Advertisment

ସୁଙ୍ଗୁଡ଼ା ହତ୍ୟାକାଣ୍ଡ ମାମଲା: ମୁଖ୍ୟ ଅଭିଯୁକ୍ତ ଗିରଫ

ସୋର: ବାଲେଶ୍ୱର ସିମୁଳିଆ ଥାନା ସୁଙ୍ଗୁଡା ଘୋଷରା ପୋଲ ନିକଟରେ ହତ୍ୟାକାଣ୍ଡ ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ସତ୍ୟଜିତ ମହାନ୍ତି। ଏଥିସହ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ ଓ ରକ୍ତାକ୍ତ ଲୁଗା ଆଦିକୁ ଜବତ କରିଛି ସିମୁଳିଆ ଥାନା ପୋଲିସ । ଗତ ୭ ତାରିଖ ରାତିରେ ବରୀ ରୋଡ ଗାଁର ନନ୍ଦକିଶୋର ମହାନ୍ତିଙ୍କୁ ପୁଅ ସୁଜିତଙ୍କୁ ଘୋଷରା ପୋଲ ନିକଟରେ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଥିଲା। ଜମିବାଡି ବିବାଦକୁ […]

ଅଦ୍ୟତନ ହୋଇଛି
ସୁଙ୍ଗୁଡ଼ା ହତ୍ୟାକାଣ୍ଡ ମାମଲା: ମୁଖ୍ୟ ଅଭିଯୁକ୍ତ ଗିରଫ

soro

Advertisment

ସୋର: ବାଲେଶ୍ୱର ସିମୁଳିଆ ଥାନା ସୁଙ୍ଗୁଡା ଘୋଷରା ପୋଲ ନିକଟରେ ହତ୍ୟାକାଣ୍ଡ ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ସତ୍ୟଜିତ ମହାନ୍ତି। ଏଥିସହ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ ଓ ରକ୍ତାକ୍ତ ଲୁଗା ଆଦିକୁ ଜବତ କରିଛି ସିମୁଳିଆ ଥାନା ପୋଲିସ । ଗତ ୭ ତାରିଖ ରାତିରେ ବରୀ ରୋଡ ଗାଁର ନନ୍ଦକିଶୋର ମହାନ୍ତିଙ୍କୁ ପୁଅ ସୁଜିତଙ୍କୁ ଘୋଷରା ପୋଲ ନିକଟରେ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଥିଲା। ଜମିବାଡି ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିଲା। ପାରିବାରିକ ବିବାଦରୁ ସୁଜିତ ଘର ଛାଡି ଅନ୍ୟତ୍ର ରହୁଥିଲେ। ସେ ଗାଁକୁ ଆସିଥିବା ବେଳେ ତାଙ୍କ ଭାଇ ସତ୍ୟଜିତ୍ ଏହି ହତ୍ୟାକାଣ୍ଡ କରିଥିଲେ। ଏହି ଘଟଣାରେ ଆଉ ଜଣେ ଅଭିଯୁକ୍ତ ମଧ୍ୟ ଫେରାର ଥିବା ପୋଲିସ କହିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe