Advertisment

ମେସ୍‌ରେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ବାଥ୍‌ରୁମ୍‌ରୁ ମିଳିଲା ମୃତଦେହ

ବାଥ୍‌ ରୁମ୍‌ର କବାଟ ଖୋଲା ଥିଲା। ଅନ୍ୟ କେହି ବାଥ୍‌ ରୁମ୍ ଗଲା ପରେ ଉକ୍ତ ଛାତ୍ରୀ ଜଣଙ୍କୁ ସେଠାରେ ଝୁଲନ୍ତା ଅବସ୍ଥାରେ ପାଇଥିଲେ।

author-image
Jitendra Garnayak
ଅଦ୍ୟତନ ହୋଇଛି
House

House

ଭଦ୍ରକରେ ଏକ ଘରୋଇ ମହିଳା ମେସ୍‌ରେ ଜଣେ ଛାତ୍ରୀଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ମୃତ ଛାତ୍ରୀ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ୩ ପ୍ରଥମ ବର୍ଷରେ ପଢୁଥିଲେ। ତାଙ୍କ ଘର ବାସୁଦେବପୁର ଥାନା ଲୁଙ୍ଗା ଅଞ୍ଚଳରେ।

Advertisment

ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ଗେଟ୍‌ ନିକଟରେ ଥିବା ଘରୋଇ ମହିଳା ମେସ୍‌ରେ ରହୁଥିଲେ ଛାତ୍ରୀ ଜଣଙ୍କ। ରାକ୍ଷୀ ପୂର୍ଣ୍ଣିମା ପାଇଁ ସେ ଗାଁକୁ ଯାଇଥିଲେ। ଗତକାଲି ଗାଁରୁ ଫେରିଥିଲେ। ଆଜି କଲେଜ ଯାଇଥିଲେ ଓ କ୍ଲାସ କରିଥିଲେ।

ମେସ୍‌ର ଅନ୍ୟ ଝିଅମାନଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଛାତ୍ରୀ ଜଣଙ୍କ କଲେଜରୁ ଫେରିବା ପରେ ଆଉ ଦୁଇ ଜଣ ଛାତ୍ରୀ ତାଙ୍କୁ ଭେଟିବାକୁ ଆସିଥିଲେ। ସେମାନେ ଗଲା ପରେ ଛାତ୍ରୀ ଜଣଙ୍କ ବାଥ୍‌ ରୁମ୍ ଯାଇଥିଲେ।

Advertisment

ବାଥ୍‌ ରୁମ୍‌ର କବାଟ ଖୋଲା ଥିଲା। ଅନ୍ୟ କେହି ବାଥ୍‌ ରୁମ୍ ଗଲା ପରେ ଉକ୍ତ ଛାତ୍ରୀ ଜଣଙ୍କୁ ସେଠାରେ ଝୁଲନ୍ତା ଅବସ୍ଥାରେ ପାଇଥିଲେ। ଛାତ୍ରୀ ଜଣଙ୍କ ଓଢ଼ଣୀରେ ଝୁଲି ରହିଥିଲେ। ଏହା ଦେଖି କେହି ଜଣେ ଛୁରୀରେ ଓଢ଼ଣୀଟିକୁ କାଟି ଦେଇଥିଲେ। ଏହା ସହିତ ମେସ୍‌ ମାଲିକଙ୍କୁ ଖବର ଦେଇଥିଲେ। ମେସ୍ ମାଲିକ ଘଟଣା ସଂପର୍କରେ ପୁଲିସକୁ ଅବଗତ କରାଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ କରିଛି। ନିଜେ ଏସ୍‌ପି ମଧ୍ୟ ଘଟଣାସ୍ଥଳ ଯାଞ୍ଚ କରିଛନ୍ତି।

ଭଦ୍ରକ ଏସ୍‌ପି ମନୋଜ ରାଉତ କହିଛନ୍ତି, ଛାତ୍ରୀଙ୍କ ମୃତ୍ୟୁ କେମିତି ହେଲା, ସେ ନେଇ କିଛି ସ୍ପଷ୍ଟ ହୋଇପାରିନାହିଁ। ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡ଼ିବ। ତଦନ୍ତ ଜାରି ରହିଛି। ଅଧିକ ତଦନ୍ତ ହେଲା ପରେ ଏହି ଘଟଣା କାହିଁକି ଓ କେମିତି ଘଟିଲା, ତାହା ଜଣାପଡ଼ିବ। ଯେଉଁ ଛାତ୍ରୀ ଦ୍ୱୟ ତାଙ୍କ ପାଖକୁ ଆସିଥିଲେ, ସେମାନେ ହେଉଛନ୍ତି ତାଙ୍କ ସାଙ୍ଗ। ସେମାନେ ଏବେ ମହିଳା କଲେଜରେ ପଢୁଛନ୍ତି। ସିସିଟିଭି ଯାଞ୍ଚ କରାଯାଉଛି। ଯାହା ଆମେ ଜାଣିବାକୁ ପାଇଛୁ, ଏହି ମହିଳା ମେସ୍‌କୁ ଛାତ୍ରୀମାନଙ୍କ ବ୍ୟତୀତ ଅନ୍ୟମାନଙ୍କ ପାଇଁ ପ୍ରବେଶ ନିଷେଧ ରହିଛି।

Suicide