Advertisment

ମିଠା ମିସ୍ତ୍ରୀଙ୍କୁ ଛୁରୀ ଭୁଷି ହତ୍ୟା

ଝଗଡ଼ା ଏତେ ଭୟଙ୍କର ହୋଇଥିଲା ଯେ ଦୀପକ ରାଗିଯାଇ ଏକ ଧାରୁଆ ଛୁରୀ ଆଣି ପ୍ରଶାନ୍ତଙ୍କ ପେଟରେ ଭୁଷିଦେଇ ଥିଲେ।

ଅଦ୍ୟତନ ହୋଇଛି
Prashant Kumar Majhi

Prashant Kumar Majhi

Advertisment

ମିଠା ମିସ୍ତ୍ରୀଙ୍କୁ ଛୁରୀ ଭୁଷି ହତ୍ୟା ଅଭିଯୋଗ। ଘଟଣାଟି ହେଉଛି କଟକ ଜିଲ୍ଲା ଚୌଦ୍ୱାର ଥାନା ଅଞ୍ଚଳର ଚୁଡ଼ାଖିଆ ବଜାରରେ। ମୃତକ ଜଣଙ୍କ ହେଲେ ପ୍ରଶାନ୍ତ କୁମାର ମାଝୀ। ତାଙ୍କ ଘର ହେଉଛି ଢେଙ୍କାନାଳ ଜିଲ୍ଲାର ତୁମାସିଙ୍ଗା ଅଞ୍ଚଳରେ।

Advertisment

ପ୍ରଶାନ୍ତ ଚୁଡ଼ାଖିଆ ବଜାରରେ ଥିବା ଏକ ଜଳଖିଆ ଦୋକାନରେ ମିଠା ମିସ୍ତ୍ରୀ ଭାବେ କାମ କରନ୍ତି। ସେହି ବଜାରର ଅନ୍ୟ ଏକ ଜଳଖିଆ ଦୋକାନରେ ଦୀପକ ଦେହୁରୀ କାମ କରନ୍ତି। ପ୍ରଶାନ୍ତ ଓ ଦୀପକଙ୍କ ମଧ୍ୟରେ ଗତକାଲି ରାତିରେ ପାଟିତୁଣ୍ଡ ହୋଇଥିଲା। ଝଗଡ଼ା ଏତେ ଭୟଙ୍କର ହୋଇଥିଲା ଯେ ଦୀପକ ରାଗିଯାଇ ଏକ ଧାରୁଆ ଛୁରୀ ଆଣି ପ୍ରଶାନ୍ତଙ୍କ ପେଟରେ ଭୁଷିଦେଇ ଥିଲେ। ସଙ୍ଗେ ସଙ୍ଗେ ପ୍ରଶାନ୍ତ ରକ୍ତଜୁଡ଼ୁବୁଡ଼ୁ ହୋଇ ଘଟଣା ସ୍ଥଳରେ ପଡ଼ିଯାଇଥିଲେ। ଏହା ଦେଖି ସେଠାରୁ ଫେରାର ହୋଇଯାଇଥିଲେ ଦୀପକ।

ଖବର ପାଇ ଦୋକାନି ମାଲିକ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ସେଠାରୁ ଗୁରୁତର ଅବସ୍ଥାରେ ପ୍ରଶାନ୍ତଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲକୁ ନେଇଥିଲେ। ସେଠାରେ ଚିକିତ୍ସା ଚାଲିଥିବା ଅବସ୍ଥାରେ ପ୍ରଶାନ୍ତଙ୍କର ମୃତ୍ୟୁ ହୋଇଥିଲା। ଏନେଇ ଚୌଦ୍ୱାର ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟରା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Advertisment
Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe