Advertisment

Stop Rape: ଛାତ୍ରୀଙ୍କୁ ଟେକି ନେଇ ଏୟାରପୋର୍ଟ ପଛ ପଟେ ଗଣଦୁଷ୍କର୍ମ

ଅଭିଯୁକ୍ତମାନେ ଦୁଷ୍କର୍ମ ଭଳି ଜଘନ୍ୟକାଣ୍ଡ ଘଟାଇବା ପୂର୍ବରୁ ଗୋଟିଏ ବାଇକ ମଧ୍ୟ ରବିବାର ଚୋରି କରିଥିଲେ। ଉକ୍ତ ବାଇକରେ ସେମାନେ ଛାତ୍ରୀଙ୍କୁ ଟେକି ନେଇ ଏୟାରପୋର୍ଟର ପଛ ପାଖରେ ଥିବା ଗୋଟିଏ ସ୍ଥାନରେ ପହଞ୍ଚିଥିଲେ।

author-image
Hemant Lenka
stop-Rape

Representational image

ସାମ୍ନାକୁ ଆସିଛି ଅତ୍ୟନ୍ତ ଲଜ୍ଜାଜନକ ଘଟଣା। ଜଣେ ୧୯ ବର୍ଷୀୟ କଲେଜ ଛାତ୍ରୀଙ୍କୁ ତାମିଲନାଡୁର କୋଏମ୍ବାଟୁରରେ ଥିବା ଏୟାରପୋର୍ଟ ପଛ ପଟେ ଗଣଦୁଷ୍କର୍ମ କରାଯାଇଛି। ଅଭିଯୁକ୍ତମାନେ ତାଙ୍କୁ ଟେକି ନେଇ ସେଠାରେ ଗଣଦୁଷ୍କର୍ମ କରିବା ପରେ ଫେରାର ହୋଇଯାଇଛନ୍ତି।

Advertisment

ଭାରତୀୟ ମହିଳା ଦଳ ବିଶ୍ୱକପ ଫାଇନାଲ ଖେଳି ରବିବାର ଟ୍ରଫି ଉଠାଇଛି। ମହିଳା କ୍ରିକେଟର ଦେଶକୁ ଗର୍ବିତ କରିଛନ୍ତି। ସବୁଆଡ଼େ ମହିଳା ସମ୍ମାନ କଥା କୁହାଯାଇଛି। ହେଲେ ସେହି ରବିବାର ରାତିରେ ଜଣେ ଛାତ୍ରୀଙ୍କ ସହ ଏପରି ଘଟଣା ଘଟିବା ସମସ୍ତଙ୍କ ମୁଣ୍ଡକୁ ଲଜ୍ଜାରେ ତଳକୁ କରି ଦେଇଛି।

ପୁଲିସ୍‌ କହିଛି ଯେ ଛାତ୍ରୀ ଜଣଙ୍କ ତାଙ୍କର ଜଣେ ବନ୍ଧୁଙ୍କ ସହ କାରରେ ବସିଥିବା ବେଳେ ହଠାତ୍‌ ୩ ଜଣ ବ୍ୟକ୍ତି ସେଠାରେ ପହଞ୍ଚିଥିଲେ। କେହି କିଛି ବୁଝିବା ଆଗରୁ ସେମାନେ ପୀଡ଼ିତାଙ୍କ ବନ୍ଧୁଙ୍କୁ ଆକ୍ରମଣ କରିଥିଲେ। ଏହାପରେ ଛାତ୍ରୀଙ୍କୁ ଟେକି ନେଇ ସେଠାରୁ ଚାଲି ଯାଇଥିଲେ।

Advertisment

ଏ ସମ୍ପର୍କରେ ଛାତ୍ରୀଙ୍କ ବନ୍ଧୁ ତୁରନ୍ତ ପୁଲିସ୍‌କୁ ଖବର ଦେଇଥିଲେ। ଏହାପରେ ପୁଲିସ୍‌ ଆରମ୍ଭ କରିଥିଲା ସର୍ଚ୍ଚ ଅପରେସନ। ସର୍ଚ୍ଚ ଅପରେସନ ବେଳେ ଛାତ୍ରୀଙ୍କୁ ଏୟାରପୋର୍ଟର ପଛ ପାଖରୁ ଅଚେତ ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

ସୂତ୍ର ଅନୁସାରେ, ଅଭିଯୁକ୍ତମାନେ ଦୁଷ୍କର୍ମ ଭଳି ଜଘନ୍ୟକାଣ୍ଡ ଘଟାଇବା ପୂର୍ବରୁ ଗୋଟିଏ ବାଇକ ମଧ୍ୟ ରବିବାର ଚୋରି କରିଥିଲେ। ଉକ୍ତ ବାଇକରେ ସେମାନେ ଛାତ୍ରୀଙ୍କୁ ଟେକି ନେଇ ଏୟାରପୋର୍ଟର ପଛ ପାଖରେ ଥିବା ଗୋଟିଏ ସ୍ଥାନରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଗଣଦୁଷ୍କର୍ମ କରିବା ପରେ ଫିଙ୍ଗି ଦେଇ ଫେରାର ହୋଇ ଯାଇଛନ୍ତି। 
ଘଟଣାରେ ସାମିଲ ଥିବା ବ୍ୟକ୍ତିମାନଙ୍କୁ ଧରିବା ପାଇଁ ପୁଲିସ୍‌ ୭ଟି ଟିମ ଗଠନ କରିଛି। ସେମାନେ ବିଭିନ୍ନ ସ୍ଥାନରେ ରେଡ କରିଥିଲେ ହେଁ ଏଯାଏ ଅଭିଯୁକ୍ତଙ୍କୁ ଧରିବାକୁ ସକ୍ଷମ ହୋଇ ନାହାନ୍ତି। 

ଘଟଣା ଉପରେ ତାମିଲନାଡୁ(Tamil Nadu) ବିଜେପିର ପୂର୍ବତନ ସଭାପତି କେ ଆନ୍ନାମଲାଇ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି। ଡିଏମକେ ସରକାର ମହିଳାଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିବା ସେ କହିଛନ୍ତି। ଘଟଣା ସେ ଅତ୍ୟନ୍ତ ଭୟଙ୍କର ବୋଲି କହିବା ସହ ପୀଡ଼ିତାଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ଇସ୍ତଫା ଦାବି କରିଛନ୍ତି ଆନ୍ନାମଲାଇ। 

ଏହାପୂର୍ବରୁ ଫେବୃଆରୀ ମାସରେ ଜଣେ ୧୭ ବର୍ଷୀୟ ଝିଅଙ୍କୁ ଗଣଦୁଷ୍କର୍ମ(Stop Rape) କରିବା ଘଟଣାରେ ପୁଲିସ୍‌ ୭ ଜଣ କଲେଜ ଛାତ୍ରଙ୍କୁ ଗିରଫ କରିଥିଲା। କୁନିୟାମୁଥୁର ସ୍ଥିତ ଗୋଟିଏ ଘରୋଇ କଲେଜରେ ଏମାନେ ପଢ଼ୁଥିଲେ ଓ ସୋଶାଲ ମିଡିଆରେ ନାବାଳିକାଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ। ଏହାପରେ ନାବାଳିକାଙ୍କୁ ବିଭିନ୍ନ ଆଳରେ ଜଣେ ଅଭିଯୁକ୍ତ ଡାକିଥିଲେ। ସେ ଆସିବା ପରେ ତାଙ୍କୁ ୭ ଜଣ ଯାକ ଦୁଷ୍କର୍ମ କରିଥିଲେ। 

Stop Rape Tamil Nadu