲା। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ଓ ସାଇବର ପୁଲିସ ମିଳିତ ଭାବେ ଚଢଉ କରିଥିଲା। ଚଢ଼ଉ ସମୟରେ ୪ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ନଗଦ ୫ ଲକ୍ଷ ୧୭ ହଜାର ଟଙ୍କା, ଗୋଟିଏ ଲ୍ୟାପଟପ୍‌, ୭ଟି ମୋବାଇଲ, ୩ଟି ବାଇକ ଓ ବହୁ ଏଟିଏମ୍‌ କାର୍ଡ ଜବତ କରିଥିଲା। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଭିତ୍ରିଆପଡାର ସଂଜୟ କୁମାର ସାହୁ, ମିଥୁନ ସାହୁ ଓ ସଂଜୟ ସାହୁଙ୍କ ସମେତ ଖମାରି ପଡାର ସୁବୋଧ ଚୌଧୁରୀ।

ସୁନ୍ଦରଗଡ଼ ସଦର ଏସ୍‌ଡିପିଓ ହିମାଂଶୁ ବେହେରାଙ୍କ କହିବା ଅନୁସାରେ ଏହି ଖେଳରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ତାହା ଉପରେ ତଦନ୍ତ ଚାଲିଛି। ଏଥିରେ ଯଦି ଆଉ କାହାର ସମ୍ପୃକ୍ତି ମିଳେ, ତାହାହେଲେ ସେମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଶ୍ରୀ ବେହେରା କରିଛନ୍ତି।

Advertisment

ରିପୋର୍ଟ- ସୁନ୍ଦରଗଡ ଦେବବ୍ରତ ଜେନା

IPL Sundargarh