Advertisment

୧୬ ବୁଲା କୁକୁରଙ୍କୁ ହତ୍ୟା ଅଭିଯୋଗରେ BSP ନେତା ଗିରଫ

ତାମିଲନାଡ଼ୁର ଜଣେ BSP ନେତାଙ୍କୁ ଗିରଫ କରିଛି ପୁଲିସ।

Dogs

Dogs

Advertisment

ତାମିଲନାଡ଼ୁର ଜଣେ BSP ନେତାଙ୍କୁ ଗିରଫ କରିଛି ପୁଲିସ। ୧୬ଟି ବୁଲା କୁକୁରଙ୍କୁ ହତ୍ୟା କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଗିରଫ BSP ନେତା ହେଉଛନ୍ତି  ୪୩ ବର୍ଷୀୟ ଭେଟ୍ରି ବନ୍ଧନ। ତିରୁଭଲ୍ଲୁର ପୁଲିସ ଆଜି ତାଙ୍କୁ ଗିରଫ କରିଛି।  

Advertisment

ସେ ୧୬ଟି କୁକୁରଙ୍କୁ ବିଷ ଦେଇ ମାରିଥିବା ଅଭିଯୋଗ ହୋଇଥିଲା। କାର୍ତ୍ତିକେୟନ ନାମକ ଜଣେ ବ୍ୟକ୍ତି ଥାନାରେ ଏହି ଅଭିଯୋଗ କରିଥିଲେ। ଅଭିଯୋଗ କ୍ରମେ ତିରୁଭଲ୍ଲୁର ପୁଲିସ ଏବଂ ଡିଏସପିଙ୍କ ଏକ ଟିମ୍ ଘଟଣାର ତଦନ୍ତ କରିଥିଲେ।

ପୁଲିସ ଏକାଧିକ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରିଥିଲା। ଭିଡିଓରେ ଜଣେ ବ୍ୟକ୍ତି କିଛି ଦିନ ବ୍ୟବଧାନରେ କୁକୁରଙ୍କୁ ଖାଇବାକୁ ଦେଇଥିବା ଦେଖାଯାଇଥିଲା। ବ୍ୟକ୍ତି ଜଣକ ବିଏସପି ନେତା ଭେଟ୍ରି ବନ୍ଧନ ବୋଲି ଜଣାପଡ଼ିଥିଲା। ପୁଲିସ ତାଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରିଥିଲା।

Advertisment

ଜେରା ସମୟରେ ସେ କୁକୁରଙ୍କୁ ବିଷ ଦେଇଥିବା ସ୍ୱୀକାର କରିଛନ୍ତି। କୁକୁରମାନେ ବାରମ୍ବାର ତାଙ୍କ ପାରା ଏବଂ କୁକୁଡ଼ାମାନଙ୍କୁ ଆକ୍ରମଣ କରିବାରୁ ସେମାନଙ୍କୁ ବିଷ ଦେଇଥିବା ସ୍ୱୀକାର କରିଥିଲେ।

ପୁଲିସ କହିଛି ଯେ, ବିଷକ୍ରିୟା ପରେ ୧୬ଟି କୁକୁରଙ୍କର ମୃତ୍ୟୁ ହୋଇଥିଲା। ଅଭିଯୁକ୍ତ ଭେଟ୍ରି ବନ୍ଧନଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିଲା। ସେଠାରୁ ରିମାଣ୍ଡରେ ନେଇ ତଦନ୍ତ କରାଯାଉଛି।

BSP Leader Arrest BSP Leader Killing Of Stray Dogs Tamil Nadu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe