Advertisment

ବେଆଇନ ଭାବେ ବୋଟ୍‌ରେ ଭାରତ ଆସୁଥିଲେ ତାମିଲନାଡୁ ବ୍ୟକ୍ତି, କିନ୍ତୁ..

ସର୍ଚ୍ଚ ଅପରେସନ ବେଳେ ଓଖା ବ୍ରିଜ ଓ ମନ୍ଦିର ସହର ବେଟ ଦ୍ୱାରକାକୁ ସଂଯୋଗ କରୁଥିବା ସିଗ୍ନଚର ବ୍ରିଜ୍‌ ନିକଟରେ ଗୋଟିଏ ଡଙ୍ଗା ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ଦେଖିବାକୁ ପାଇଥିଲେ।

Arrest

Arrest

Advertisment

ତାମିଲନାଡୁର ଦୁଇ ଇଞ୍ଜୟରିଂ ଭ୍ରାତା କରିଥିବା ଯୋଜନା ଫସର ଫାଟିଛି। ଦୁଇ ଭାଇ ଓମାନରେ କାମ କରୁଥିବା ବେଳେ ସେମାନଙ୍କ ମଧ୍ୟ ବଡ଼ ଜଣଙ୍କ ସମୁଦ୍ର ପଥରେ ବେଆଇନ ଭାବେ ଭାରତରେ ପ୍ରବେଶ କରିବାକୁ ଯୋଜନା କରୁଥିଲେ। କିନ୍ତୁ ଗୁଜରାଟର ଦେବଭୂମି ଦ୍ୱାରକା ପୁଲିସ୍‌ ଓଖା ପୋର୍ଟ ନିକଟରେ ଏହାକୁ ପଣ୍ଡ କରି ଦେଇଛି। 

Advertisment

ଇରାନ ବୋଟରେ ୪ ଜଣ ଭାରତରେ ପ୍ରବେଶ କରୁଥିବା ଗୁଇନ୍ଦା ସୂଚନା ମିଳିବା ପରେ ସ୍ଥାନୀୟ କ୍ରାଇମବ୍ରାଞ୍ଚ, ଏସ୍‌ଓଜି ଓ ଓଖା ସାମୁଦ୍ରିକ ପୁଲିସ ମିଳିତ ଭାବେ ଅପରେସନ କରିଥିଲେ। ସର୍ଚ୍ଚ ଅପରେସନ ବେଳେ ଓଖା ବ୍ରିଜ ଓ ମନ୍ଦିର ସହର ବେଟ ଦ୍ୱାରକାକୁ ସଂଯୋଗ କରୁଥିବା ସିଗ୍ନଚର ବ୍ରିଜ୍‌ ନିକଟରେ ଗୋଟିଏ ଡଙ୍ଗା ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ଦେଖିବାକୁ ପାଇଥିଲେ।

ଏହାପରେ ଡଙ୍ଗାରେ ଥିବା ସମସ୍ତ ଯୁବକଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ତାମିଲନାଡୁର ଅଶୋକ କୁମାର ମଥୁରେଲା(୩୭), ୩ ଇରାନ ନାଗରିକ ମୁସ୍ତାଫା ବାଲୁଚି(୩୮), ଜଶେମ ବାଲୁଚି(୨୫) ଓ ଅମୀର ହୁସେନ ବାଲୁଚି। ସେହିପରି ପୂରା ଯୋଜନାରେ ଥିବା ଅଶୋକ କୁମାରଙ୍କ ଭାଇ ଆନନ୍ଦଙ୍କୁ ମଧ୍ୟ ପୁଲିସ ଗିରଫ କରିଛି।

Advertisment

ପ୍ରାଥମିକ ଭାବେ କରାଯାଇଥିବା ତଦନ୍ତରୁ ଜଣାପଡ଼ିଛି ଯେ ଅଶୋକ ହେଉଛନ୍ତି ଜଣେ ମେକାନିକାଲ ଇଞ୍ଜିନିୟ। ସେ ବେଶ କିଛି ବର୍ଷ ହେଲେ ମସ୍କାଟରେ କାମ କରୁଥିଲେ। ତେବେ ସେଠାରେ ତାଙ୍କ ମାଲିକ ଟଙ୍କା ବାକି ରହିଥିବା ଯୋଗୁ ଅଶୋକଙ୍କ ପାସପୋର୍ଟକୁ ଜବତ କରି ଦେଇଥିଲେ। କୋଏମ୍ବାଟୁରର ମୂଳବାସିନ୍ଦା ଅଶୋକ ଜଣେ ଇଜିପ୍ଟ ମହିଳାଙ୍କୁ ବିବାହ କରିଥିଲେ।

କିନ୍ତୁ ମହିଳା ଜଣଙ୍କ ତାଙ୍କ ଝିଅକୁ ସାଙ୍ଗରେ ଧରି ଅନ୍ୟତ୍ର ଚାଲି ଯାଇଥିଲେ। ତେବେ କିଛି ଦିନ ପରେ ମହିଳା ଜଣଙ୍କ ଅଶୋକଙ୍କୁ ଯୋଗାଯୋଗ କରିବା ସହ ଝିଅକୁ ନେଇଯିବାକୁ କହିଥିଲେ। କିନ୍ତୁ ଅଶୋକଙ୍କ ପାଖରେ ପାସପୋର୍ଟ ନଥିବାରୁ ସେ ଭାରତ ଆସିବାକୁ ଚାହିଁଥିଲେ। ଏଠାରେ ସେ ନୂଆ ପାସପୋର୍ଟ ମଧ୍ୟ ତିଆରି କରିବାକୁ ଯୋଜନା କରିଥିଲେ।

ବିନା ପାସପୋର୍ଟରେ ଭାରତ ଆସିବା ପାଇଁ ସେ ଇରାନର ହୁସେନ ନାମକ ବ୍ୟକ୍ତିଙ୍କ ସହ ଯୋଗାଯୋଗ କରିଥିଲେ। ହୁସେନ ତାଙ୍କ ପାଇଁ ଡଙ୍ଗା ଯୋଗାଡ଼ କରିଥିଲେ ଓ ୩ ଜଣ କ୍ରୁଙ୍କୁ ଅଶୋକଙ୍କ ସହ ଛାଡ଼ିଥିଲେ। ଏଥିପାଇଁ ସେ ୮ ହଜାର ରିଆଲ୍ସ ନେଇଥିଲେ।

ଅନ୍ୟପକ୍ଷରେ ଅଶୋକଙ୍କ ଭାଇ ଆନନ୍ଦଙ୍କ ପାଖରେ ବୈଧକ ପାସପୋର୍ଟ ଥିଲା। ତେଣୁ ସେ ମସ୍କାଟରୁ ବିମାନ ଯୋଗେ ଭାରତ ଆସିବା ସହ ରାଜକୋଟରେ ପହଞ୍ଚିଥିଲେ। ସେଠାରୁ ସଡ଼କ ପଥରେ ଓଖାରେ ପହଞ୍ଚି ଭାଇଙ୍କୁ ରିସିଭ କରିବାକୁ ଅପେକ୍ଷା କରିଥିଲେ।

ଦେବଭୂମି ଏସ୍‌ପି ନୀତେଶ ପାଣ୍ଡେ କହିଛନ୍ତି, ସେମାନେ ଓମାନରୁ ସମୁଦ୍ର ପଥରେ ଇରାନ ଯାଇଥିଲେ। ସେଠାରୁ ଭାରତ ଆସିବା ପାଇଁ ଗୋଟିଏ ଡଙ୍ଗା ଯୋଗାଡ଼ କରିଥିଲେ। ୩ ଇରାନ ବ୍ୟକ୍ତି ଡଙ୍ଗାର କ୍ରୁ ସଦସ୍ୟ। ସେମାନେ ହୁସେନ ସହ ସାଟେଲାଇଟ ଫୋନ ଯୋଗେ କଥାବାର୍ତ୍ତା କରୁଥିଲେ।

ପ୍ରାୟ ୫ରୁ ୬ ଦିନ ତଳେ ସେମାନେ ଇରାନର ଜାସକ ଠାରୁ ଯାତ୍ରା ଆରମ୍ଭ କରିଥିଲେ। କିନ୍ତୁ ଓଖା ପୋର୍ଟରେ ପହଞ୍ଚିବା ପୂର୍ବରୁ ସୁରକ୍ଷାକର୍ମୀଙ୍କ ହାତରେ ଧରା ପଡ଼ିଛନ୍ତି। ସେମାନଙ୍କ ନିକଟରୁ ୧୦ ଗ୍ରାମ ହେରୋଇନ ଜବତ କରାଯାଇଛି।

ସେହିପରି ସାଟେଲାଇଟ ଫୋନ, ୮ଟି ମୋବାଇଲ, ୨ଟି ଲ୍ୟାପଟପ, ୨.୫୦ ଲକ୍ଷ ଇରାନୀ ରିଆଲ୍ସ, ଗୋଟିଏ ଜିପିଏସ୍‌ ଡିଭାଇସ ଓ ୧୫ଟି ଡେବିଡ କାର୍ଡ ସେମାନଙ୍କ ନିକଟରୁ ମିଳିଛି। ଏହା ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଥିବାରୁ ଘଟଣାକୁ ଗୁରୁତ୍ୱର ସହ ନିଆଯାଇଥିବା ଏସ୍‌ପି ପାଣ୍ଡେ ସୂଚନା ଦେଇଛନ୍ତି।

India Iran Man
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe