Advertisment

ମହଙ୍ଗା ପଡ଼ୁଛି ପ୍ରେମ: ନିଲମ୍ବିତ ଆଇପିଏସଙ୍କ ନିଲମ୍ବନ ଅବଧି ପୁଣି ବଢ଼ିଲା

ଗୃହ ବିଭାଗ ପକ୍ଷରୁ ଶୁକ୍ରବାର ଜାରି ନିର୍ଦ୍ଦେଶନାମା ଅନୁସାରେ, ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତା ବିଶିଷ୍ଟ ରିଭ୍ୟୁ କମିଟିର ସୁପାରିଶ ଆଧାରରେ ଉତ୍ତମରାଓଙ୍କ ନିଲମ୍ବନ ଅବଧିକୁ ଆଉ ୬୦ଦିନ ବୃଦ୍ଧି ପାଇ ସରକାର ନିଷ୍ପତ୍ତି ନେଇଛନ୍ତି ।

author-image
Ordigital Desk
IPS Pandita Rajesh Uttamrao

IPS Pandita Rajesh Uttamrao

ମହିଳା ପୁଲିସ ଇନ୍ସପେକ୍ଟରଙ୍କ ସହ ପ୍ରେମ ସମ୍ପର୍କ ଏବେ ଆଇପିଏସ୍ ଅଫିସର ପଣ୍ଡିତ ରାଜେଶ ଉତ୍ତମରାଓଙ୍କୁ ମହଙ୍ଗା ସାବ୍ୟସ୍ତ ହୋଇଛି । ରାଜ୍ୟ ସରକାର ତାଙ୍କର ନିଲମ୍ବନ ଅବଧିକୁ ପୁଣିଥରେ ୬୦ଦିନ ପାଇଁ ବଢ଼ାଇଛନ୍ତି । ନିଜର ପୂର୍ବ ପରିଚିତ ମହିଳା ଇନ୍ସପେକ୍ଟରଙ୍କ ଘରକୁ ଯାଇ ପ୍ରେମ ନିବେଦନ କରିବା ଆଇପିଏସ୍ ଉତ୍ତମରାଓଙ୍କୁ ବିବାଦୀୟ କରିଥିଲା । ପୁଲିସ ଡିଜିଙ୍କ ସୁପାରିଶ ଆଧାରରେ ରାଜ୍ୟ ସରକାର ଉତ୍ତମରାଓଙ୍କୁ ଜୁଲାଇ ୩୦ତାରିଖରେ କାର୍ଯ୍ୟରୁ ନିଲମ୍ବନ କରିଥିଲେ ।

Advertisment

ଗୃହ ବିଭାଗ ପକ୍ଷରୁ ଶୁକ୍ରବାର ଜାରି ନିର୍ଦ୍ଦେଶନାମା ଅନୁସାରେ, ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତା ବିଶିଷ୍ଟ ରିଭ୍ୟୁ କମିଟିର ସୁପାରିଶ ଆଧାରରେ ଉତ୍ତମରାଓଙ୍କ ନିଲମ୍ବନ ଅବଧିକୁ ଆଉ ୬୦ଦିନ ବୃଦ୍ଧି ପାଇ ସରକାର ନିଷ୍ପତ୍ତି ନେଇଛନ୍ତି । ଉତ୍ତମରାଓଙ୍କ ନିଲମ୍ବନ ଅବଧି ଜାନୁୟାରୀ ୨୫ତାରିଖରେ ଶେଷ ହେଉଛି । ପୂର୍ବରୁ ଉତ୍ତମରାଓଙ୍କ ନିଲମ୍ବନ ଅବଧିକୁ ୨୦୨୪ ସେପ୍ଟେମ୍ବର ୨୭ତାରିଖରେ ରାଜ୍ୟ ସରକାର ଆଉ ୧୨୦ଦିନ ବୃଦ୍ଧି କରିଥିଲେ । ୨୦୨୪ ଜୁଲାଇ ୩୦ତାରିଖରେ ତାଙ୍କୁ ସରକାର କାର୍ଯ୍ୟରୁ ୬୦ଦିନ ପାଇଁ ନିଲମ୍ବିତ କରିଥିଲେ ।

ସର୍ବଭାରତୀୟ ପୁଲିସ ସେବାର ଜଣେ ସଦସ୍ୟ ଭାବେ ଗୁରୁତର ଖରାପ ଆଚରଣ କରିବା ଅଭିଯୋଗରେ ଉତ୍ତମରାଓଙ୍କୁ ଚାକିରିରୁ ରାଜ୍ୟ ସରକାର ନିଲମ୍ବନ କରିଥିଲେ ।

Advertisment