Advertisment

ବାହା ହେବାକୁ ଯାଉଥିଲେ ଦୁଷ୍କର୍ମ ପୀଡ଼ିତା, ଖଣ୍ଡା ବୁଲାଇ ଆତଙ୍କ ସୃଷ୍ଟି କଲା ଅଭିଯୁକ୍ତ

ଆକ୍ରମଣରେ ଯୁବତୀଙ୍କ ବାପାଙ୍କ ଗୋଡ଼ ଓ ଭାଇଙ୍କ ହାତ ଭାଙ୍ଗି ଯାଇଛି। ସେମାନେ ଯୁବତୀଙ୍କ ମା’ଙ୍କୁ ମଧ୍ୟ ମାଡ଼ ମାରିଛନ୍ତି।

Sword

Sword

Advertisment

ବାହାଘର ବେଳେ ଜଣେ ୨୨ ବର୍ଷୀୟ ଯୁବତୀଙ୍କୁ ଫିଲ୍ମ ଷ୍ଟାଇଲରେ ଅପହରଣ କରିବାକୁ ହୋଇଥିବା ଉଦ୍ୟମକୁ ଦେଖି ମଧ୍ୟପ୍ରଦେଶର ଅଶୋକ ନଗର ବାସିନ୍ଦା ପୂରା ସ୍ତବ୍ଧ ହୋଇଯାଇଛନ୍ତି। ଅଭିଯୁକ୍ତ କାଳୁ ଓରଫ ସଲିମ ଖାନ ନିଜର ସହଯୋଗୀମାନଙ୍କ ସହ ଯୁବତୀଙ୍କ ବାହାଘରକୁ ଆସି ହଙ୍ଗାମା କରିଛି।

Advertisment

ସେ ଖଣ୍ଡା ବୁଲାଇ ସମସ୍ତଙ୍କୁ ଆତଙ୍କିତ କରିଛି। ୨୨ ବର୍ଷୀୟ ଯୁବତୀଙ୍କୁ କାଳୁ ପୂର୍ବରୁ ଦୁଷ୍କର୍ମ କରିଥିଲା ଓ ଗୋଟିଏ ଭିଡିଓ ଦେଖାଇ ବ୍ଲାକମେଲିଂ କରୁଥିଲା। ଶେଷରେ ଯୁବତୀଙ୍କ ଜଣଙ୍କ ଆଉ ଜଣଙ୍କୁ ବାହା ହେଉଥିବା ବେଳେ କାଳୁ ତାଙ୍କ ପରିବାର ଲୋକଙ୍କୁ ଆକ୍ରମଣ କରିଛି।

ଗୁରୁବାର ସନ୍ଧ୍ୟା ପ୍ରାୟ ୬ଟା ବେଳେ ପୂରା ଘଟଣା ଘଟିଥିଲା। କାଳୁ, ଜୋଧା, ସମୀର ଓ ଶାହରୁଖ ବଳପୂର୍ବକ ଯୁବତୀଙ୍କ ଘରେ ଧସେଇ ପଶିଥିଲେ। ଏହାକୁ ଯୁବତୀ ବିରୋଧ କରିବାରୁ ସେମାନେ ତାଙ୍କ ପରିବାର ଲୋକଙ୍କୁ ଆକ୍ରମଣ କରିଥିଲେ।

Advertisment

ଆକ୍ରମଣରେ ଯୁବତୀଙ୍କ ବାପାଙ୍କ ଗୋଡ଼ ଓ ଭାଇଙ୍କ ହାତ ଭାଙ୍ଗି ଯାଇଛି। ସେମାନେ ଯୁବତୀଙ୍କ ମା’ଙ୍କୁ ମଧ୍ୟ ମାଡ଼ ମାରିଛନ୍ତି। ଆକ୍ରମଣକାରୀମାନେ ଖଣ୍ଡା ଓ ଲୁହା ରଡ ବୁଲାଇ ଯୁବତୀଙ୍କୁ ବାହାଘର ପୂର୍ବରୁ ଘରୁ ଘୋଷାଡ଼ି ନେଇ ଆସିଥିଲେ।

ସେମାନେ ଯୁବତୀଙ୍କୁ ନିଜ ସହ ନେବାକୁ ଚେଷ୍ଟା କରୁଥିବା ବେଳେ ଗାଁ ଲୋକଙ୍କ ଭିଡ଼ ଜମି ଥିଲା। ପ୍ରଥମେ ଆକ୍ରମଣକାରୀମାନେ ସେମାନଙ୍କୁ ମଧ୍ୟ ଡରାଇବାକୁ ଚେଷ୍ଟା କରିଥିଲେ। ହେଲେ ଭିଡ଼ ବଢ଼ିବାରୁ ସେମାନେ ଯୁବତୀଙ୍କୁ ଛାଡ଼ି ଫେରାର ହୋଇ ଯାଇଛନ୍ତି। ଯିବା ପୂର୍ବରୁ କାଳୁ ଯୁବତୀଙ୍କ ପରିବାର ଓ ଯୁବତୀଙ୍କୁ ବିବାହ କରିବାକୁ ଥିବା ପୁଅର ପରିବାର ଲୋକଙ୍କୁ ଧମକ ଦେଇଛନ୍ତି।

ପୁଲିସ୍‌ ଏବେ ଯୁବତୀ ଓ ତାଙ୍କ ବାପାଙ୍କ ବୟାନକୁ ଆଧାର କରି ମାମଲା କରିଛି। ହେଲେ ଅଭିଯୁକ୍ତମାନେ ଧରା ପଡ଼ି ନାହାନ୍ତି।

Sword Madhya Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe