Advertisment

ଝୁଲି ପଡ଼ିଲେ ନବବଧୂ, ଲେଖିଥିଲେ- ‘ଗେଲୁ, ସବୁ ଜନ୍ମରେ ତୁମକୁ ଚାହିଁବି’

‘ଗେଲୁ, ତୁମକୁ ପାଇ ମୁଁ ସ୍ୱାମୀ ରୂପରେ ସାଙ୍ଗ ପାଇଛି। ତୁମକୁ ଛାଡ଼ି ଯିବାକୁ ଟିକେ ବି ଇଚ୍ଛା ନାହିଁ। କିଛି କାରଣରୁ ଆଜି ମୁଁ ମୋ’ ଜୀବନରେ ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହେଉଛି। ଏଥିପାଇଁ କେହି ଦାୟୀ ନୁହନ୍ତି।’

author-image
Niharika Rout
ଅଦ୍ୟତନ ହୋଇଛି
Couple

Couple

‘ଗେଲୁ, ତୁମକୁ ପାଇ ମୁଁ ସ୍ୱାମୀ ରୂପରେ ସାଙ୍ଗ ପାଇଛି। ତୁମକୁ ଛାଡ଼ି ଯିବାକୁ ଟିକେ ବି ଇଚ୍ଛା ନାହିଁ। କିଛି କାରଣରୁ ଆଜି ମୁଁ ମୋ’ ଜୀବନରେ ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହେଉଛି। ଏଥିପାଇଁ କେହି ଦାୟୀ ନୁହନ୍ତି। ଗେଲୁ ମୁଁ ସବୁବେଳେ ତୁମ ପରି ସ୍ୱାମୀ ଚାହିଁବି । ଠାକୁର ତୁମକୁ ବହୁତ ଭଲରେ ରଖନ୍ତୁ। ଜୀବନରେ ତୁମେ ବହୁତ ଆଗକୁ ଯାଅ ।’ ନିଜ ଶେଷ ଚିଠିରେ ଏପରି ଲେଖି ଝୁଲି ପଡ଼ିଛନ୍ତି ଜଣେ ନବ ବଧୂ। ଏପରି ଏକ ଦୁଃଖଦ ଘଟଣା ବାଲେଶ୍ୱର ସହରର ସହଦେବଖୁଣ୍ଟାରେ ଘଟିଛି। ମୃତା ମହିଳାଜଣକ ହେଲେ ଇତିଶ୍ରୀ । ଘରର କାନ୍ଥରୁ ଶୁଭବିବାହ ଚିତ୍ର ଲିଭିନି, ହେଲେ ତା ପୂର୍ବରୁ ଲିଭିଗଲା ବୋହୂ ଇତିଶ୍ରୀଙ୍କ ଜୀବନଦୀପ ।

Advertisment

୩ ବର୍ଷ ପୂର୍ବେ ଇତିଶ୍ରୀ ବାଲେଶ୍ୱର ସହରର ସହଦେବଖୁଣ୍ଟାର କାର୍ତ୍ତିକ ପଣ୍ଡାଙ୍କ ପୁଅ ରାଜେଶଙ୍କୁ ବିବାହ କରିଥିଲେ । ବିବାହ ପରେ ସବୁକିଛି ଠିକ୍ ଠାକ୍ ଚାଲିଥିଲା ପୁଅ ବୋହୁଙ୍କ ଭିତରେ ସବୁ ଠିକଠାକ୍ ଥିଲା ।

ଗତ ବୁଧବାର ରାକ୍ଷୀ ପୂର୍ଣ୍ଣିମା ଥିବା ବେଳେ ଇତିଶ୍ରୀ ନିଜ ବାପ ଘରକୁ ଯାଇ ଭାଇମାନଙ୍କୁ ରାକ୍ଷୀ ବାନ୍ଧି ହସଖୁସିରେ ଘରକୁ ଫେରିଥିଲେ। ମାତ୍ର ଏହା ପରଦିନ ଭଉଣୀର ମୃତ୍ୟୁ ଖବର ମିଳିବ ବୋଲି ଭାଇମାନେ କେବେ ବି କଳ୍ପନା କରି ନ ଥିଲ।

Advertisment

ଗୁରୁବାର ଇତିଶ୍ରୀ ଘରେ ରୋଷେଇ କରୁଥିବା ବେଳେ ତାଙ୍କ ସ୍ୱାମୀ ଅଫିସକୁ ଯାଇଥିଲେ । ହେଲେ ତାଙ୍କ ଶାଶୁଙ୍କ କହିବା କଥା ସେ ହଠାତ୍ ଘରେ ପଶି ଯାଇଥିଲେ । ଆଉ ତାପରେ ନିଜ ଅପ୍ରୋନରେ ଝୁଲି ଆତ୍ମହତ୍ୟା କରିଥିଲେ।

ଖବର ପାଇ ପୁଲିସ୍‌ ପହଞ୍ଚି ଇତିଶ୍ରୀଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଝିଅ ଆତ୍ମହତ୍ୟା କରିଥିବା ଘଟଣାକୁ ସହଜେ ଗ୍ରହଣ କରି ପାରୁ ନାହାନ୍ତି ତାଙ୍କ ବାପଘର ଲୋକେ। ଶାଶୁ ଘର ଲୋକେ ଝିଅକୁ ମାରି ଟାଙ୍ଗି ଦେଇଥିବା ସେମାନେ ଅଭିଯୋଗ କରିଛନ୍ତି। ଇତିଶ୍ରୀଙ୍କ ସୁଇସାଇଡାଲ ନୋଟକୁ ପୁଲିସ ଜବତ କରିଛି । ମାତ୍ର ତାଙ୍କ ଦେହର ବିଭିନ୍ନ ଜାଗାରେ କଟା ଦାଗ ଥିବାରୁ ତାଙ୍କୁ ହତ୍ୟା ପୂର୍ବରୁ ଏମିତି ଲେଖି ହତ୍ୟା କରାଯାଇଥିବା ବାପଘର ଲୋକେ ଅଭିଯୋଗ ଆଣିଛନ୍ତି।

ସେମାନେ ଇତିଶ୍ରୀଙ୍କ ଦେଢଶୁର, ଭାଉଜ, ଶାଶୁ ଓ ଶଶୁରଙ୍କ ନାଁରେ ଅଭିଯୋଗ କରିଥିବା ବେଳେ ପୁଲିସ୍‌ ତାଙ୍କ ସ୍ୱାମୀଙ୍କୁ ବାନ୍ଧିଛି। ଯା’, ଦେଢଶୁର ଫେରାର ହୋଇ ଯାଇଛନ୍ତି।

ଶାଶୁ ଘରେ ଶାଶୁ ଅପେକ୍ଷା ଯା’ ଅଧିକା ନିର୍ଯାତନା ଦେଉଥିବା ଇତିଶ୍ରୀଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏପରିକି ଇତିଶ୍ରୀଙ୍କର ପୂର୍ବରୁ ଦୁଇ ଥର ଗର୍ଭପାତ ହୋଇ ସାରିଥିବା ବେଳେ ଏନେଇ ତାଙ୍କ ଯା’ ତାଙ୍କୁ ନାନା ଲାଞ୍ଛନା ଦେଉଥିଲେ। ଏପରିକି କାହିଁକି ହୋଟଲରେ ଖାଇଲୁ, ଭଲ ଡ୍ରେସ ପିନ୍ଧିଲୁ ବୋଲି କହି ବରାମ୍ବାର ଝଗଡା କରୁଥିଲେ। ଶାଶୁ ଶ୍ୱଶୁର ସବୁ ଜାଣି ବି  ନୀରବ ରହୁଥିବାରୁ ଝଗଡ଼ା ଉଗ୍ର ରୂପ ନେଉଥିଲା। ଏଥିରେ ଅସହ୍ୟ ହୋଇ ଝିଅ ଏପରି ପଦକ୍ଷେପ ଉଠାଇଥିବା ସେମାନେ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି ।

ବ୍ୟବଚ୍ଛେଦ ପରେ ଇତିଶ୍ରୀଙ୍କ ମୃତଦେହ ତାଙ୍କ ଶାଶୁ ଘରକୁ ଯାଇଥିବା ବେଳେ ସେଠାରେ ବାହାରେ ଦୁଇ ଘଣ୍ଟା କାଳ ପଡ଼ି ରହିଥିଲା। ଶାଶୁ, ଶ୍ୱଶୁର ବାହରକୁ ଆସି ନ ଥିବା ବେଳେ ତାଙ୍କ ଯା’ ଦେଢଶୁର ଫେରାର ହୋଇ ଯାଇଥିଲେ। ଶାଶୁ ଘର ଆଗରେ ଦୁଇଘଣ୍ଟା ଧରି ଡ୍ରାମା ଚାଲିବାପରେ ଶେଷରେ ପୁଲିସ୍‌ ପହଞ୍ଚିଥିଲା । ଏହାପରେ ସାହିପଡିଶା ଓ ବାପଘର ଲୋକ ଇତିଶ୍ରୀଙ୍କ ଶବ ସତ୍କାର କରିଥିଲେ ।

Murder Suicide Arrest Torture;