Advertisment

NIA ମୋଷ୍ଟ ୱାଣ୍ଟେଡ୍ ଲିଷ୍ଟରେ ଥିବା ସନ୍ଦିଗ୍ଧ ISIS ଆତଙ୍କବାଦୀ ଗିରଫ

ଜାତୀୟ ରାଜଧାନୀରେ ଏକ ସ୍ଥାନରେ ଲୁଚି ରହୁଥିବା ଶାହନାୱାଜ ଛଦ୍ମନାମ ଶାଫି ଉଜାମାଙ୍କୁ ଗିରଫ କରାଯାଇଛି।

author-image
Debibandita Barick
Arrested Suspect ISIS

Arrested Suspect ISIS

ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (NIA)ର ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଥିବା ସନ୍ଦିଗ୍ଧ ଆଇଏସ୍ଆଇଏସ୍ ଆତଙ୍କବାଦୀ ଦିଲ୍ଲୀରୁ ଗିରଫ। ଜାତୀୟ ରାଜଧାନୀରେ ଏକ ସ୍ଥାନରେ ଲୁଚି ରହୁଥିବା ଶାହନାୱାଜ ଛଦ୍ମନାମ ଶାଫି ଉଜାମାଙ୍କୁ ଗିରଫ କରାଯାଇଛି। ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲ ଶାହନାୱାଜକୁ ଗିରଫ କରିଛି।

Advertisment

ଗତ ମାସରେ ଏକାଧିକ ଆଇଏସ୍ଆଇଏସ୍ ଆତଙ୍କୀଙ୍କୁ ପୁନେରୁ ଗିରଫ କରିଥିଲା ଏନଆଇଏ। ପୁନେରେ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇଥିବା ଏହି ସଂଗଠନ ଦେଶରେ ଶାନ୍ତି ଶୃଙ୍ଖଳାକୁ ଭଙ୍ଗ କରିବାକୁ ଚାହୁଁଥିବା ଜଣେ ଅଧିକାରୀ କହିଛନ୍ତି। ଏହି ନେଟୱାର୍କର ଯୋଜନାକୁ ପଣ୍ଡ କରିବା ପାଇଁ ଦିଲ୍ଲୀ ପୁଲିସ ଏବଂ ଏନଆଇଏ ମିଳିତ ଭାବେ କାର୍ଯ୍ୟ କରୁଥିଲେ।

ସୂଚନାନୁସାରେ, ଶାହନାୱାଜ ମୂଳତଃ ଦିଲ୍ଲୀ ବାସିନ୍ଦା। ବୃତ୍ତିରେ ସେ ଜଣେ ଇଞ୍ଜିନିୟର। ପୁନେ ଆତଙ୍କୀ ଟିମରେ ଥିଲା। ପୂର୍ବରୁ ମଧ୍ୟ ତାକୁ ଗିରଫ କରାଯାଇଥିଲା, କିନ୍ତୁ ସେଠାରୁ ଖସିଯିବାରେ ସଫଳ ହୋଇଥିଲା। ଏହା ପରେ ସେ ଦିଲ୍ଲୀ ପଳାଇ ଆସିଥିଲା। ସେବେଠାରୁ ସେ ଦିଲ୍ଲୀର ଏକ ସ୍ଥାନରେ ଲୁଚି ରହିଥିଲେ। ବର୍ତ୍ତମାନ ଦିଲ୍ଲୀ ପୁଲିସ ତାକୁ ଚତୁରତାର ସହ ଧରିଛି। ବର୍ତ୍ତମାନ ଶାହନାୱାଜକୁ ପଚରାଉଚରା କରାଯାଉଛି।

Advertisment

ଚଳିତ ମାସ ଆରମ୍ଭରେ, ଶାହନାୱାଜ ଏବଂ ଅନ୍ୟ ତିନି ଜଣ ଆତଙ୍କବାଦୀ ସନ୍ଦିଗ୍ଧ - ରିଜୱାନ ଅବଦୁଲ ହାଜି ଅଲି, ଅବଦୁଲ୍ଲା ଫୟାଜ ଶେଖ ଛଦ୍ମନାମ ଡାଏପରୱାଲା ଏବଂ ତାଲହା ଲିଆକାଟ ଖାନଙ୍କ ବିଷୟରେ ସୂଚନା ପାଇଁ ଏନଆଇଏ ପ୍ରତ୍ୟେକଙ୍କ ଉପରେ 3 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା। ଏହି ଚାରି ଜଣ ମହାରାଷ୍ଟ୍ରର ପୁନେରେ ଆତଙ୍କୀ କାର୍ଯ୍ୟକଳାପରେ ସାମିଲ ଥିଲେ। 

Delhi Police Nia ISIS ISIS Terrorist Arrest