kakatapur
କୋଣାର୍କ: ଝିଇଁଣ୍ଟି ଆଶ୍ରମର ସୁର ବାବାଙ୍କ ଜମି ଠକେଇ ଲିଙ୍କ୍ ଅଭିଯୋଗର କ୍ରାଇମବ୍ରାଞ୍ଚ ଖୋଳତାଡ ଜାରି ରଖିଛି। ଶନିବାର ପୁରୀ ଜିଲ୍ଲା କାକଟପୁର ତହସିଲ ଅନ୍ତର୍ଗତ କନ୍ତିମଳା, ସୁଆର ଓ ପୁରୁଷିପଡା ମୌଜାକୁ ଯାଇ କ୍ରାଇମବ୍ରାଞ୍ଚର ଏକ ଟିମ୍ ତଦନ୍ତ କରିଛି। ସୁର ବାବାଙ୍କ ପୁଅ ତ୍ରିଲୋଚନ ମିଶ୍ର ଏବଂ କ୍ଷେତ୍ରମୋହନ ପଟ୍ଟନାୟକ ନାମକ ଜଣେ ବ୍ୟକ୍ତିଙ୍କ ନାଁରେ ଏଠାରେ ଠାବ ହୋଇଥିବା ୧୩ ଏକର ଜମିର କ୍ରାଇମବ୍ରାଞ୍ଚ ତଦନ୍ତ କରିଛି।
ତା'ସହ ଜମି ବିକ୍ରି କରିଥିବା ଗଣିପୁର ଗାଁ ଦୁଇ ଜଣ ବ୍ୟକ୍ତିଙ୍କୁ କ୍ରାଇମବ୍ରାଞ୍ଚର ଏହି ଟିମ୍ ପଚରାଉଚୁରା କରିଛି। କନ୍ତିମଳାରେ ଏକ ଆଦର୍ଶ ସ୍କୁଲ ଓ ନିତ୍ୟାନନ୍ଦପୁର ପୁରୁଷପଡା ମୌଜାରେ ଏକ ଡାକ୍ତରଖାନା ନିର୍ମାଣ ପାଇଁ ଏହି ଜମି କିଣାଯାଇଥିଲା ବୋଲି ଜଣାପଡିଛି। କନ୍ତିମଳାରେ ୧୦ ଏକରରୁ ଅଧିକ ସରକାରୀ ଜମିକୁ ଜବରଦଖଲ କରି ଝାଉଁ ଜଙ୍ଗଲ ଓ ପୋଖରୀ ନିର୍ମାଣ କରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/09/kakatapur.png)