Advertisment

ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ବିଭୁତିଭୂଷଣଙ୍କ ଅଭିଯୋଗ ଆଧାରରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଛି।

author-image
Biswajit Samal
ଅଦ୍ୟତନ ହୋଇଛି
Murder

Murder

ହଷ୍ଟେଲରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ। ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ। ମୃତକଙ୍କ ନାଁ ବିଶ୍ୱଭୂଷଣ ସ୍ୱାଇଁ। ତାଙ୍କ ଘର ଜଗତସିଂହପୁର ଜିଲ୍ଲା ଗୋପୀନାଥପୁର ଗାଁରେ।

Advertisment

ବିଶ୍ୱଭୂଷଣ ଦଶମ ଶ୍ରେଣୀର ଛାତ୍ର ଥିଲେ। ସେ ଜଗତସିଂହପୁର ଜିଲ୍ଲାର ଗୋପାଳସାଗରରେ ଥିବା ଏକ ଘରୋଇ ହଷ୍ଟେଲରେ ରହି ପାଠପଢୁ‌ ଥିଲେ। ସେ ସେଠାରେ ପ୍ରାୟ ୭ ମାସ ହେଲା ଥିଲେ। ଆଜି ସକାଳେ ବିଶ୍ୱଭୂଷଣଙ୍କର ମୃତ୍ୟୁ ହୋଇଥିବା ହଷ୍ଟେଲ କର୍ମଚାରୀ ଜାଣିବାକୁ ପାଇଥିଲେ। ଏନେଇ ସେମାନେ ବିଶ୍ୱଭୂଷଣଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ।

ଖବର ପାଇ ବିଶ୍ୱଭୂଷଣଙ୍କ ବାପା ବିଭୁତିଭୂଷଣ ହଷ୍ଟେଲେରେ ପହଞ୍ଚିଥିଲେ। ଖଟ ଉପରେ ପୁଅର ମୃତଦେହ ପଡ଼ିଥିବା ଦେଖିବା ପରେ ତାଙ୍କ ମନ ବୁଝିନଥିଲା। କାରଣ ଗତକାଲି ସେ ପୁଅକୁ ଦେଖା କରି ଯାଇଥିଲେ। ସେତେବେଳେ ପୁଅର ପୂରା ଠିକ୍ ଥିଲା। ରାତିରେ କାହିଁକି ସେ ଆତ୍ମହତ୍ୟା କରିବ ବୋଲି ତାଙ୍କ ବାପା ପ୍ରଶ୍ନ କରିଛନ୍ତି। ଏହା ସହିତ ପୁଅକୁ ହତ୍ୟା କରାଯାଇଥିବା ନେଇ ସେ ଜଗତସିଂହପୁର ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Advertisment

ବିଭୁତିଭୂଷଣଙ୍କ ଅଭିଯୋଗ ଆଧାରରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି।

Deadbody