Advertisment

ଷ୍ଟିଲ ପ୍ଲେଟ ନେବାକୁ ଆସିଥିଲା ଜାହାଜ, ବାହାରିଲା ୨୨ ପ୍ୟାକେଟ କୋକେନ

ଦୁଇ ଦିନ ତଳେ ପାରାଦୀପ ପୋର୍ଟ PICT ବର୍ଥରେ ଲାଗିଛି ଜାହାଜ MV DEBI । ଇଣ୍ଡୋନେସିଆର ଗ୍ରେସିକ ପୋର୍ଟରୁ ଏହି ଜାହାଜ ଆସି ପାରାଦୀପ ପୋର୍ଟରେ ପହଞ୍ଚିଛି।

author-image
Niharika Rout
ଅଦ୍ୟତନ ହୋଇଛି
Suspicious packets

Suspicious packets

ଦୁଇ ଦିନ ପୂର୍ବେ ପାରାଦୀପ ପୋର୍ଟକୁ ଆସିଥିବା ଏକ ଜାହାଜକୁ ନେଇ ଆରମ୍ଭ ହୋଇଛି ତନାଘନା। ଜାହାଜରେ ବୋମା ଥିବା ସନ୍ଦେହ କରାଯାଉଥିବା ବେଳେ ଯାଞ୍ଚ ବେଳେ ସନ୍ଦେହଜନକ ଅବସ୍ଥାରେ ୨୨ଟି ପ୍ୟାକେଟ ଜବତ ହୋଇଛି। । ସମସ୍ତ ପ୍ୟାକେଟରେ ନିଷିଦ୍ଧ ଡ୍ରଗ୍ସ କୋକେନ ଥିବା ସ୍ପଷ୍ଟ ହୋଇଛି।  

Advertisment

ଦୁଇ ଦିନ ତଳେ ପାରାଦୀପ ପୋର୍ଟ PICT ବର୍ଥରେ ଲାଗିଛି ଜାହାଜ MV DEBI । ଇଣ୍ଡୋନେସିଆର ଗ୍ରେସିକ ପୋର୍ଟରୁ ଏହି ଜାହାଜ ଆସି ପାରାଦୀପ ପୋର୍ଟରେ ପହଞ୍ଚିଥିଲା। ପାରାଦୀପରୁ ଷ୍ଟିଲ ପ୍ଲେଟ ବୋଝେଇ ପରେ ତାହା ଡେନମାର୍କ ଅଭିମୁଖେ ଯାଇଥାନ୍ତା।

ମାତ୍ର MV DEBIରେ ଷ୍ଟିଲ ପ୍ଲେଟ ବୋଝେଇ କରିବା ନିମନ୍ତେ ଗତକାଲି କ୍ରେନ୍‌ ଅପରେଟର ଜାହାଜର ଚାମ୍ବରକୁ ଯାଇଥିଲେ। ସେଠାରେ ସେ କିଛି ସନ୍ଦେହଜନକ ପଦାର୍ଥ ଦେଖିବାକୁ ପାଇଥିଲେ। ଏନେଇ ସେ ଉପରିସ୍ଥ ଅଧିକାରୀଙ୍କୁ ସୂଚନା ଦେଇଥିଲେ । ଏହାପରେ ଉକ୍ତ ଜାହାଜରେ କିଛି ବିସ୍ଫୋରକ ପଦାର୍ଥ ବା ବୋମା ଥିବା ଖବର ପ୍ରଚାରିତ ହେଲା।

Advertisment

ଗତ ରାତିରେ CISF, ପାରାଦୀପ ପୁଲିସ୍‌, ଡଗ୍‌ ସ୍କ୍ୱାର୍ଡ ଓ କଷ୍ଟମ୍ସ ବିଭାଗ ଅଧିକାରୀ ପହଞ୍ଚିଥିଲେ। ସେମାନେ ସ୍କାନରରେ ଯାଞ୍ଚ କରିବା ପରେ ତାହା ବୋମା ନୁହେଁ ବୋଲି ସ୍ପଷ୍ଟ ହୋଇଥିଲା।

ଏହାପରେ ଜାହଜକୁ ତନ ତନ କରି ଯାଞ୍ଚ କରାଯିବାରୁ ଆଜି ପର୍ଯ୍ୟନ୍ତ ୨୨ଟି ସନ୍ଦିଗ୍ଧ ପ୍ୟାକେଟ ଜବତ ହୋଇଛି। ପ୍ରତି ପ୍ୟାକେଟର ଓଜନ ୮ରୁ ୧୦ କେଜି ରହିଛି।  ପ୍ରତି ପ୍ୟାକେଟରେ ବିପୁଳ ପରିମାଣର ଧଳା ପାଉଡର ରହିଥିବା ବେଳେ ତାହା କିଛି ନିଶା ଦ୍ରବ୍ୟ ବୋଲି ସନ୍ଦେହ କରାଯାଉଥିଲା। 

ଜବତ ସାମଗ୍ରୀର ଯାଞ୍ଚ ପାଇଁ ଆଜି ଭୁବନେଶ୍ୱରରୁ କଷ୍ଟମ ବିଭାର ବରିଷ୍ଠ ଅଧିକାରୀ ଡ୍ରଗ ଟେଷ୍ଟିଂ କିଟ୍ ସହ ପାରାଦୀପରେ ପହଞ୍ଚିଥିଲେ। ସେମାନେ  ସମସ୍ତ ୨୨ ପ୍ୟାକେଟ ଯାଞ୍ଚ କରିବା ପରେ ସେଥିରେ କୋକେନ ଥିବା ସ୍ପଷ୍ଟ କରିଛନ୍ତି।  

ଜାହାଜରୁ ସମସ୍ତ କର୍ମଚାରୀଙ୍କୁ ବାହାର କରି ଦିଆଯାଇଥିବା ଜଣାଯାଇଛି। ତେବେ ଏହି ଘଟଣାରେ କାହାକୁ ଅଟକ ରଖାଯାଇ ନ ଥିବା ସୂଚନା ମିଳିଛି । 

Paradip