Advertisment

ଲାଲୁଙ୍କ ଜାମିନ ଖାରଜ ପାଇଁ ସୁପ୍ରିମକୋର୍ଟରେ ସିବିଆଇ, ୨୫ରେ ଶୁଣାଣି

ଆସନ୍ତା ୨୫ ତାରିଖରେ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ୩ ଜଣିଆ ଖଣ୍ଡପୀଠ ସିବିଆଇ ଆବେଦନର ଶୁଣାଣି କରିବେ।

Lalu

Lalu

Advertisment

ଆରଜେଡି ସୁପ୍ରିମ ଲାଲୁ ପ୍ରସାଦ ଯାଦବଙ୍କୁ ମିଳିଥିବା ଜାମିନକୁ ଖାରଜ କରିବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଛି ସିବିଆଇ। ଗୋ-ଖାଦ୍ୟ ଦୁର୍ନୀତି ଲାଲୁଙ୍କୁ ଝାରଖଣ୍ଡ ହାଇକୋର୍ଟ ଜାମିନ ଦେଇଛନ୍ତି। ଏଥିଯୋଗୁ ସେ ଜେଲ ବାହାରେ ରହିଛନ୍ତି।

Advertisment

କିନ୍ତୁ ଏହାର ରଦ୍ଦ କରିବା ଉଦ୍ଦେଶ୍ୟରେ ସିବିଆଇ ସୁପ୍ରିମକୋର୍ଟରେ ପହଞ୍ଚିଛି। ସର୍ବୋଚ୍ଚ ଅଦାଲତ ମଧ୍ୟ ଏହାର ଶୁଣାଣି କରିବାକୁ ରାଜି ହୋଇଛନ୍ତି। ଆସନ୍ତା ୨୫ ତାରିଖରେ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ୩ ଜଣିଆ ଖଣ୍ଡପୀଠ ସିବିଆଇ ଆବେଦନର ଶୁଣାଣି କରିବେ।

ଲାଲୁ ପ୍ରସାଦ ଯାଦବଙ୍କୁ ଝାରଖଣ୍ଡ ହାଇକୋର୍ଟ ଗୋ-ଖାଦ୍ୟ ଦୁର୍ନୀତିର ୪ଟି ମାମଲା(ଦୋରାନ୍ଦା, ଡୁମକା, ଚାଇବାସା, ଦେଓଗଡ଼ ଟ୍ରେଜରୀ)ରେ ଜାମିନ ଦେଇଛନ୍ତି। ଏହି ସବୁ ଜାମିନକୁ ସିବିଆଇ ଚ୍ୟାଲେଞ୍ଜ କରିଛି। ଲାଲୁ ବେଆଇନ ଭାବେ ଏହି ସବୁ ଟ୍ରେଜରୀରୁ ଟଙ୍କା ଉଠାଣ କରିଥିଲେ ବୋଲି କୁହାଯାଉଛି।

Advertisment

ଗୋ-ଖାଦ୍ୟ ଦୁର୍ନୀତି ସହ ଜଡ଼ିତ ୫ମ ମାମଲାରେ ରାଞ୍ଚିର ସ୍ୱତନ୍ତ୍ର ସିବିଆଇ କୋର୍ଟ ଲାଲୁଙ୍କୁ ୫ ‍‍ବର୍ଷ ଜେଲଦଣ୍ଡ ସହ ୬୦ ଲକ୍ଷ ଟଙ୍କାର ଜୋରିମାନା ମଧ୍ୟ ଲାଗୁ କରିଥିଲେ। ଦୁର୍ନୀତି ବେଳେ ଲାଲୁ ଅବିଭକ୍ତ ବିହାର ରାଜ୍ୟର ଅର୍ଥ ବିଭାଗ ଦାୟିତ୍ୱରେ ଥିଲେ। ସେ ପଶୁସମ୍ପଦ ବିଭାଗ ଜରିଆରେ ବ୍ୟାପକ ଲାଞ୍ଚ ଗ୍ରହଣ କରିଥିବା ତଦନ୍ତକାରୀ ସଂସ୍ଥା କହିଛି।

ଚଳିତ ବର୍ଷ ଫେବୃଆରୀରେ ଦୋରାନ୍ଦା ଟ୍ରେଜରୀ ମାମଲାରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ଲାଲୁଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏହି ଘଟଣାରେ ମୋଟ ୯୯ ଜଣ ଅଭିଯୁକ୍ତ ରହିଥିଲେ। ସେମାନଙ୍କ ମଧ୍ୟରୁ ୨୪ ଜଣ ନିର୍ଦ୍ଦୋଷରେ ଖଲାସ ହୋଇଥିଲା ବେଳେ ୪୬ ଜଣଙ୍କୁ ୩ ବର୍ଷ ଲେଖାଏ ଜେଲଦଣ୍ଡ ମିଳିଥିଲା।

ଏହାପୂର୍ବରୁ ଲାଲୁଙ୍କୁ ଡୁମକା, ଦେଓଗଡ଼ ଓ ଚାଇବାସର ମାମଲାରେ ୧୪ ବର୍ଷର ଜେଲଦଣ୍ଡ ମିଳିଥିଲା।

Supreme Court CBI RJD Lalu Prasad Yadav
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe