କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହାର କରିନେଇଛନ୍ତି ଡାକ୍ତରୀ ଛାତ୍ରଛାତ୍ରୀ। ନୂଆଦିଲ୍ଲୀ ଏମସର ରେସିଡେନ୍ସ ଡକ୍ଟର ଆସୋସିଏସନ, ରାମମନୋହର ଲୋହିଆ ହସ୍ପିଟାଲ ଏବଂ ଇନ୍ଦିରା ଗାନ୍ଧି ହସ୍ପିଟାଲର ଡାକ୍ତରମାନେ 11 ଦିନିଆ କାର୍ଯ୍ୟ ବନ୍ଦ ଆନ୍ଦୋଳନ ପ୍ରତ୍ୟାହାର କରିନେଇଥିବା ଜଣାଇଛନ୍ତି।