Advertisment

ଭରତପୁର ଥାନା କାଣ୍ଡ: ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କର ହେବ ପଲିଗ୍ରାଫ୍‌ ଟେଷ୍ଟ

ଏହି ମାମଲାରେ ଆଜି ସିନ୍ ରିକ୍ରିଏସନ୍ କରିଛି କ୍ରାଇମବ୍ରାଞ୍ଚ।

ଅଦ୍ୟତନ ହୋଇଛି
Dinakrushna Mishra

Dinakrushna Mishra

Advertisment

ଭୁବନେଶ୍ୱରର ଭରତପୁର ଥାନାରେ ଜଣେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କର ହେବ ପଲିଗ୍ରାଫ୍‌ ଟେଷ୍ଟ। ଏଥିପାଇଁ ଆଜି କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଛନ୍ତି ଭୁବନେଶ୍ୱର ଏସ୍‌ଡିଜେଏମ୍ କୋର୍ଟ।

Advertisment

ଦୀନକୃଷ୍ଣ ମିଶ୍ରଙ୍କର ପଲିଗ୍ରାଫ୍‌ ଟେଷ୍ଟ ସହିତ ନାର୍କୋ ଆନାଲିସିସ୍‌ ଓ ବ୍ରେନ୍‌ ଫିଙ୍ଗର ପ୍ରିଣ୍ଟିଂ ଟେଷ୍ଟକୁ ବି ଅନୁମତି ଦେଇଛନ୍ତି କୋର୍ଟ। ଏହି ୩ଟି ଟେଷ୍ଟ ପାଇଁ ଦୀନକୃଷ୍ଣଙ୍କୁ ଗୁଜରାଟର ଗାନ୍ଧିନଗର ନେବ କ୍ରାଇମବ୍ରାଞ୍ଚ।

ଅଭିଯୁକ୍ତ ତଥା ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କର ପଲିଗ୍ରାଫ୍ ଟେଷ୍ଟ ପାଇଁ କ୍ରାଇମବ୍ରାଞ୍ଚ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ଆବେଦନ କରିଥିଲା। ପଲିଗ୍ରାଫ୍ ଟେଷ୍ଟ ପାଇଁ ଦୀନକୃଷ୍ଣ ରାଜି ହୋଇଥିବାରୁ କୋର୍ଟ ବି ଏହି ଆବେଦନ ଉପରେ ସହମତି ପ୍ରକାଶ କରିଥିଲା।

Advertisment

ଅନ୍ୟପକ୍ଷରେ ଆଜି ଏହି ମାମଲାରେ ସିନ୍ ରିକ୍ରିଏସନ୍ କରିଛି କ୍ରାଇମବ୍ରାଞ୍ଚ। ଭରତପୁର ଥାନା ଓ ରୋଡ୍ ରୋମିଓ ଝାମେଲା କରିଥିବା ସ୍ଥାନରେ ସିନ୍‌ ରିକ୍ରିଏସନ୍‌ କରିଛି କ୍ରାଇମବ୍ରାଞ୍ଚ। ସେଦିନ ରାତିରେ କ’ଣ ଘଟିଥିଲା ? ପୀଡ଼ିତାଙ୍କ ସହ ଥାନା ଭିତରେ କ’ଣ ହୋଇଥିଲା ? କିଭଳି ସେ ଦୁର୍ବ୍ୟବହାରର ଶିକାର ହୋଇଥିଲେ ? ସବୁ ଘଟଣାର ସିନ୍ ରିକ୍ରିଏସନ୍ କରିଛି କ୍ରାଇମବ୍ରାଞ୍ଚ ଟିମ।

ସକାଳେ ପ୍ରଥମେ ଭରତପୁର ଥାନାରେ ମେଜର ଓ ପୀଡ଼ିତା ତଦନ୍ତକାରୀ ଟିମ୍ ଆଗରେ ସେଦିନର ଘଟଣା ବାବଦରେ ପକ୍ଷ ରଖିଥିଲେ। ସେଠାରେ ସିନ୍ ରିକ୍ରିଏସନ କରାଯାଇଥିଲା। ଏହାପରେ ସେମାନଙ୍କୁ ନେଇ ସୁନ୍ଦରପୁର ଯାଇଥିଲା ତଦନ୍ତକାରୀ ଟିମ୍। ସେଠାରେ ରୋଡ୍ ରୋମିଓମାନେ ପୀଡ଼ିତା ଓ ମେଜରଙ୍କୁ ଅଟକାଇଥିଲେ। ଫଳରେ ସେଠାରେ ସେମାନଙ୍କ ମଧ୍ୟରେ ବଚସା ଓ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ସମସ୍ତ ତଦନ୍ତ ଓ ଯାଞ୍ଚ ପ୍ରକ୍ରିୟାର କ୍ୟାମେରାରେ ରେକର୍ଡ କରାଯାଇଛି। କ୍ରାଇମବ୍ରାଞ୍ଚ ସହିତ ଫୋରେନସିକ୍ ଟିମ୍ ମଧ୍ୟ ଥିଲେ। 

ସେହିପରି ଅପରାହ୍ନ ସାଢ଼େ ଗୋଟାଏରେ ଭରତପୁର ଥାନାରେ ପହଞ୍ଚିଥିଲେ ଏହି ମାମଲାରେ ନିଲମ୍ବିତ ହୋଇଥିବା ପୁଲିସ କର୍ମଚାରୀ।ସେମାନଙ୍କୁ ଧରି ବି ସିନ୍ ରିକ୍ରିଏସନ କରିଥିଲା କ୍ରାଇମବ୍ରାଞ୍ଚ ଟିମ୍। ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କୁ ଛାଡ଼ି ବାକି ୪ ନିଲମ୍ବିତ ପୁଲିସ କର୍ମଚାରୀ- ସବ-ଇନସପେକ୍ଟର ସାଗରିକା ରଥ, ଏଏସଆଇ ବୈଶାଳିନୀ ପଣ୍ଡା, ASI ସଲିଳାମୟୀ ସାହୁ ଓ କନଷ୍ଟେବଳ ବଳରାମ ହାଁସଦାଙ୍କୁ ପଚାରିଥିଲେ ଘଟଣା ଦିନ ରାତିର ସତ। ପୀଡ଼ିତା କେଉଁବାଟେ ଆସିଲେ ? କେମିତି ଅବସ୍ଥାରେ ଆସିଥିଲେ ? କେଉଁଠି ଛିଡ଼ା ହୋଇଥିଲେ? କାହା ହାତକୁ କାମୁଡ଼ି
ଦେଇଥିଲେ? ଇତ୍ୟାଦି ଇତ୍ୟାଦି ପଚାରିଥିଲେ। 

Bharatpur Police Station
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe