Advertisment

ସ୍ୱାମୀଙ୍କ ଉପରେ ସନ୍ଦେହ କରି ତିନି ନାବାଳିକା ଝିଅଙ୍କ ସହିତ ସ୍ତ୍ରୀର ଆତ୍ମାହୁତି ଉଦ୍ୟମ

ମିଳିଥିବା ସୂଚନା ଅନୁଯାୟୀ, ପରକୀୟା ପ୍ରୀତି କଥାକୁ ନେଇ ଗତକାଲି ରାତିରେ ଏହି ମହିଳା ଓ ତାଙ୍କ ସ୍ୱାମୀଙ୍କ ମଧ୍ୟ ଝଗଡ଼ା ହୋଇଥିଲା।

Police Station

Police Station

Advertisment

ସ୍ୱାମୀଙ୍କର ଅନ୍ୟ ଜଣେ ମହିଳାଙ୍କ ସହ ସଂପର୍କ ଥିବା ସନ୍ଦେହ କରି ସ୍ତ୍ରୀ କରିଛନ୍ତି ଆତ୍ମାହୁତି ଉଦ୍ୟମ। ନିଜ ସହିତ ନିଜର ୩ ନାବାଳିକା ଝିଅଙ୍କ ଦେହରେ କିରାସିନି ଢାଳି ସେ କରିଛନ୍ତି ଆତ୍ମାହୁତି ଉଦ୍ୟମ। ତେବେ ଠିକ୍‌ ସମୟରେ ଗ୍ରାମବାସୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ। ଘଟଣାଟି ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ବାଲିଆପାଦ ଗାଁରେ।

Advertisment

ଆତ୍ମାହୁତି ଉଦ୍ୟମ କରିଥିବା ମହିଳା ଜଣଙ୍କ ଆଜି ସକାଳେ ତାଙ୍କର ତିନି ନାବାଳିକା ଝିଅଙ୍କୁ ସ୍କୁଟିରେ ବସାଇ ଅନ୍ୟ ଜଣେ ମହିଳାଙ୍କ ଘରକୁ ଯାଇଥିଲେ। ସେହି ମହିଳାଙ୍କ ସହିତ ତାଙ୍କ ସ୍ୱାମୀଙ୍କର ସଂପର୍କ ଥିବା ସେ ସନ୍ଦେହ କରୁଛନ୍ତି। ସେ ସେହି ମହିଳାଙ୍କ ସହିତ କଳିଝଗଡ଼ା କରିଥିଲେ। ଏମିତିକି ସେମାନଙ୍କ ମଧ୍ୟରେ ମାରପିଟ ହୋଇଥିଲା ବୋଲି ବି କୁହାଯାଉଛି। ତା’ ପରେ ମହିଳା ଜଣଙ୍କ ନିଜ ଦେହରେ ଓ ୩ ଝିଅଙ୍କ ଦେହରେ କିରାସିନି ଢାଳିଥିଲେ ଆତ୍ମାହୁତି ଉଦ୍ଦେଶ୍ୟରେ। ତେବେ ଗାଁ ଲୋକେ ସେମାନଙ୍କୁ ବଞ୍ଚାଇ ଦେଇଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ପରକୀୟା ପ୍ରୀତି କଥାକୁ ନେଇ ଗତକାଲି ରାତିରେ ଏହି ମହିଳା ଓ ତାଙ୍କ ସ୍ୱାମୀଙ୍କ ମଧ୍ୟ ଝଗଡ଼ା ହୋଇଥିଲା। ସେହି ସମୟରେ ତାଙ୍କ ସ୍ୱାମୀ ତାଙ୍କୁ କିଛି କଡ଼ା କଥା କହିଥିଲେ। ଆଉ ତା’ପରେ ଆଜି ସକାଳେ ମହିଳା ଜଣଙ୍କ ଘଟାଇଥିଲେ ଏମିତି ଏକ କାଣ୍ଡ।

Advertisment

ସାଲେପୁର ଏସ୍‌ଡିପିଓ କହିଛନ୍ତି ଯେ ଯଦି କିଛି ପାରିବାରିକ ସମସ୍ୟା ଥିଲା, ତା’ହେଲେ ମହିଳା ଜଣଙ୍କ ଥାନା ଆସିପାରିଥା’ନ୍ତେ। ତାଙ୍କ ଅଭିଯୋଗ ଶୁଣିବା ପରେ ତାଙ୍କ ସ୍ୱାମୀଙ୍କୁ ଡାକି କାଉନସେଲିଂ କରାଯାଇଥାନ୍ତା। ସେଭଳି ନ କରି ଛୋଟ ଛୁଆଗୁଡ଼ିକୁ ଧରି ଆତ୍ମାହୁତି ଉଦ୍ୟମ କରିବା ଠିକ୍ ହୋଇନାହିଁ।

ସୂଚନାଯୋଗ୍ୟ, ପୁଲିସ୍ ଉକ୍ତ ମହିଳା, ତାଙ୍କ ପରିବାର ଲୋକ ଓ ଯେଉଁ ମହିଳାଙ୍କ ସହିତ ତାଙ୍କ ସ୍ୱାମୀଙ୍କର ଆଫେୟାର ଚାଲିଛି ବୋଲି ଅଭିଯୋଗ ହୋଇଛି, ତାଙ୍କୁ ଡାକି ପୁଲିସ ବୁଝାସୁଝା କରିଥିବା ଜଣାପଡ଼ିଛି।

Self Immolation Attempt
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe