Advertisment

ଚେନ୍ନାଇରେ ପ୍ରଥମ ପତ୍ନୀ, ଓଡ଼ିଶାରେ ଦ୍ୱିତୀୟ ସ୍ତ୍ରୀ; ୨୮ ବର୍ଷ ପରେ ରଙ୍ଗୀଲା ସ୍ୱାମୀଙ୍କୁ ଧରିଲା ତାମିଲନାଡୁ ପୁଲିସ୍‌

ବିବାହ ପରେ ଉଭୟଙ୍କ ଭିତରେ ସମ୍ପର୍କ ଭଲ ଥିଲା। ହେଲେ ହଠାତ୍‌ ପ୍ରେମ ସମ୍ପର୍କରେ ଭଟ୍ଟା ପଡ଼ିଲା। ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ତୀକ୍ତତା ଲାଗି ରହିଥିଲା। ହରିହର ଓ ଇନ୍ଦିରା ଅଲଗା ରହିଥିଲେ। ବିବାହ ବିଚ୍ଛେଦ ପାଇଁ କଥା ସ୍ଥାନୀୟ ଫ୍ୟାମିଲି କୋର୍ଟକୁ ଯାଇଥିଲା।

ଅଦ୍ୟତନ ହୋଇଛି
Ganjam

Ganjam

Advertisment

ପ୍ରେମ କରି ତାମିଲ୍‌ ତରୁଣୀଙ୍କୁ ପତ୍ନୀ ରୂପେ ଗ୍ରହଣ କରିଥିଲେ। ଅଳ୍ପ ଦିନରେ ସଂସାରରେ ମତାନ୍ତର ଦେଖାଦେଇଥିଲା। ତା’ପରେ ପ୍ରଥମ ପତ୍ନୀ, ଶାଶୁ ଓ ଶଳାକୁ ମାଡ଼ ମାରି ଫେରାର ହୋଇଯାଇଥିଲେ ଓଡ଼ିଆ ଯୁବକ ହରିହର ପାଟ୍ଟଯୋଶୀ। ମାମଲା ଥଣ୍ଡା ହେବା ପରେ ଓଡ଼ିଶା ଫେରି ଆସି ଦ୍ୱିତୀୟ ବିବାହ କରିଥିଲେ। ମାମଲା ଘଟିବାର ୨୮ ବର୍ଷ ପରେ ପ୍ରଥମ ପତ୍ନୀଙ୍କ ଅଭିଯୋଗ ଆଧାରରେ ତାମିଲନାଡୁ ପୁଲିସ୍‌ ଫେରାର ସ୍ୱାମୀ ହରିହରକୁ ବ୍ରହ୍ମପୁରରୁ ଗିରଫ କରିଛି।

Advertisment

୧୯୯୪ ମସିହାରେ ହରିହର ପାଟ୍ଟଯୋଶୀ ଚେନ୍ନାଇର ଏକ ବିଜ୍ଞାପନ କମ୍ପାନୀର ପ୍ରିଣ୍ଟିଂ ପ୍ରେସ୍‌ରେ କାମ କରୁଥିଲେ। ସେହି ସମୟରେ ଟେଲି ମାର୍କେଟିଂ କମ୍ପାନୀରେ କାମ କରୁଥିବା ଇନ୍ଦିରାଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରବର୍ତ୍ତୀ ସମୟରେ ପ୍ରେମ ସମ୍ପର୍କର ବିବାହର ରୂପ ନେଇଥିଲା। ଅର୍ଥାତ ୧୯୯୪ ଜୁଲାଇ ୧୪ ତାରିଖରେ ଇନ୍ଦିରାଙ୍କୁ ପ୍ରେମ ବିବାହ କରିଥିଲେ ହରିହର।

ବିବାହ ପରେ ଉଭୟଙ୍କ ଭିତରେ ସମ୍ପର୍କ ଭଲ ଥିଲା। ହେଲେ ହଠାତ୍‌ ପ୍ରେମ ସମ୍ପର୍କରେ ଭଟ୍ଟା ପଡ଼ିଲା। ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ତୀକ୍ତତା ଲାଗି ରହିଥିଲା। ହରିହର ଓ ଇନ୍ଦିରା ଅଲଗା ରହିଥିଲେ। ବିବାହ ବିଚ୍ଛେଦ ପାଇଁ କଥା ସ୍ଥାନୀୟ ଫ୍ୟାମିଲି କୋର୍ଟକୁ ଯାଇଥିଲା। ମାମଲା କୋର୍ଟରେ ବିଚାରାଧୀ ଥିବା ବେଳେ 1998 ଅଗଷ୍ଟ 9 ତାରିଖରେ ହରିହର ନିଜ ଶ୍ୱଶୁର ଘରେ ପଶିଥିଲେ। ଆଉ ଶାଶୁ ରମା, ପତ୍ନୀ ଇନ୍ଦିରା ଓ ଶଳା କାର୍ତ୍ତିକଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ଏନେଇ ଚେନ୍ନାଇର ଆଡମ୍ବକ୍କାମ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ପୁଲିସ ଅଭିଯୋଗକୁ ଭିତ୍ତିକରି ଘଟଣାର ତଦନ୍ତ ଚଳାଉଥିଲା।

Advertisment

ହେଲେ ହରିହର ଶ୍ୱଶୁର ଘର ଲୋକଙ୍କୁ ଆକ୍ରମଣ କରି ଗୁଜରାଟର ସୁରତ ପଳାଇ ଯାଇଥିଲେ। ସେଠାରେ ଛଦ୍ମବେଶରେ ଏକ କମ୍ପାନୀରେ କାମ କରୁଥିଲେ। ମାମଲା ଥଣ୍ଡା ହେବା ପରେ ୨୦୦୧ ମସିହାରେ ହରିହର ସୁରତରୁ ଆସିକା ଆସିଥିଲେ। ସେ ଆଉ ଜଣଙ୍କୁ ଦ୍ଵିତୀୟ ବିବାହ କରିଥିଲେ। ପରେ ସେ ବ୍ରହ୍ମପୁରରେ ଏକ ମସଲା କମ୍ପାନୀରେ କାମ କରୁଥିଲେ। ହେଲେ ମନ ଭିତରେ ଧରା ପଡ଼ିଯିବା ଭୟ ଘାରୁଥିଲା। ତେଣୁ ବହୁରୂପି ଏଣ୍ଡୁଅ ପରି ବାରମ୍ୱାର ଚାକିରି ଓ ସ୍ଥାନ ବଦଳାଉଥିଲା।

ବ୍ରହ୍ମପୁରରେ ଥିବା ମସଲା କମ୍ପାନୀ ଛାଡ଼ି କେନ୍ଦ୍ରାପଡ଼ାରେ ଏକ ଫାଇନାନ୍ସ କମ୍ପାନୀରେ ଚାକିରି କରୁଥିଲେ। ସେଠାରେ କିଛି ଦିନ କାମ କରିବା ପରେ ପୁଣି ଥରେ ବ୍ରହ୍ମପୁର ଫେରିଥିଲେ ହରିହର। ସେ ଏଠାରେ ଏକ ଚିଟଫଣ୍ଡ କମ୍ପାନୀରେ ମ୍ୟାନେଜର ଭାବେ କାମ କରିଥିଲେ। ଏ ସମ୍ପର୍କରେ ଜାଣିବାକୁ ପାଇଥିଲା ଚେନ୍ନାଇ ପୁଲିସ। ସପ୍ତାହେ ତଳେ ଚେନ୍ନାଇ ଅଡାମ୍ବକ୍କାମ ଥାନା ପୁଲିସ ଓଡ଼ିଶା ଆସିଥିଲା। ଗୋସାଇଁ ନୂଆଗାଁ ଆଇଆଇସିଙ୍କ ଉପସ୍ଥିତିରେ ତାମିଲ୍‌ନାଡୁ ପୁଲିସ୍‌ ହରିହର ପାଟ୍ଟଯୋଶୀଙ୍କୁ ଧରିଥିଲା। ତାଙ୍କୁ ଚେନ୍ନାଇ ନେଇଥିବା ଜଣାପଡ଼ିଛି।

ରିପୋର୍ଟ- ବ୍ରହ୍ମପୁରରୁ ଜଗନ୍ନାଥ ସାହୁ

Ganjam Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe