Advertisment

କିଶୋର ବୟସରେ ସହମତି ଭିତ୍ତିକ ଯୌନ ସଂପର୍କ ଅପରାଧ ମୁକ୍ତ ହେବା ଉଚିତ କି?

ସୁପ୍ରିମକୋର୍ଟରେ ହୋଇଥିବା ଏକ ଆବେଦନରେ ମୁଖ୍ୟତଃ କିଶୋରାବସ୍ଥାରେ ୧୬ରୁ ୧୮ ବର୍ଷ ବୟସ୍କ ନାବାଳିକା ଓ ନାବାଳିକାଙ୍କ ମଧ୍ୟରେ ସହମତିଭିତ୍ତିକ ଯୌନ ସମ୍ପର୍କକୁ ବଳାତ୍କାର ଶ୍ରେଣୀରୁ ବାହାର କରିବାକୁ ଦାବି କରାଯାଇଛି।

ଅଦ୍ୟତନ ହୋଇଛି
Supreme Court

Supreme Court

Advertisment

କିଶୋରାବସ୍ଥାରେ ସେକ୍ସ ଅପରାଧ ଭାବେ ବିବେଚନା ହେବ ନା ନାହିଁ? ଏନେଇ ସଂସଦର ମତ ମାଗିଛନ୍ତି ସୁପ୍ରିମକୋର୍ଟ। ଏନେଇ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଶୁକ୍ରବାର ଉଚ୍ଚତମ ନ୍ୟାୟାଳୟ ଏନେଇ ସଂସଦର ପକ୍ଷ ଜାଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।

Advertisment

ସୁପ୍ରିମକୋର୍ଟରେ ହୋଇଥିବା ଏକ ଆବେଦନରେ ମୁଖ୍ୟତଃ କିଶୋରାବସ୍ଥାରେ ୧୬ରୁ ୧୮ ବର୍ଷ ବୟସ୍କ ନାବାଳିକା ଓ ନାବାଳିକାଙ୍କ ମଧ୍ୟରେ ସହମତିଭିତ୍ତିକ ଯୌନ ସମ୍ପର୍କକୁ ବଳାତ୍କାର ଶ୍ରେଣୀଭୁକ୍ତରୁ ବାହାର କରିବାକୁ ଦାବି କରାଯାଇଛି।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି. ୱାଇ.ଚନ୍ଦ୍ରଚୂଡ଼, ଜଷ୍ଟିସ ଜେ. ବି. ପାରଦୀୱାଲା ଓ ଜଷ୍ଟିସ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି।

Advertisment

ଖଣ୍ଡପୀଠ କେନ୍ଦ୍ର ସରକାରଙ୍କ ଆଇନ ମନ୍ତ୍ରାଳୟ, ରାଷ୍ଟ୍ରୀୟ ମହିଳା ଆୟୋଗ ସମେତ ଅନ୍ୟ କିଛି ମନ୍ତ୍ରାଳୟ ନିକଟରୁ ଏ ସଂକ୍ରାନ୍ତୀୟ ଜବାବ ଜାଣିବାକୁ ଚାହିଁଛନ୍ତି।

୧୬ରୁ ୧୮ ବର୍ଷର ନାବାଳିକା ଓ ନାବାଳକଙ୍କ ମଧ୍ୟରେ ସହମତି ଭିତ୍ତିକ ଯୌନ ସମ୍ପର୍କ ରହିଲେ ମଧ୍ୟ ସେମାନଙ୍କ ସହମତିକୁ ଅମାନ୍ୟ ବୋଲି ଧରା ଯାଉଥିବାରୁ ଏହାକୁ ଅପରାଧ ଭାବେ ବିବେଚନା କରାଯାଉଛି। ଫଳରେ ନାବାଳିକାଙ୍କ ସ୍ୱୀକୃତିକ୍ରମେ ସେକ୍ସ ହୋଇଥିଲେ ବି ତାଙ୍କ ପିତାମାତାଙ୍କ ଅଭିଯୋଗ ଆଧାରରେ ନାବାଳକଙ୍କୁ ଗିରଫ ହେବା ସହ ଆଇନଗତ ପ୍ରକ୍ରିୟା ଦେଇ ଗତି କରିବାକୁ ପଡ଼ୁଛି।

ଯୌନ ନିର୍ଯାତନା ମାମଲାରୁ କିଶୋରମାନଙ୍କୁ ରକ୍ଷା କରିବାକୁ ପ୍ରଣୀତ ଆଇନ ଅନୁଯାୟୀ, ଯୌନ ସମ୍ପର୍କ ସ୍ଥାପନ ନିମନ୍ତେ ୧୮ ବର୍ଷରୁ କମ୍‌ ବୟସ୍କଙ୍କ ସହମତି ଆଇନଗତ ଭାବେ ଗ୍ରହଣୀୟ ନୁହେଁ। ଏଥିସହ ୧୮ ବର୍ଷରୁ କମ୍‌ ନାବାଳିକା କିମ୍ବା ନାବାଳକଙ୍କ ସହ ଯୌନ ସମ୍ପର୍କ ରଖିବା ଧର୍ତ୍ତବ୍ୟ ଅପରାଧ ଭାବେ ବିବେଚନା କରାଯାଏ।

IPCର ଧାରା ୩୭୫ ଅନୁଯାୟୀ, ୧୬ ବର୍ଷରୁ କମ୍‌ ବୟସ୍କ ନାବାଳିକାଙ୍କ ସହମତି ସତ୍ତ୍ୱେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ବଳାତ୍କାର ଭାବେ ବିବେଚନା କରାଯାଉଛି।

ବିଭିନ୍ନ ଦେଶରେ ପ୍ରଚଳିତ ଆଇନ ଅନୁଯାୟୀ, ଯଦି ଉଭୟ ପୁଅଝିଅଙ୍କ ମଧ୍ୟରେ ପୁଅ ବୟସ ୧୮ ବର୍ଷରୁ ଅଧିକ ହୋଇଥିବ ତେବେ ତାହାକୁ ବଳାତ୍କାର ଭାବେ ଧରାଯିବ। ଏହାପରେ ୨୦୦୭ ମସିହାରେ ପ୍ରଚଳିତ ଆଇନ ଅନୁଯାୟୀ, ଯଦି ଉଭୟ ପୁଅଝିଅଙ୍କ ବୟସ ବ୍ୟବଧାନ ୪ ବର୍ଷରୁ ଅଧିକ ହୋଇ ନ ଥିବ ତେବେ ତାହାକୁ ବଳାତ୍କାର ରୂପେ ବିବେଚନା କରାଯିବନି।

ଆବେଦନ କର୍ତ୍ତା ଆଇନଜୀବୀ ହର୍ଷ ବିଭୋର ସିଘଂଲଙ୍କ କହିବାନୁଯାୟୀ ସଦ୍ୟ ୧୮ ବର୍ଷରେ ପାଦ ଦେଇଥିବା ଯୁବକ ୧୬ରୁ ୧୮ ବର୍ଷ ବୟସ୍କ ଝିଅଙ୍କ ସହ ଶାରୀରିକ ସମ୍ପର୍କ ରଖିଲେ ସେମାନଙ୍କୁ ଗିରଫଦାରୀର ସମ୍ମୁଖୀନ ହେବାକୁ ପଡ଼ୁଛି। ତେଣୁ ୧୬ ବର୍ଷରୁ ଅଧିକ ବୟସର ଝିଅ ଓ ୧୬ରୁ ୨୦ ବର୍ଷର ପୁଅଙ୍କ ମଧ୍ୟରେ ରହୁଥିବା ଶାରୀରିକ ସମ୍ପର୍କକୁ ରେପ୍‌ ଭାବେ ବିବେଚନା ନ କରିବାକୁ ସେ ଆବେଦନ କରିଛନ୍ତି।

ଏହି ବୟସ୍କଙ୍କ ମଧ୍ୟରେ ରହୁଥିବା ଶାରୀରିକ ସମ୍ପର୍କକୁ ଅପରାଧ ଭାବେ ବିବେଚନା କରା ନ ଯିବା ନିମନ୍ତେ ଦାବି ହେଉଛି। ତେଣୁ ଏହି ଆଇନଗତ ଅସମାନତାକୁ ଦୂର କରିବାକୁ ସୁପ୍ରିମକୋର୍ଟ ବେଞ୍ଚ ପକ୍ଷରୁ ପାର୍ଲାମେଣ୍ଟର ମତ ଜାଣିବାକୁ କୁହାଯାଇଛି।

୧୮ ବର୍ଷରୁ କମ୍‌ ବୟସ୍କଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ରଖିବା ଭାରତରେ ସାଧାରଣ ଘଟଣାରେ ପରିଣତ ହେଲାଣି। ଦେଶରେ ବହୁଳ ଭାବେ ଗର୍ଭ ନିରୋଧକ ଉପଲବ୍ଧ ଥିବା ବେଳେ ସହମତିଭିତ୍ତିକ ଏପରି ସମ୍ପର୍କକୁ ଅପରାଧ ଭାବେ ବିବେଚନା କରିବା ଯୁକ୍ତିଯୁକ୍ତ ନୁହେଁ ବୋଲି ଦାବି ହେଉଛି।

ସୂଚନାଯୋଗ୍ୟ ଯେ ମୁଖ୍ୟତଃ ୟୁରୋପୀୟ ଦେଶଗୁଡ଼ିକରେ ଏନେଇ ରୋମିଓ-ଜୁଲିଏଟ୍‌ ଆଇନ ପ୍ରଣୀତ ହୋଇଛି। ସେକ୍ସପିଅରଙ୍କର ଏହି ଶୀର୍ଷକ ନାଟକରେ ରୋମିଓ ଓ ଜୁଲିଏଟ୍‌ ହେଉଛନ୍ତି ପ୍ରେମିକ ଓ ପ୍ରେମିକା। ୟୁରୋପର ଅନେକ ଦେଶରେ କିଶୋର କିଶୋରୀଙ୍କ ମଧ୍ୟରେ ସହମତି ଭିତ୍ତିକ ଯୌନ ସଂପର୍କକୁ ଅପରାଧ ମୁକ୍ତ କରାଯାଇଛି। 

Supreme Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe