Advertisment

ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଲେ ୩ ନକ୍ସଲ

ମାଲକାନଗିରି ଏସ୍‌ପିଙ୍କ ପାଖରେ ଆତ୍ମସମର୍ପଣ କରିଛନ୍ତି। ଏମାନେ ଗାଁରେ ରହୁଥିଲେ ଓ ନକ୍ସଲ ସଙ୍ଗଠନକୁ ସୂଚନା ପ୍ରଦାନ କରୁଥିଲେ। ତେବେ ସିଆର୍‌ପିଏଫ୍‌ କ୍ୟାମ୍ପ ପ୍ରତିଷ୍ଠା ପରେ ସଙ୍ଗଠନଠାରୁ ଦୂରେଇ ଯାଇଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
Naxal

Naxal

ହିଂସା ପଥ ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ୍‌ ହେଲେ ୩ ନକ୍ସଲ। ଆତ୍ମସମର୍ପଣ କରିଥିବା ନକ୍ସଲମାନେ ଛତିଶଗଡ଼ ସୁକମା ଅଞ୍ଚଳର। ଆଜି ମାଲକାନଗିରି ଏସ୍‌ପିଙ୍କ ପାଖରେ ଆତ୍ମସମର୍ପଣ କରିଛନ୍ତି। ଏମାନେ ଗାଁରେ ରହୁଥିଲେ ଓ ନକ୍ସଲ ସଙ୍ଗଠନକୁ ସୂଚନା ପ୍ରଦାନ କରୁଥିଲେ। ତେବେ ସିଆର୍‌ପିଏଫ୍‌ କ୍ୟାମ୍ପ ପ୍ରତିଷ୍ଠା ପରେ ସଙ୍ଗଠନଠାରୁ ଦୂରେଇ ଯାଇଥିଲେ। ଆଉ ଆତ୍ମସମର୍ପଣ କରିବା ପାଇଁ ବାଧ୍ୟ ହେଲେ।

Advertisment

ଆତ୍ମସମର୍ପଣ କରିଥିବା ନକ୍ସଲମାନେ ହେଲେ ଦେବ ମଡଭି, ଆଡମ୍‌ ମାଡ଼କାମୀ ଓ ମୁକା ସୋଡି। ଏହି ୩ ନକ୍ସଲଙ୍କ ଘର ଛତିଶଗଡ଼ ସୁକମ ଅଞ୍ଚଳର। ଦେବ ୨୦୨୦ ମସିହାରେ ନକ୍ସଲ ସଙ୍ଗଠନରେ ସାମିଲ୍‌ ହୋଇଥିଲା। ସେ ସାଉଥ୍‌ ବସ୍ତର ଡିଭିଜନ୍‌ର ଗ୍ରାମ ରକ୍ଷକ ଦଳର ସଦସ୍ୟ ଭାବେ ଯୋଗଦେଇଥିଲେ। କିନ୍ତୁ ସେ ନିଜ ଗାଁରେ ରହୁଥିଲା। ଖାଦ୍ୟ ସାମଗ୍ରୀ ଓ ସୂଚନା ନକ୍ସଲଙ୍କୁ ପଠାଇଥିଲା। ମାତ୍ର ଦେବକୋଣ୍ଟାରେ ସିଆର୍‌ପିଏଫ୍‌ କ୍ୟାମ୍ପ ହେବା ପରେ ସଙ୍ଗଠନ ଛାଡ଼ିବା ପାଇଁ ବାଧ୍ୟ ହୋଇଥିଲେ।

ସେହିପରି ଆଡମ୍‌ ମାଡ଼କାମୀ ୨୦୧୯ ମସିହାରେ ନକ୍ସଲ ସଙ୍ଗଠନରେ ଯୋଗଦେଇଥିଲେ। ସେ କୋଣ୍ଟାର ଭୁମ୍‌ଖାଲର ମିଲିସିଆ ଭାବେ ସାମିଲ୍‌ ହୋଇଥିଲେ। ୨୦୨୧ ମସିହାରେ ସେ ଗ୍ରାମ ରକ୍ଷକ ଦଳର ସଦସ୍ୟ ଭାବେ ଯୋଗଦେଇଥିଲେ। ଜାନୁଆରୀ ୨୦୨୪ ମସିହା ପର୍ଯ୍ୟନ୍ତ ସକ୍ରିୟ ରହିଥିଲା। ସହି ସମୟରେ ସେ ବିଭିନ୍ନ ଅପରାଧୀକ କାର୍ଯ୍ୟ କଳାପରେ ସାମିଲ୍‌ ହୋଇଥିଲା। IED ପ୍ଲାଣ୍ଟ କରିବା ସହିତ ପୁଲିସ କ୍ୟାମ୍ପ ଆକ୍ରମଣରେ ତାଙ୍କର ଭୂମିକା ନେଇଥିଲା। ତେବେ ଦେବକୋଣ୍ଟାରେ ସିଆର୍‌ପିଏଫ୍‌ କ୍ୟାମ୍ପ ହେବା ପରେ ସଙ୍ଗଠନ ଛାଡ଼ିବା ପାଇଁ ବାଧ୍ୟ ହୋଇଥିଲା ଆଡମ୍‌ ମାଡ଼କାମୀ।

Advertisment

ମୁକା ସୋଡି ୨୦୧୮ ମସିହାରେ ନକ୍ସଲ ସଙ୍ଗଠନରେ ସାମିଲ୍‌ ହୋଇଥିଲା। ସେ ମିଲିସିଆ ସଭ୍ୟ ଭାବେ ନକ୍ସଲ ସଙ୍ଗଠନ କୋଣ୍ଟାରେ ଯୋଗଦେଇଥିଲା। ୨୦୨୨ ମସିହାରେ ଗ୍ରାମ ରକ୍ଷକ ଦଳର ସଦସ୍ୟ ଭାବେ ସାମିଲ୍‌ ହୋଇଥିଲା। ଗାଁରେ ରହୁଥିଲା। ରାସଦ ସାମଗ୍ରୀ ଓ ଖବର ସଂଗ୍ରହ କରି ନକ୍ସଲ ସଙ୍ଗଠକୁ ପଠାଇଥିଲା।

Malkangiri Naxal