Advertisment

ଆଇସିୟୁରେ ସୁଶାନ୍ତ ଧଳସାମନ୍ତ

ଗତକାଲି ବୁର୍ଲା ଭୀମସାରରୁ କଟକ ଏସସିବି ସ୍ଥାନାନ୍ତର ହୋଇଥିଲେ ଗ୍ୟାଙ୍ଗଷ୍ଟର ସୁଶାନ୍ତ ଧଳସାମନ୍ତ ।

ଅଦ୍ୟତନ ହୋଇଛି
Susanta dhala samanta

Susanta dhala samanta

Advertisment

ଆଇସିୟୁରେ ଭର୍ତ୍ତି ହୋଇଛିନ୍ତି ଗ୍ୟାଙ୍ଗଷ୍ଟର୍ ସୁଶାନ୍ତ ଧଳସାମନ୍ତ। କଟକ SCB କାର୍ଡିଓଲୋଜି ଆଇସିୟୁରେ ସୁଶାନ୍ତ ଧଳସାମନ୍ତ ଭର୍ତ୍ତି ହୋଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ଜୋନ-୨ ଏସିପି।

Advertisment

ସୁଶାନ୍ତ ଧଳସାମନ୍ତ SCBରେ ଭର୍ତ୍ତି ହେବା ପରେ ସୁରକ୍ଷା ବ୍ୟବସ୍ଥା ନେଇ ଜୋନ-୨ ଏସିପି କହିଛନ୍ତି, ସୁଶାନ୍ତ ଧଳସାମନ୍ତ ପାଇଁ SCBରେ ୨୪ ଘଣ୍ଟିଆ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। କୋର୍ଟଙ୍କ ବିନା ଅନୁମତିରେ ସୁଶାନ୍ତଙ୍କୁ କେହି ଭେଟିପାରିବେ ନାହିଁ। ବାହାର ଖାଦ୍ୟ ଦିଆଯିବ ନାହିଁ। କେବଳ ମେଡିକାଲ ଖାଦ୍ୟ ଖାଇବେ ସୁଶାନ୍ତ ଧଳସାମନ୍ତ । ACP ଏବଂ IIC ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବେ।

ସୂଚନାଯୋଗ୍ୟ, ଗତକାଲି ବୁର୍ଲା ଭୀମସାରରୁ କଟକ ଏସସିବି ସ୍ଥାନାନ୍ତର ହୋଇଥିଲେ ଗ୍ୟାଙ୍ଗଷ୍ଟର ସୁଶାନ୍ତ ଧଳସାମନ୍ତ। ଗତ ୧୭ ତାରିଖରେ ବଲାଙ୍ଗିର ଜେଲରୁ ସୁଶାନ୍ତ ଧଳସାମନ୍ତଙ୍କୁ ଅଣାଯାଇଥିଲା ଭୀମସାର। ଭୀମସାରରୁ ଲାଇଫ ସପୋର୍ଟ ସିଷ୍ଟମ ଆମ୍ବୁଲାନ୍ସ ଯୋଗେ କଟକ ଅଣାଯାଇଥିଲା।ସୁଶାନ୍ତ ଧଳସାମନ୍ତଙ୍କୁ ହାର୍ଟଆଟାକ ସହ ଉଚ୍ଚ ରକ୍ତଚାପର ସମସ୍ୟା ରହିଛି l 

Advertisment
Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe