Advertisment

ଝିଅ ହେବାରୁ ୯ ଦିନର ନବଜାତକୁ ବିଷଦେଇ ମାରିଦେଲେ ବାପାମାଆ

ନବଜାତ ଶିଶୁଟିକୁ ବିଷ ଦେଇ ମାରିବା ପରେ ଘର ପଛପଟେ ପୋତି ଦେଇଥିଲେ।

author-image
Debibandita Barick
ଅଦ୍ୟତନ ହୋଇଛି
Couple

Couple

୯ ଦିନର ଶିଶୁକୁ ବିଷ ଦେଇ ମାରିଦେବା ଅଭିଯୋଗରେ ଏକ ଦମ୍ପତିଙ୍କୁ ଗିରଫ କରିଛି ପୁଲିସ। ଝିଅ ହେବାରୁ ନବଜାତ ଶିଶୁଟିକୁ ବିଷ ଦେଇ ମାରିବା ପରେ ଘର ପଛପଟେ ପୋତି ଦେଇଥିଲେ। ଏପରି ଆମାନୁଶିକ ଘଟଣା ଘଟିଛି ତାମିଲନାଡୁରେ।

Advertisment

ସୂଚନା ଅନୁସାରେ, ଗିରଫ ହୋଇଥିବା ଦମ୍ପତି ହେଉଛନ୍ତି ସି ଜୀଭା ଏବଂ ଜେ ଡାଏନା। ଉଭୟଙ୍କର ୨ ବର୍ଷର ଏକ ଝିଅ ଥିଲା। ଅଗଷ୍ଟ ୨୭ରେ ତାମିଲନାଡ଼ୁ ଭେଲୋରର ଏକ ହସ୍ପିଟାଲରେ ଆଉ ଏକ ଝିଅ ଜନ୍ମ ହୋଇଥିଲା। 

କିନ୍ତୁ ସେମାନଙ୍କର ପୁଅ ଦରକାର ଥିବାରୁ ନବଜାତ ଶିଶୁକନ୍ୟାକୁ ମାରିଦେବାକୁ ଯୋଜନା କରିଥିଲେ। ଡାକ୍ତରଖାନାରୁ ଡିସଚାର୍ଜ ହୋଇ ଆସିବା ପରେ ଶିଶୁଟିକୁ ବିଷାକ୍ତ କ୍ଷୀର ପିଇବାକୁ ଦେଇଥିଲେ। ଫଳରେ ତା'ର ମୃତ୍ୟୁ ହୋଇଥିଲା। ଏନେଇ ପରିବାରର କୌଣସି ସଦସ୍ୟଙ୍କୁ ନ ଜଣାଇ ତୁରନ୍ତ ଘର ପଛପଟେ ପୋତି ଦେଇଥିଲେ।

Advertisment

କିନ୍ତୁ ପରିବାର ଲୋକେ ଏନେଇ ସନ୍ଦେହ କରି ପୁଲିସରେ ଖବର ଦେଇଥିଲେ। ଖବର ପାଇ ପୁଲିସ ଖୋଳତାଡ଼ କରି ପର୍ଦ୍ଦାଫାସ କରିଛି। ଝିଅ ହେବାରୁ ସି ଜୀଭା ଏବଂ ଜେ ଡାଏନା ନବଜାତ ଶିଶୁଟିକୁ ମାରି ପୋତି ଦେଇଥିବା ସ୍ୱୀକାର କରିଛିନ୍ତି।

ସେପଟେ, ପୁଲିସ ପୋଷ୍ଟମୋର୍ଟମ ପାଇଁ ମାଟିତଳୁ ମୃତଦେହ ଉଦ୍ଧାର କରିବା ସହ ବାପାମାଆଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। 

Murder Crime Couple Poisons Baby Girl Tamil Nadu