Advertisment

ହିଂସାର ପଥର ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ୍‌ ହେଲେ ୨ ହାର୍ଡକୋର ନକ୍ସଲ

ଆଜି ଦକ୍ଷିଣ-ପଶ୍ଚିମାଞ୍ଚଳ DIG ଚରଣସିଂ ମିନାଙ୍କ ଉପସ୍ଥିରେ ମାଲକାନଗିରି ଏସ୍‌ପିଙ୍କ କାର୍ଯ୍ୟାଳୟରେ ଆତ୍ମସମର୍ପଣ କରିଛନ୍ତି ଦୁଇ ଜଣ ହଡ଼କୋର ନକ୍ସଲ।

Malkangiri

Malkangiri

Advertisment

ହିଂସାର ପଥର ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ୍‌ ହେଲେ ୨ ହାର୍ଡକୋର୍‌ ନକ୍ସଲ। ଆଉ ଉଭୟ ମାଲକାନଗିରି ଏସ୍‌ପିଙ୍କ କାର୍ଯ୍ୟାଳୟରେ ଆତ୍ମସମର୍ପଣ କରିଛନ୍ତି। ରାଜ୍ୟ ସରକାରଙ୍କ ଆତ୍ମସାମର୍ପଣ ଥଇଥାନ ନୀତି ଅନୁସାରେ ଉଭୟଙ୍କୁ ଥଇଥାନ୍‌ କରାଯିବ ବୋଲି ଜଣାପଡ଼ିଛି।

Advertisment

ଛତିଶଗଡରେ ନକ୍ସଲ ଦମନ ଯୋଗୁ ଓଡ଼ିଶାର ମାଲକାନଗିରି ମୁହାଁ ହେଉଛନ୍ତି କ୍ୟାଡର ନକ୍ସଲ। ଆଜି ଦକ୍ଷିଣ-ପଶ୍ଚିମାଞ୍ଚଳ DIG ଚରଣସିଂ ମିନାଙ୍କ ଉପସ୍ଥିରେ ମାଲକାନଗିରି ଏସ୍‌ପିଙ୍କ କାର୍ଯ୍ୟାଳୟରେ ଆତ୍ମସମର୍ପଣ କରିଛନ୍ତି ଦୁଇ ଜଣ ହଡ଼କୋର ନକ୍ସଲ। ଜଣେ ହେଲେ କାଡତି ହୁଡ଼ା ଓରଫ ସମୀର। ୨୦୦୧ ମସିହାରେ ସେ କିସତାରାମ ଏରିଆ କମିଟିରେ ଯୋଗଦେଇଥିଲେ। ୨୦୦୨ ମସିହାରେ ତାଙ୍କୁ ପଦୋନ୍ନତି ଦିଆଯାଇଥିଲା। ତା’ପରେ ବଡ଼ ବଡ଼ ଅପରେସନ୍‌ରେ ସାମିଲ ହୋଇଥିଲେ। ତେବେ ସ୍ୱାସ୍ଥ୍ୟଗତ କାରଣରୁ ସେ ୨୦୧୪ ମସିହାରେ ସଙ୍ଗଠନଠାରୁ ଦୂରେଇ ଯାଇଥିଲେ। ସୁସ୍ଥ ହେବା ପରେ ସେ ପୁଣି ଥରେ ଅର୍ଥାତ ୨୦୨୨ ମସିହାରେ ନକ୍ସଲ ସଙ୍ଗଠନରେ ସାମିଲ୍ ହୋଇଥିଲେ। ହେଲେ ତାଙ୍କୁ ସେଠାରେ ଦିଆଯାଇଥିଲା ନିର୍ଯାତନା। ନକ୍ସଲମାନେ ନିଜର ଆଦର୍ଶରୁ ଓହରି ଯାଇ ହତ୍ୟା, ରାହାଜାନି ଓ ବିକାଶର ବାଧା ସୃଷ୍ଟି କରୁଥିଲେ। ଯେଉଁଥିପାଇଁ ସଙ୍ଗଠନ ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ୍‌ହେବା ପାଇଁ ନିଷ୍ପତ୍ତି ନେଲେ କାଡତି ହୁଡ଼ା।

କାଡତି ହୁଡ଼ାଙ୍କ ପରି ଗଙ୍ଗା କର୍ତ୍ତମୀ ଓରଫ ଗଙ୍ଗା ମଧ୍ୟ ଆତ୍ମସମର୍ପଣ କରିଛନ୍ତି। ସେ ୨୦୦୧ ମସିହାରେ ଦକ୍ଷିଣ ବସ୍ତର ଏରିଆ କମିଟିରେ ଯୋଗଦେଇଥିଲେ। ୨୦୦୭ ମସିହାରେ ତାଙ୍କୁ ପଦୋନ୍ନତି ଦିଆଯାଇଥିଲା। ତା’ପରେ ସେ ବଡ଼ବଡ଼ ଅପରେସନ୍‌ରେ ସାମିଲ୍‌ ହୋଇଥିଲେ। ରକ୍ତର ହୋଲି ଖେଳିଥିଲେ। ପାରିବାରିକ କାରଣରୁ ସେ ୨୦୧୯ ମସିହାରେ ସଙ୍ଗଠନ ଛାଡ଼ିଥିଲେ। ପରବର୍ତ୍ତୀ ସମୟରେ ସେ ପୁଣି ଥରେ ସଙ୍ଗଠନରେ ସାମିଲ୍‌ ହୋଇଥିଲେ। ତାଙ୍କ ନାଁରେ ୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ସେ ଆଜି ସମାଜର ମୁଖ୍ୟ ସ୍ରୋତରେ ସାମିଲ୍‌ ହୋଇଛନ୍ତି।

Advertisment

ରାଜ୍ୟ ସରକାରଙ୍କ ଆତ୍ମସାମର୍ପଣ ଥଇଥାନ ନୀତି ଅନୁଯାଇ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ଜଣାପଡ଼ିଛି।

ରିପୋର୍ଟ- ମାଲକାନଗିରିରୁ ଜିତେନ୍ଦ୍ର ବେଉରା

Malkangiri Naxal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe