Advertisment

ଲାଞ୍ଚୁଆ ଅଧିକାରୀଙ୍କଠୁ ଲାଞ୍ଚ ନେଉଥିଲେ ଇଡି ଅଧିକାରୀ, ବନ୍ଧା ହେଲେ

ଲାଞ୍ଚ କାରବାର କରୁଥିବା ଅଧିକାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଧରୁଥିବା ଇଡି ଅଧିକାରୀ ଫସିଗଲେ ଜାଲରେ। ଲାଞ୍ଚୁଆ ଅଧିକାରୀଙ୍କୁ ଛାଡ଼ିବା ପାଇଁ ନିଜେ ଲାଞ୍ଚ ନେଉଥିବା ବେଳେ ବନ୍ଧାହେଲେ।

Arrest

Arrest

Advertisment

ଲାଞ୍ଚ କାରବାର କରୁଥିବା ଅଧିକାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଧରୁଥିବା ଇଡି ଅଧିକାରୀ ଫସିଗଲେ ଜାଲରେ। ଲାଞ୍ଚୁଆ ଅଧିକାରୀଙ୍କୁ ଛାଡ଼ିବା ପାଇଁ ନିଜେ ଲାଞ୍ଚ ନେବା ବେଳେ ବନ୍ଧାହେଲେ। ଏପରି ଏକ ଘଟଣା ତାମିଲନାଡ଼ୁର ମଦୁରାଇରେ ଘଟିଛି। ଗିରଫ ଅଧିକାରୀଜଣକ ମଦୁରାଇରେ କାର୍ଯ୍ୟରତ ଇଡି ଅଧିକାରୀ ଅଙ୍କିତ ତିୱାରି ବୋଲି ଜଣାଯାଇଛି। ଜଣେ ଦୁର୍ନୀତିଖୋର ଡାକ୍ତରଙ୍କଠାରୁ ୨୦ ଲକ୍ଷ ଟଙ୍କା ଲୋନ୍‌ ଦେବା ଅଭିଯୋଗରେ ତାଙ୍କୁ ବାନ୍ଧିଛି DVAC।

Advertisment

ଡିଣ୍ଡିଗୁଲ୍‌ ଜିଲ୍ଲାର ଜଣେ ସରକାରୀ ଡାକ୍ତରଙ୍କ ବିରୋଧରେ ଥିବା ଦୁର୍ନୀତି ମାମଲା ଥିବା ବେଳେ ଗତ ୨୯ ତାରିଖରେ ଅଙ୍କିତ ତାଙ୍କୁ ଯୋଗାଯୋଗ କରିଥିଲେ। ଏହି ମାମଲାର ତଦନ୍ତ ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଆସିଥିବା କହିଥିଲେ। ଏହି ଘଟଣାରେ ଆଲୋଚନା ପାଇଁ ଗତ ୩୦ ତାରିଖରେ ସେ ସମ୍ପୃକ୍ତ ଅଧିକାରୀଙ୍କୁ ଇଡି କାର୍ଯ୍ୟାଳୟକୁ ଡାକିଥିଲେ।

 ମାମଲା ରଫାଦଫା କରିବାକୁ ଅଙ୍କିତ ତାଙ୍କୁ ୩ କୋଟି ଟଙ୍କା ମାଗିଥିଲେ। ଏତେ ଟଙ୍କା ଦେବାକୁ ସମ୍ପୃକ୍ତ ଅଧିକାରୀ ଅମଙ୍ଗ ହୋଇଥିଲେ। ଏହାପରେ ନିଜ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ଏହି ପରିମାଣ ୩ କୋଟିରୁ ୫୧ ଲକ୍ଷକୁ ଖସାଇଥିବା କହିଥିଲେ।

Advertisment

ନଭେମ୍ବର ୧ ତାରିଖରେ ସମ୍ପୃକ୍ତ ଅଧିକାରୀ ଅଙ୍କିତଙ୍କୁ ପ୍ରଥମ ପର୍ଯ୍ୟାୟରେ ୨୦ ଲକ୍ଷ ଟଙ୍କା ଲାଞ୍ଚ ଦେଇଥିଲେ। ଉପରିସ୍ଥ ଅଧିକାରୀଙ୍କ ଭାଗ ଥିବାରୁ ସମସ୍ତ ଟଙ୍କା ତୁରନ୍ତ ଦେବାକୁ ତାଗିଦ କରି ଘଟଣାସ୍ଥଳରୁ ନିଜ କାର୍‌ ଯୋଗେ ଚାଲି ଯାଇଥିଲେ ଅଙ୍କିତ । ଟଙ୍କା ଦେଇ ନ ପାରିଲେ ପରିଣାମ ଭୟଙ୍କର ହେବ ବୋଲି ବି କହିଥିଲେ।

ଏନେଇ ସମ୍ପୃକ୍ତ ଅଧିକାରୀ ଅଙ୍କିତଙ୍କ ବିରୋଧରେ  DVAC କାର୍ଯ୍ୟାଳୟକୁ ଗତ ୩୦ ତାରିଖରେ ଅବଗତ କରିଥିଲେ। ଏହାପରେ ଗତକାଲି ଦ୍ୱିତୀୟ ପର୍ଯ୍ୟାୟରେ ସେ ଅଙ୍କିତଙ୍କୁ ୨୦ ଲକ୍ଷ ଦେଇଥିଲେ।

ପୂର୍ବ ଯୋଜନା ମୁତାବକ DVAC ପକ୍ଷରୁ ଚଢ଼ାଉ କରାଯାଇ ଲାଞ୍ଚ ଟଙ୍କା ଜବତ କରାଯିବା ସହ ଅଙ୍କିତଙ୍କୁ ଗିରଫ କରାଯାଇଛି। ତାଙ୍କୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ଏହାପରେ DAVC ଅଧିକାରୀଙ୍କ ଏକ ଟିମ୍‌ ମଦୁରାଇରେ ଥିବା ଇଡି କାର୍ଯ୍ୟାଳୟରେ ଯାଞ୍ଚ କରିଛି। ଏହି ସମୟରେ ତାମିଲନାଡ଼ୁ ପୁଲିସ୍‌ କର୍ମୀ ଇଡି ଅଫିସକୁ ଚାରି ପଟୁ ଘେରି ରହିଥିଲେ।

ଏହା ପୂର୍ବରୁ ଭ୍ରଷ୍ଟାଚାର ନିରୋଧକ ବ୍ୟୁରୋର ଏକ ଟିମ୍‌ ମଣିପୁରରେ କାର୍ଯ୍ୟରତ ଜଣେ ଇଡି ଅଧିକାରୀଙ୍କୁ ୧୫ ଲକ୍ଷ ଟଙ୍କା ଲାଞ୍ଚ ନେବା ମାମଲାରେ ଗିରଫ କରିଛି।

Tamilnadu Arrest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe