Advertisment

ସୁରବାବା ଲାଲ ବାହିନୀର ଛତ୍ରଛାୟା ତଳେ ବଢାଉଥିଲେ ନିଜର ସାମ୍ରାଜ୍ୟ

ଭୁବନେଶ୍ୱର/ପିପିଲି: ସୁର ବାବାଙ୍କ ସାମ୍ରାଜ୍ୟ ବିସ୍ତାରରେ ପ୍ରମୁଖ ଭୂମିକା ଥିଲା ବାବାଙ୍କ ପ୍ରାଇଭେଟ୍ ଆର୍ମି ଲାଲ୍ ବାହିନୀର। ଏହାର ଛତ୍ରଛାୟା ତଳେ ହିଁ ଝିଇଣ୍ଟି ଆଶ୍ରମରେ ସବୁ ବେଆଇନ କାମ୍ ଚାଲିଥିଲା। ଦେହରେ ଲାଲ ଟି-ସାର୍ଟ ଓ ମୁଣ୍ଡରେ ହଳଦିଆ ଟୋପି ପିନ୍ଧୁଥିଲେ ସୁରବାବାଙ୍କ ଲାଲ ବାହିନୀ। ଆଉ ହାତରେ ଠେଙ୍ଗା ଧରି ସୁର ବାବାଙ୍କୁ ସୁରକ୍ଷା ପ୍ରଦାନ କରୁଥିଲେ। ୨୪୦ରୁ ଅଧିକ ସଦସ୍ୟଙ୍କୁ ନେଇ ଗଠିତ ଏହି ବାହିନୀ। ସୁରବାବାଙ୍କ ପ୍ରତିଟି ମେଳା, ପୂଜାପର୍ବ ହେଉ […]

ସୁରବାବା ଲାଲ ବାହିନୀର ଛତ୍ରଛାୟା ତଳେ ବଢାଉଥିଲେ ନିଜର ସାମ୍ରାଜ୍ୟ

SURA-RED-ARMY

Advertisment

SURA-RED-ARMYଭୁବନେଶ୍ୱର/ପିପିଲି: ସୁର ବାବାଙ୍କ ସାମ୍ରାଜ୍ୟ ବିସ୍ତାରରେ ପ୍ରମୁଖ ଭୂମିକା ଥିଲା ବାବାଙ୍କ ପ୍ରାଇଭେଟ୍ ଆର୍ମି ଲାଲ୍ ବାହିନୀର। ଏହାର ଛତ୍ରଛାୟା ତଳେ ହିଁ ଝିଇଣ୍ଟି ଆଶ୍ରମରେ ସବୁ ବେଆଇନ କାମ୍ ଚାଲିଥିଲା। ଦେହରେ ଲାଲ ଟି-ସାର୍ଟ ଓ ମୁଣ୍ଡରେ ହଳଦିଆ ଟୋପି ପିନ୍ଧୁଥିଲେ ସୁରବାବାଙ୍କ ଲାଲ ବାହିନୀ। ଆଉ ହାତରେ ଠେଙ୍ଗା ଧରି ସୁର ବାବାଙ୍କୁ ସୁରକ୍ଷା ପ୍ରଦାନ କରୁଥିଲେ। ୨୪୦ରୁ ଅଧିକ ସଦସ୍ୟଙ୍କୁ ନେଇ ଗଠିତ ଏହି ବାହିନୀ। ସୁରବାବାଙ୍କ ପ୍ରତିଟି ମେଳା, ପୂଜାପର୍ବ ହେଉ କି ବାବାଙ୍କ ରଥଯାତ୍ରା, ପାଦେ ପାଦେ ଜଗି ରହୁଥିଲା ଲାଲ୍ ବାହିନୀ। ଏମାନଙ୍କ ହାତରେ ଥିଲା ଆଶ୍ରମର ସୁରକ୍ଷା ଦାୟିତ୍ୱ। ଅଭିଯୋଗ ହୋଇଛି ଯେ, ଆଶ୍ରମରେ ଚାଲିଥିବା ସମସ୍ତ ବେଆଇନ୍ କାର୍ଯ୍ୟ ଏମାନଙ୍କ ପୃଷ୍ଠପୋଷକତାରେ ହିଁ ହେଉଥିଲା। ସୁରବାବାଙ୍କ ବିରୋଧରେ ଥାନାରେ ଏଫ୍ଆଇଆର୍ ଦେଇଥିବା ଜୟନ୍ତ ଭୋଇ ବି ସମାନ ଅଭିଯୋଗ ଆଣିଥିଲେ। ବେଆଇନ୍ ଜମି କାରବାର ହେଉ କି ଆଶ୍ରମରେ ଚାଲିଥିବା ଅନ୍ୟ ଆପତ୍ତିଜନକ କାର୍ଯ୍ୟ ସବୁ ଲାଲବାହିନୀ ତତ୍ତ୍ୱାବଧାନରେ ହେଉଥିଲା। ଲୋକଙ୍କୁ ଧମକଚମକ ଦେଇ କାମ ଆଦାୟ କରୁଥିଲା ଲାଲ୍ ବାହିନୀ। ଦରକାର ପଡ଼ିଲେ ଠେଙ୍ଗା ବ୍ୟବହାର କରିବାକୁ ପଛାଉ ନ ଥିଲା। ଆଶ୍ରମରେ ରହୁଥିବା ମହିଳା ଅନ୍ତେବାସୀଙ୍କ ନିକଟକୁ ମଧ୍ୟ ଏମାନଙ୍କର ଅବାଧ ପ୍ରବେଶ ରହିଥିଲା। ଲାଲବାହିନୀ ଭୟରେ କେହି ଆଶ୍ରମ ବିରୋଧରେ ମୁହଁ ଖୋଲିବାକୁ ସାହାସ କରୁ ନ ଥିଲେ। ଆଶ୍ରମ ଗୁମର ପ୍ରଘଟ କଲେ ଜୀବନରୁ ମାରି ଦେବାକୁ ଧମକ ଦେଉଥିଲା ଏହି ଲାଲ୍ ବାହିନୀ।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe