Advertisment

ମିଳିଲାନି ମହଲତ; ଜାନୁଆରୀ ୨୧ରେ ହିଁ ଆତ୍ମସମର୍ପଣ କରିବେ ବିଲକିସ ବାନୋ ଗଣଦୁଷ୍କର୍ମ ଦୋଷୀ

ପୂର୍ବ ରାୟ ଅନୁସାରେ, ଜାନୁଆରୀ ୨୧ ସୁଦ୍ଧା ସମସ୍ତ ୧୧ ଦୋଷୀ ପୁଲିସ ନିକଟରେ ଆତ୍ମସମର୍ପଣ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ବିଲକିସ ବାନୋ ଗଣଦୁଷ୍କର୍ମ ମାମଲାର ସମସ୍ତ ୧୧ ଦୋଷୀଙ୍କ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ। ଜେଲ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିବାକୁ ସମୟ ମାଗି ସୁପ୍ରିମକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ ଦୋଷୀ। ଆଜି ଏ ଉପରେ ଶୁଣାଣି କରି ଆବେଦନ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ।

Advertisment

ଏଥିସହ ପୂର୍ବ ରାୟ ଅନୁସାରେ, ଜାନୁଆରୀ ୨୧ ସୁଦ୍ଧା ସମସ୍ତ ୧୧ ଦୋଷୀ ପୁଲିସ ନିକଟରେ ଆତ୍ମସମର୍ପଣ କରିବେ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଶୁଣାଣି ସମୟରେ ସର୍ବୋଚ୍ଚ ଅଦାଲତ କହିଛନ୍ତି, ଆତ୍ମସମର୍ପଣ ପାଇଁ ଅଭିଯୁକ୍ତମାନେ ଦର୍ଶାଇଥିବା କାରଣ ପ୍ରଯୁଜ୍ୟ ନୁହେଁ। ଏଥିପାଇଁ କୌଣସି ପ୍ରକାରେ ସମୟ ବୃଦ୍ଧି କରାଯିବ ନାହିଁ। 

୨୦୦୨ ଗୁଜରାଟ ଦଙ୍ଗା ପୀଡ଼ିତା ବିଲକିସ ବାନୋଙ୍କୁ ଗଣଦୁଷ୍କର୍ମ ସହ ତାଙ୍କ ପରିବାରର ସାତ ଜଣ ସଦସ୍ୟଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ସମୟରେ ଦୁଷ୍କର୍ମ ପୀଡିତା ବିଲକିସ ବାନୋ ୫ ମାସର ଗର୍ଭବତୀ ଥିଲେ ଏବଂ ତାଙ୍କୁ ସେତେବେଳେ ୨୧ ବର୍ଷ ହୋଇଥିଲା। ଏହି ମାମଲାରେ ଗୁଜରାଟ ଓ ମହାରାଷ୍ଟ୍ରର ତଳ କୋର୍ଟ ଏବଂ ହାଇକୋର୍ଟ ୧୧ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ନିର୍ଦ୍ଦେଶ ଦେଇଥିଲେ।

Advertisment

କିନ୍ତୁ ଗୁଜରାଟ ସରକାର ସ୍ୱତନ୍ତ୍ର କ୍ଷମା ନୀତି ବଳରେ ପ୍ରାୟ ଦେଢ଼ ବର୍ଷ ତଳେ ସମସ୍ତ ଦୋଷୀଙ୍କୁ ଜେଲରୁ ମୁକୁଳାଇ ଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରାଯାଇ ସୁପ୍ରିମକୋର୍ଟରେ ଏକ ଆବେଦନ ହୋଇଥିଲା। ଜାନୁଆରୀ ୧୯ରେ ସୁପ୍ରିମକୋର୍ଟ ଏ ଉପରେ ଶୁଣାଣି କରି ଦୋଷୀଙ୍କ ଦଣ୍ଡ କୋହଳ କରାଯାଇ ପାରିବ ନାହିଁ ଏବଂ ସମୟ ପୂର୍ବରୁ ସେମାନେ ମୁକୁଳି ପାରିବେ ନାହିଁ ବୋଲି କହିଥିଲେ।

ଜେଲରୁ ମୁକୁଳି ଯାଇଥିବା ସମସ୍ତ ୧୧ ଦୋଷୀ ଜାନୁଆରୀ ୨୧ ସୁଦ୍ଧା ପୁଲିସ ନିକଟରେ ଆତ୍ମସମର୍ପଣ କରନ୍ତୁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଦୋଷୀମାନେ ଆଉ କିଛି ଦିନ ସମୟ ମାଗି ସର୍ବୋଚ୍ଚ ଅଦାଲତରେ ଆବେଦନ କରିଥିଲେ, ଯାହା ଖାରଜ ହୋଇଯାଇଛି। 

Supreme Court Bilkis Bano Case Gujrat Danga
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe