Advertisment

ବେଡରେ ପଡ଼ିଛି ବୋହୂର ମୃତଦେହ, ଶାଶୂ ଘର ଲୋକେ କହିଲେ- ଆମେ ପାଉନୁ

ତୁମ ଝିଅର ପତ୍ତା ପାଉନୁ। ତୁରନ୍ତ ଆସ ମିଶିକି ଖୋଜିବା। ଝିଅର ଶାଶ ଘରୁ ଏପରି କଲ୍‌ ପାଇ ବାପ ଘର ଲୋକ ପହଞ୍ଚିବା ବେଳକୁ ଝିଅର ମୃତଦେହ ତା’ ବେଡରେ ପଡ଼ିଥିଲା।

author-image
Niharika Rout
ଅଦ୍ୟତନ ହୋଇଛି
Seema

Seema

ତୁମ ଝିଅର ପତ୍ତା ପାଉନୁ। ତୁରନ୍ତ ଆସ ମିଶିକି ଖୋଜିବା। ଝିଅର ଶାଶୂ ଘରୁ ଏପରି କଲ୍‌ ପାଇ ବାପ ଘର ଲୋକ ପହଞ୍ଚିବା ବେଳକୁ ଝିଅର ମୃତଦେହ ତା’ ବେଡରେ ପଡ଼ିଥିଲା। ଏହା ଦେଖି ବାପ ଘର ଲୋକଙ୍କ ପାଦ ତଳୁ ମାଟି ଖସି ଯାଇଥିବା ବେଳେ ଶାଶୂ ଘର ଲୋକେ ଝିଅକୁ ମାରି ଦେଇଥିବା ଅଭିଯୋଗ କରିଛନ୍ତି। ଏପରି ଏକ ଚାଞ୍ଚଲ୍ୟକର ଘଟଣା ବଲାଙ୍ଗିର ଜିଲ୍ଲା ସଦର ଥାନା ଫଲସାମାଲ ଗାଁରେ ଘଟିଛି। ମୃତ ମହିଳାଜଣକ ମୀରା ପଧାନ  ବୋଲି ଜଣାଯାଇଛି। ସେ ପାଚିକା ଭାବେ ଫଲସାମାଳ ପ୍ରାଥମିକ ସ୍କୁଲରେ କାମ କରୁଥିଲେ। 

Advertisment

 ଦଶ ବର୍ଷ ପୂର୍ବେ ସରଗାଡ଼ ଗାଁର ମୀରା ପଧାନ ଫଲସାମାଳ ଗାଁର ମଣିକର ପଧାନଙ୍କୁ ବିବାହ କରିଥିଲେ। ଉଭୟଙ୍କର ଦୁଇ ପୁଅ ଥିବା ବେଳେ ହସଖୁସିରେ ଚାଲିଥିବା ସଂସାରରେ ହଠାତ୍‌ କାହା ନଜର ଲାଗିଗଲା। ଦୁଇବର୍ଷ ତଳେ ସ୍ୱାମୀଙ୍କ ମୃତ୍ୟୁ ପରେ ମୀରାଙ୍କ ଉପରେ ଯେପରି ଦୁଃଖର ପାହାଡ଼ ଛିଣ୍ଡି ପଡ଼ିଲା । ପାଚିକା ରୂପେ କାମ କରି ଯାହା କିଛି ରୋଜଗାର କରୁଥିଲେ, ସେଥିରେ ଦୁଃଖେକଷ୍ଟେ ଦୁଇ ପୁଅଙ୍କୁ ନେଇ ବଞ୍ଚି ଯାଉଥିଲେ।

ମାତ୍ର ଗତକାଲି ରାତିରେ ଶାଶୁଘର ଲୋକେ ମୀରାଙ୍କ ପରିବାର ଲୋକଙ୍କୁ ଫୋନ କରି ଝିଅ ନିଖୋଜ ଥିବା ନେଇ ଖବର ଦେଇଥିଲେ । ବାପ ଘର ଲୋକେ ଆସି ଦେଖିବା ବେଳକୁ ରୁମ୍‌ରେ ମୀରାଙ୍କ ଶବ ପଡିରହିଥିବା ଦେଖିବାକୁ ପାଇଲେ। ମୀରା ଆତ୍ମହତ୍ୟା କରୁଥିବା ଶାଶୂ ଘର ଲୋକେ  କହୁଥିବା ବେଳେ ବାପଘର ଲୋକେ ଆଣିଛନ୍ତି ହତ୍ୟା ଅଭିଯୋଗ କରିଛନ୍ତି । ସଦର ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରୀ ରଖିଛି ।

Advertisment

ବାପା ଚାଲି ଯିବା ପରେ ମା’ ପଣତ କାନି ତଳେ ବଞ୍ଚିଥିବା ଦୁଇ ଛୁଆ ଏବେ ଅନାଥ ହୋଇ ଯାଇଛନ୍ତି। ଏତେ ବଡ଼ ଦୁନିଆରେ ସେମାନଙ୍କର କେହି ନ ଥିବା ବେଳେ ସେମାନଙ୍କୁ ସରକାରୀ ସହାୟତା ପ୍ରଦାନ ପାଇଁ ଦାବି ହେଉଛି।