Advertisment

ଥାନା ଭିତରେ ମହିଳା IICଙ୍କୁ ବ୍ଲେଡ୍‌ରେ ଆକ୍ରମଣ

ମହିଳା ଆଇଆଇସିଙ୍କ ଚିତ୍କାର ଶୁଣି ଅନ୍ୟ କର୍ମଚାରୀମାନେ ଅଭିଯୁକ୍ତ ଶ୍ରୀ ଦେଓକୁ ଧରିବା ସହିତ ଆଇଆଇସିଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ଆକ୍ରମଣର ପୂରା ଚିତ୍ର ସିସିଟିଭିରେ କଏଦ ହୋଇଛି।

author-image
Manoranjan Sial
IIC

IIC

ମନ୍ଦିର ଚୋରି ଅଭିଯୋଗରେ ପଚରାଉଚରା ପାଇଁ ଥାନାକୁ ଡାକିଥିଲା ପୁଲିସ୍‌। ହେଲେ ଏକୁଟିଆ ସୁଯୋଗ ପାଇ ଥାନା ଭିତରେ ମହିଳା ଆଇଆଇସିଙ୍କୁ ବ୍ଲେଡ୍‌ରେ ଆକ୍ରମଣ କଲା ଅଭିଯୁକ୍ତ। ମୟୂରଭଞ୍ଜ ଜିଲ୍ଲାରୁ ଆସିଛି ଏପରି ଅଭିଯୋଗ।

Advertisment

ବିଶୋଇ ଥାନା ଅଞ୍ଚଳରେ ଏକ ମନ୍ଦିର ହୁଣ୍ଡିରୁ ଚୋରି ହୋଇଥିଲା। ଗତ ୨୬ ତାରିଖରେ ଏନେଇ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ଶୁକ୍ରବାର ସନ୍ଧ୍ୟାରେ ମନ୍ଦିର ସେବାୟତ ସୁଶାନ୍ତ ଦେଓକୁ ଥାନାକୁ ଆଣି ଘନଘନ ଜେରା କରିଥିଲା। ପରେ ତାଙ୍କୁ ଥାନାରେ ଅଟକ ରଖିଥିଲା। ଶ୍ରୀ ଦେଓ ଥାନା ପରିସରରେ ଥିବା ବେଞ୍ଚରେ ବସିଥିଲା।

ରାତି ୯ଟା ବେଳେ ମନ୍ଦିର ଚୋରି ଅଭିଯୋଗରେ ଆଉ ଜଣେ ଅଭିଯୁକ୍ତକୁ ଧରିବା ପାଇଁ ଥାନା ଅଧିକାରୀ ଓ ତାଙ୍କ ଟିମ୍‌ ଯାଇଥିଲେ। ମହିଳା ଆଇଆଇସି ମିନି ଭୋଳ ନିଜ ଚେୟାରରେ ବସି ଅଫିସ୍‌ କାମ କରୁଥିଲେ। ଆଇଆଇସିଙ୍କୁ ଏକୁଟିଆ ପାଇ ଆକ୍ରମଣ କରିଥିଲା ଅଭିଯୁକ୍ତ। ବ୍ଲେଡ୍‌ରେ ତାଙ୍କ ବେକ ଓ ହାତକୁ କାଟି ଦେଇଥିଲା। ଆଇଆଇସି ଠେଲାପେଲା କରି ଥାନାରୁ ବାହାରକୁ ପଳାଇ ଯାଇଥିଲେ।

Advertisment

ମହିଳା ଆଇଆଇସିଙ୍କ ଚିତ୍କାର ଶୁଣି ଅନ୍ୟ କର୍ମଚାରୀମାନେ ଅଭିଯୁକ୍ତ ଶ୍ରୀ ଦେଓକୁ ଧରିବା ସହିତ ଆଇଆଇସିଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ଆକ୍ରମଣର ପୂରା ଚିତ୍ର ସିସିଟିଭିରେ କଏଦ ହୋଇଛି। ପୁଲିସ୍‌ ଏକ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ରିପୋର୍ଟ-ବାରିପଦାରୁ ମାଣିକଲାଲ ପାଣି

Odisha Police Baripada Mayurbhanj