Advertisment

ଡାହାଣୀ ସନ୍ଦେହରେ କରିଥିଲେ ହତ୍ୟା, ମିଳିଲା ଆଜୀବନ କାରାଦଣ୍ଡ

ସନ୍ଧ୍ୟାରେ ରାଜୁ ଏକ ଟାଙ୍ଗିଆ ନେଇ ବୃଦ୍ଧ ଓ ବୃଦ୍ଧା ଘରେ ଶୋଇଥିବା ଅବସ୍ଥାରେ ଶରୀରର ଭିବିନ୍ନ ଅଂଶରେ ଚୋଟ ମାରିଥିଲା

author-image
Biswajit Samal
ଅଦ୍ୟତନ ହୋଇଛି
Accused

Accused

ଡାହାଣୀ ସନ୍ଦେହରେ ହତ୍ୟା କରିବା ପଡ଼ିଲା ମହଙ୍ଗା। ରାଜୁ ପାନ୍ନା ନାମକ ବ୍ୟକ୍ତିକୁ ରାଉରକେଲା ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଆଜି କେସର ଶୁଣାଣି କରି ଦୋଷୀକୁ ଆଜୀବନ କାରାଦଣ୍ଡ ରାୟ ଶୁଣାଇଛନ୍ତି। ୧୦ଜଣଙ୍କ ସାକ୍ଷ୍ୟ ପ୍ରମାଣ ଓ ପାରିପାଶ୍ୱିକ ସ୍ଥତିକୁ ନେଇ କୋର୍ଟ ଏହି ଶୁଣାଣି କରିଛନ୍ତି।

Advertisment

ଘଟଣା ଘଟିଥିଲା ୨୦୧୫ ମସିହା ଜୁନ ୭ ତାରିଖ ରେ। ରାଉଲକେଲାର ବ୍ରାହ୍ମଣୀତରଙ୍ଗ ଥାନା ଦାଣ୍ଡିଆ ପାଲି ଅଞ୍ଚଳରେ ଘଟିଥିଲା ଅଘଟଣ। ରାଜୁ ପାନ୍ନା ନାମକ ଜଣେ ଯୁବକଙ୍କର ଦେହ ଅସୁସ୍ଥ ରହୁଥିଲା। ଦେହ ଭଲନହେବାରୁ ଘର ପାଖରେ ଥିବା ବୃଦ୍ଧ ଓ ବୃଦ୍ଧାଙ୍କୁ ସେ ସନ୍ଦେହ କରୁଥିଲେ। ରାଜୁ ଭାବୁଥିଲା ବୃଦ୍ଧ ଓ ବୃଦ୍ଧା ଗୁଣୀ ଗାରେଡ଼ି କରୁଛନ୍ତି ସେଥି ପାଇଁ ତାଙ୍କ ଦେହ ଭଲ ହେଉନାହିଁ।

ଏଥି ପାଇଁ ଦିନେ ରାଜୁ ସେଇ ବୃଦ୍ଧ ଓ ବୃଦ୍ଧାଙ୍କୁ ଧମକ ଦେଇଥିଲା ତମେ ମୋତେ ଗୁଣି କରୁଛ ମୁତୁକୁ ଛାଡ଼ିବିନି। ତେବେ ୨୦୧୫ ମସିହା ୭ ତାରିଖ ସନ୍ଧ୍ୟାରେ ରାଜୁ ଏକ ଟାଙ୍ଗିଆ ନେଇ ବୃଦ୍ଧ ଓ ବୃଦ୍ଧା ଘରେ ଶୋଇଥିବା ଅବସ୍ଥାରେ ଶରୀରର ଭିବିନ୍ନ ଅଂଶରେ ଚୋଟ ମାରିଥିଲା। ଯାହାଫଳରେ ସେମାନଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ଯାହାର ଆଜି ଶୁଣାଣି କରିଛିନ୍ତି କୋର୍ଟ।

Advertisment
Murder