Advertisment

ସ୍ୱାମୀକୁ ଗଛରେ ବାନ୍ଧି ସ୍ତ୍ରୀକୁ ହତ୍ୟା

କେଉଁ କାରଣ ପାଇଁ ଦୁର୍ବୃତ୍ତମାନେ ମହେନ୍ଦ୍ରଙ୍କୁ ନିସ୍ତୁକ ମାଡ଼ ମାରିବା ସହ ସ୍ତ୍ରୀକୁ ହତ୍ୟା କଲେ ତାର କାରଣ ଜଣାପଡ଼ି ନାହିଁ।

author-image
Tapaswini Nayak
ଅଦ୍ୟତନ ହୋଇଛି
Attack

Attack

ସ୍ୱାମୀକୁ ଗଛରେ ବାନ୍ଧି ସ୍ତ୍ରୀକୁ ଦୁର୍ବୃତ୍ତମାନେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଅନ୍ତର୍ଗତ ହାରିଆମୁଣ୍ଡା ଗାଁରେ। ମୃତ ଦମ୍ପତି ହେଲେ ହାରିଆ ମୁଣ୍ଡା ଗାଁର ମହେନ୍ଦ୍ର ଖରା ଓ ସ୍ତ୍ରୀ ସାବିତ୍ରୀ ଖରା।

Advertisment

ଗତକାଲି ମହେନ୍ଦ୍ର ଓ ତାଙ୍କ ସ୍ତ୍ରୀ କୌଣସି କାମରେ ନନ୍ଦପୁର ଯାଇଥିଲେ। କାମ ସାରି ଘରକୁ ଫେରିବା ବେଳେ ହଣ୍ଡାଲ ତୋଟା ନିକଟରେ କିଛି ଦୁର୍ବୃତ୍ତ ଉଭୟଙ୍କୁ ଅଟକାଇଥିଲେ। ପରେ ଦୁର୍ବୃତ୍ତମାନେ ମେହେନ୍ଦ୍ରଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ମହେନ୍ଦ୍ରଙ୍କ ସମ୍ମୁଖରେ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଥିଲେ। ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ଦୁର୍ବୃତ୍ତ। ସ୍ଥାନୀୟ ଲୋକେ ମହେନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ତେବେ କେଉଁ କାରଣ ପାଇଁ ଦୁର୍ବୃତ୍ତମାନେ ମହେନ୍ଦ୍ରଙ୍କୁ ନିସ୍ତୁକ ମାଡ଼ ମାରିବା ସହ ସ୍ତ୍ରୀକୁ ହତ୍ୟା କଲେ ତାର କାରଣ ଜଣାପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Murder Koraput